ଶେଷରେ ଦ୍ରାବିଡ଼ କହିଲେ ବିଶ୍ୱକପ ହାରିବା ପାଇଁ ପ୍ରକୃତ ଦାୟୀ କିଏ?

ପ୍ରକୃତ ଦୋଷୀର ନାଁ କହିଦେଲେ କୋଚ୍ ରାହୁଲ ଦ୍ରାବିଡ଼। ଯାହା ପାଇଁ ଭାରତ ହାତରୁ ଖସି ଗଲା ବିଶ୍ୱକପ।କାହା ପାଇଁ ବିଶ୍ୱକପ ହାରିଗଲା ଭାରତ? ବିଶ୍ୱକପ ପରାଜୟ ପାଇଁ ପ୍ରକୃତ ଦାୟୀ କିଏ? କାହା ଦୋଷ ପାଇଁ ଟିମ ଇଣ୍ଡିଆ ହାତରୁ ଖସିଗଲା ବିଶ୍ୱକପ? ଫର୍ମରେ ଥାଇ ବି କାହା ପାଇଁ ଚାମ୍ପିୟାନ ହୋଇପାରିଲାନି ଦଳ।

ନଭେମ୍ବର ୧୯ ପର ଠାରୁ ଏମିତି ଅନେକ ପ୍ରଶ୍ନ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି। ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱକପ ଚାମ୍ପିୟାନ ହେବା କଥାକୁ ସହଜରେ ଭୁଲି ହେଉନି। କାରଣ ଏଥର ଟିମ ଇଣ୍ଡିଆର ସବୁ ଖେଳାଳି ଚମତ୍କାର ଫର୍ମରେ ଥିଲେ ଏବଂ ପୁରା ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରୁ ଆରମ୍ଭ କରି ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜୟ ଥିଲେ। ହେଲେ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଦିନ କାହିଁକି ଦଳ ଶକ୍ତିହୀନ ହୋଇ ପଡ଼ିଲା ସେ କଥା ପରଦା ଆଢୁଆଳରେ ରହିଗଲା।

ଦୁଃଖରେ ଭାଙ୍ଗିପଡି ଲୁହ ଗଡାଉଥିବା ଖେଳାଳୀ ମାନଙ୍କ ପାଇଁ ସମବେଦନାର ସୁଅ ଛୁଟିଲା। ଆଉ ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିଥିବାରୁ ସେମାନଙ୍କୁ ପ୍ରଶଂସା କରାଗଲା। ସମସ୍ତେ ଖାଲି ଏୟା କହି ମନକୁ ବୁଝାଇ ଦେଲେ ସେହି ଦିନଟି ଆମର ନଥିଲା। ହେଲେ ସତ କଥା କହିବାକୁ ଗଲେ ୨୦୨୩ ଦିନିକିଆ ବିଶ୍ୱକପ ଚାମ୍ପିୟାନ ହେବା ପାଇଁ ଭାରତୀୟ ଦଳ ପୁରା ହକଦାର ଥିଲା। ଯେଉଁଥି ପାଇଁ ସାରା ଦେଶର କୋଟି କୋଟି ଲୋକ ବିଶ୍ୱକପ ଆଶା କରିବା ବିଲକୁଲ ସ୍ବଭାବିକ ଥିଲା। କାରଣ ଏଥର ବ୍ୟାଟିଂ ବୋଲିଂ ସବୁ ବିଭାଗରେ ସନ୍ତୁଳିତ ଭାରତୀୟ ଦଳ ପାଖରେ ଯେକୌଣସି ଦଳକୁ ପରାସ୍ତ କରିବା ପାଇଁ ଭରପୁର ଦକ୍ଷତା ଥିଲା।

ଖାଲି ସେତିକି ନୁହେଁ ଏହି ବିଶ୍ୱକପ ଭାରତରେ ଖେଳା ଯାଇଥିବାରୁ ଘରୋଇ ପରିବେଶ ଏବଂ ଦର୍ଶକଙ୍କ ସମର୍ଥନ ଦଳ ପାଇଁ ପୁରା ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ହେଲେ ସବୁ ସ୍ୱତେ ଭାରତ ଫାଇନାଲରେ ହାରି କଙ୍ଗାରୁ ଦଳ ଅଷ୍ଟ୍ରେଲିଆକୁ ଟ୍ରଫି ଟେକି ଦେଲା। ଆଉ ଏହା ପରେ ପରାଜୟକୁ ନେଇ ଅନେକ କଥା ଆଲୋଚନା ବି ହେଲା। ହେଲେ ବିଶ୍ୱକପ ପରାଜୟର ୨ ସପ୍ତାହ ପରେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼।

ବିସିସିଆଇ ରିଭ୍ୟୁ ମିଟିଂରେ ସେ ବିଶ୍ୱକପ ଫାଇନାଲ ପରାଜୟର କାରଣ କହିଛନ୍ତି। ବିସିସିଆଇ ସଚିବ ଜୟ ସାହା ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ସମେତ ଅନେକ ଅଧିକାରୀଙ୍କ ସାମ୍ନାରେ ଭାରତ ଫାଇନାଲ ମ୍ୟାଚ ହାରିବାର କାରଣ କହିଛନ୍ତି ଦ୍ରାବିଡ଼। ସେ କହିଛନ୍ତି ଯେ ଫାଇନାଲ ମ୍ୟାଚରେ ସେ ଯେତିକି ଆଶା କରିଥିଲେ ସେହି ଅନୁସାରେ ପିଚ ତାଙ୍କୁ ସପଟ କରିନଥିଲା। ପିଚ ଯଦି ସ୍ପିନରଙ୍କୁ ସୁହାଇ ଥାନ୍ତା ତାହେଲେ ଆଜି ପରିଣତି କିଛି ଅଲଗା ହୋଇଥାନ୍ତା।

ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଯଦିଓ ଫାଇନାଲ ପରେ ବଡ଼ ଇଭେଣ୍ଟ ପାଇଁ ନୂଆ ପିଚର ବ୍ୟବହାର କରାଯାଇଥାଏ। ସେଠାରେ ପୁରୁଣା ପିଚ ବ୍ୟବହାର ହୋଇଥିଲା। ବୋଧେ ଏଥିପାଇଁ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରି ପାରିନଥିଲା।

ବନ୍ଧୁଗଣ ମୋଟାମୋଟି ଭାବେ କହିବାକୁ ଗଲେ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ଼ ବିଶ୍ୱକପ ଫାଇନାଲ ପାଇଁ ପିଚକୁ ହିଁ ଦାୟୀ କରିଛନ୍ତି। ତେବେ ଏଠାରେ ସ୍ୱାଭାବିକ ଭାବରେ ଦୁଇଟି ପ୍ରଶ୍ନ ମନକୁ ଆସୁଛି ଯେ ଯଦି ପିଚ ସପୋର୍ଟ କରିଲାନି ତେବେ ଅଷ୍ଟ୍ରେଲିଆ ଦଳ କେମିତି ଭଲ ଖେଳିଲା ଆଉ ମ୍ୟାଚ ଜିତିଲା। ଆଉ ଗୋଟିଏ ପ୍ରଶ୍ନ ହେଉଛି କି ଭାରତୀୟ ଦଳ କଣ କେବଳ ସ୍ପିନରଙ୍କ ଉପରେ ନିର୍ଭରଶୀଳ ଥିଲା।

Leave a Reply

Your email address will not be published. Required fields are marked *