ନିରବ ହୋଇଗଲେ ଡାକ୍ତର, ଛାଡି ଚାଲିଗଲେ ବାପା-ମାଆ, ଏବେ ଏକା ବଞ୍ଚୁଛନ୍ତି ଯୁବତୀ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ଉପାନ୍ତ ଅଞ୍ଚଳରୁ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘ-ଟଣା। ଗୋଟେ ସମୟରେ ନିଜର ଅଜବ ଚେହେରା ପାଇଁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ବେଶ ଚର୍ଚ୍ଚା ରହିଥିଲେ ଲୋମଶକନ୍ୟା ରେବତୀ। କିନ୍ତୁ ଏବେ ଏକ ଛୋଟିଆ ଗାଁରେ ନିଜ ଜୀବନ ବିତାଉଛନ୍ତି ଲୋମଶକନ୍ୟା।

5 ବର୍ଷ ପୂର୍ବରୁ ଅନେକ ସରକାରୀ ବାବୁ ଆସି କିଛି ନା କିଛି ପ୍ରତିଶୃତିର ଆଶା ଦେଖାଇଥିଲେ କିନ୍ତୁ ଫଳାଫଳ ସବୁ ଶୂନ। ଆଜକୁ 3 ବର୍ଷ ହେବ ବାପା, ମାଆ ଆରପାରିକୁ ଚାଲିଯାଇଥିବାବେଳେ ଏବେ ସେ ବେସାହାରା ହୋଇ ଏକ ଭଙ୍ଗା କୁଡିଆରେ ନିଜର ଦିନ କାଟୁଛନ୍ତି।

ସୂଚନା ଅନୁସାରେ ବଂଚିବା ପାଇଁ ଗାଈ ଚରାଉଛନ୍ତି ରେବତୀ। ଦେହସାରା ଯେଉଁଠି ଦେଖିବେ ଖାଲି ଲୋମ। ମୁହଁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କର ଏହି ଅଦ୍ଭୁତ ଚେହେରା ପାଇଁ ଲୋକମାନେ ତାଙ୍କୁ କାମ ଦେବାକୁ ମଧ୍ୟ ରାଜି ହେଉନାହାନ୍ତି। ଶେଷରେ ଏବେ ସେ ବାଧ୍ୟ ହୋଇ ଗାଁର ଗୋରୁ ଚରାଇ ନିଜର ଜୀବନ କା-ଟୁଛନ୍ତି।

ଘର ଖଣ୍ଡେ ପାଇବା ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ହତାଶ ହେଲେଣି ରେବତୀ। ଶେଷରେ ନିଜ ଭାଗ୍ୟକୁ ଏହିପରି ଗ୍ରହଣ କରି ଏକ ଭଙ୍ଗା କୁଡିଆରେ ଅତି ଦାରିଦ୍ର୍ୟ ଭାବେ ଏକା ଏକା ଦିନ କା-ଟୁଛନ୍ତି ଲୋମଶକନ୍ୟା। ଏବେ ଚିକିତ୍ସା ସୁବିଧା ମିଳୁନଥିବା ବେଳେ ମୁହଁରେ ମାଂସ ବଢିବାରେ ଲାଗିଛି।

ସେପଟେ ସରକାରୀ ସହାୟତା କହିଲେ ମାସକୁ 35 କେଜି ଚାଉଳ ଏବଂ 500ଟଙ୍କା ଭତ୍ତା ମିଳୁଛି। ପୂର୍ବରୁ ବ୍ଲକ ପ୍ରସାଶନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ତାଙ୍କ ପାଇଁ ଅନେକ ଜନହିତକାରୀ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ସବୁ ଥିଲା ମିଛ। 6 ବର୍ଷ ତଳେ ଯେତେବେଳେ ଜାତୀୟ ଗଣମାଧ୍ୟମରେ ରେବତୀଙ୍କ ଖବର ପ୍ରକାଶ ହୋଇଥିଲା ସେତେବେଳେ ଜିଲ୍ଲା ପ୍ରଶାସନ ତାଙ୍କୁ ଚିକିତ୍ସା ପାଇଁ ହାତ ବଢାଇଥିଲା।

ରାଜ୍ୟ ସରକାର ସହାଯ୍ୟର ହାତ ବଢ଼ାଇବା ପରେ ଚିକିତ୍ସା ପାଇଁ ରେବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ପରୀକ୍ଷା ପରେ ରୋବତୀଙ୍କ ରୋଗ ଚିକିତ୍ସା ବିଜ୍ଞାନର ବିରଳତମ ବୋଲି ଡାକ୍ତର ଚିହ୍ନଟ କରିଥିଲେ। ଡାକ୍ତରୀ ଭାଷାରେ ସେ ଆଇଡିଓପେଥିକ୍‌ ଜିଞ୍ଜାଇଭାଲ ଏନଲାର୍ଜମେଣ୍ଟ ଏବଂ ହାଇପର୍‌ଟ୍ରାଇକୋସିସ୍‌ ରୋଗରେ ଆ-କ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଥିଲା।

କଟକ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ରେବତୀଙ୍କ ଚିକିତ୍ସାକୁ ଏକ ଚ୍ୟା-ଲେଞ୍ଜ ଭାବରେ ଗ୍ରହଣ କରିଥିଲେ । ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ଡାକ୍ତରଖାନା ବହନ କରିବା ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ରେବତୀଙ୍କ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ତେବେ କିଛି ଅସ୍ତ୍ରୋ-ପଚାର ପରେ ରେବତୀଙ୍କ ଚେହେରା ସାଧାରଣ ଝିଅ ଭଳି ହୋଇଯିବ ଏବଂ ଲେଜର୍‌ ଚିକିତ୍ସା ଦ୍ୱାରା ଅବାଞ୍ଛିତ ଲୋମ ବୃଦ୍ଧି ବନ୍ଦ ହୋଇଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ପରିବାର ଲୋକଙ୍କୁ କହିଥିଲେ।

କିନ୍ତୁ କିଛି ଦିନ ଧରି ଡାକ୍ତରଖାନାରେ ଚିକିତ୍ସା କରିବା ପରେ ତାଙ୍କୁ ଛାଡିଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏବେ ଆଦିବାସୀ ଲୋମଶ କନ୍ୟା ବଞ୍ଚିବା ପାଇଁ ସଂଘ-ର୍ଷ କରୁଛନ୍ତି। ରେବତୀଙ୍କୁ ଏକ ଘର ତିଆରି କରି ଦେବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି। ଅନ୍ୟପଟେ ଅତି ଦୁଃ-ଖର ସହ କହିବାକୁ ପଡୁଛି ଯେ ରେବତୀଙ୍କ ପ୍ରସଙ୍ଗରେ ପ୍ରଶାସନ ମୁହଁ ଖୋଲିବାକୁ ମନା କରିଦେଇଛି।

Leave a Reply

Your email address will not be published. Required fields are marked *