ମନ୍ଦିର ବାହାରେ ପଡିଛି ନାଲି ଅଳତାର ପାଦଚିହ୍ନ,ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ।:-

ମନ୍ଦିର ବାହାରେ କାହାର ଏଇ ପାଦ ଚିହ୍ନ। କିଏ ପକାଇଛି ଏହି ନାଲି ଅଳତାର ପାଦ ଚିହ୍ନ। ପାଦ ଚିହ୍ନକୁ ଦେଖିଲେ ଏପରି ଲାଗୁଛି ଯେପରିକି ମାଆ ସ୍ୱୟଂ ମନ୍ଦିର ଭିତରୁ ବାହାରକୁ ଚାଲି ଆସିଛନ୍ତି। ଏହି ପାଦ ଚିହ୍ନକୁ ଦେଖି ରାତିରେ ମାଆ ଭ୍ରମଣ କରିବାକୁ ଯାଇଥିବା କଥା ଏବେ ଚର୍ଚ୍ଚା ହେଉଛି।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ଗାଁରେ। ତେବେ ସୂଚନା ଅନୁସାରେ ସବୁଦିନ ଭଳି ସେଦିନ ମଧ୍ୟ ମନ୍ଦିର ପୂଜାରୀ ଜଣକ ମାଆ ଦକ୍ଷିଣ କାଳୀଙ୍କ ପୂଜା କରି ସନ୍ଧ୍ୟା ସମୟରେ ସନ୍ଧ୍ୟାପୂଜା କରି ମନ୍ଦିରର ଗେଟ ଦେଇ ଚାଲିଯାଇଥିଲେ।

ଏହାପରେ ତା ପରଦିନ ଯେତେବେଳେ ପୂଜାରୀ ଜଣକ ସକାଳୁ ସକାଳୁ ପୂଜା କରିବାକୁ ମନ୍ଦିରକୁ ଆସିଲେ ସେ ଦେଖିଲେ ଯେ ମନ୍ଦିରର ଭିତରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ଅଳତାର ପାଦ ଚିହ୍ନ ପଡିଛି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକ ଉକ୍ତ ମନ୍ଦିରରେ ପହଂଚି ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମସ୍ତେ ମାଆଙ୍କର ଏପରି ଚମତ୍କାର ଦେଖି ତାଙ୍କୁ ମୁଣ୍ଡିଆ ମାରି ପୂଜା କରିବା ସହ ବହୁତ ଖୁସି ଥିବାର ଦେଖାଯାଉଛନ୍ତି। ଏହାସହ ସମାନେ କହିଛନ୍ତି ଯେ, ମାଆ ବୋଧ ହୁଏ ରାତି ସମୟରେ ଭ୍ରମଣ କରିବା ନିମନ୍ତେ ବାହାରକୁ ଯାଇଥିଲେ ଏବଂ ସେହି ସମୟରେ ନିଜର ପାଦ ଚିହ୍ନ ଅତ୍ୟନ୍ତ ଅଲୌକିକ ଭାବରେ ଛାଡିଛନ୍ତି।

Leave a Reply

Your email address will not be published. Required fields are marked *