କାଲି ଫେମସ ଆଜି ତଳିତଳାନ୍ତ, ମୁମ୍ବାଇରେ ସ୍ବପ୍ନର ଘର ଛାଡି ଏବେ ଭଡା ଘରେ ରହୁଛନ୍ତି କାଚା ବାଦାମ।:-

ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ, ଯାହା କିଛି ମିନିଟରେ ହିଁ ଜଣଙ୍କୁ ସେଲିବ୍ରିଟି କରିପାରେ। 2021 ରେ ହିଁ ଏହିପରି ଏକ ଘ-ଟଣା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାର କାଚା ବାଦାମ ଗାଇ ରାତାରାତି ସୁନାମ ଅର୍ଜନ କରିଥିଲେ।

ଭୁବନଙ୍କ କାଚା ବାଦାମ ଗୀତ ଏବଂ ତାଙ୍କ ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ ଭୁବନ ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଭିକାରୀରୁ ହୋଇଗଲେ ଧନୀ। କିନ୍ତୁ ଏବେ ପୁଣି ଭାଗ୍ୟ ତାଙ୍କ ସହ ଖେଳିଲା ଖେଳ। ଆଉ ଭୁବନ ବାଦ୍ୟକର ହୋଇଗଲେ ଗୃହହୀନ।

ସେ ଏବେ ଭଡା ଘରେ ରହୁଛନ୍ତି। ତେବେ ଏପରି କଣ ହେଲା ଯେ ଯେଉଁ ବ୍ୟକ୍ତି ଏତେ ଫେମସ୍ ହୋଇ ଲକ୍ଷ ଲକ୍ଷ ଟଙ୍କା ପାଖରେ ରଖି ମୁମ୍ବାଇରେ ନିଜର ସ୍ବପ୍ନର ଘରେ ରହୁଥିଲା, ଆଜି ପୁଣିଥରେ କିପରି ଭିକାରୀ ପାଲଟିଗଲା।

ତେବେ ଅଭି-ଯୋଗ ଅନୁଯାୟୀ, ଭୁବନ ବାଦ୍ୟକରଙ୍କ ଗୀତ ସୋସିଆଲ ମିଡିଆରେ ବ୍ୟାପିବା ମାତ୍ରେ ଇଲାମବଜାରର ଗୋପାଳ ଘୋଷ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗୀତର କପିରାଇଟ୍‌ ପାଇଁ ଏକ ଧଳା କାଗଜରେ ଦସ୍ତଖତ କରିବାକୁ କହିଥିଲେ। ଭୁବନବାବୁ ବୁଝିପାରିନଥିଲେ।

ଏପଟେ ଭୁବନବାବୁ ଗୋଟିଏ ସ୍ୱାକ୍ଷର ହେତୁ ପ୍ରସିଦ୍ଧ ଗୀତ ପାଇଁ ପାଇବାକୁ ଥିବା ଟଙ୍କା ସେ ପାଇ ନାହାଁନ୍ତି । କଳାକାର ମଧ୍ୟ ଦୁବରାଜପୁର ଥା-ନାରେ ଅଭି-ଯୋଗ କରିଥିଲେ । କିନ୍ତୁ ଏହା ଅଧିକ ସାହାଯ୍ୟ କଲାନାହିଁ। ଏହାସହ ଅଞ୍ଚଳର ପଡ଼ୋଶୀମାନଙ୍କ ଧାରଣା ଯେ ଭୁବନବାବୁ ଧନୀ ହୋଇଗଲେ ଯାହାଫଳରେ ସେମାନେ ବିଭିନ୍ନ ଦାବି କରିଥିଲେ।

କିନ୍ତୁ ଟଙ୍କା ଅ-ଭାବ ହେତୁ ସେ ଏହାକୁ ପୈଠ କରିପାରି ନଥିଲେ। ଏହାକୁ ନେଇ ଅଶାନ୍ତି ସୃଷ୍ଟି ହେଲା। ସେହି ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଭୁବନ ବାଦ୍ୟକାର ଏକ ଭଡ଼ା ଘରେ ରହୁଛନ୍ତି। ଏ ବିଷୟରେ ଭୁବନ କହିଛନ୍ତି ଯେ,” ମୋ ଗୀତର କପିରାଇଟ୍‌ ହୋଇଛି । ମୁଁ ଟଙ୍କା ପାଇନାହିଁ, ମୁଁ ଆଉ କେଉଁଠାରେ ବି ଗୀତ ଗାଇ ପାରିବି ନାହିଁ।

କିନ୍ତୁ ଗାଁର ଲୋକମାନେ ଭାବୁଛନ୍ତି ଯେ ମୁଁ ଗୀତ ଗାଇ ବହୁତ ଟଙ୍କା ରୋଜଗାର କରୁଛି। ତେଣୁ ସେମାନଙ୍କୁ କୌଣସି କାମ ପାଇଁ ସେମାନଙ୍କର ଚାହିଦା ଅନୁଯାୟୀ ଦେବାକୁ ପଡିବ। କେବଳ ଗାଁ ନୁହେଁ, ଆଖପାଖର ବିଭିନ୍ନ କ୍ଲବ ଏବଂ ସଂଗଠନ ପକ୍ଷରୁ ତାଙ୍କୁ ଟଙ୍କା ଦେବାକ ଧ-ମକ ଦିଆଯାଉଛି। କିନ୍ତୁ ସଙ୍ଗୀତ ବିନା ମୁଁ ବେକାର। ମୁଁ କେଉଁଠାରୁ ଆଣି ଟଙ୍କା ଦେବି? ମୁଁ ମୋ ପରିବାର ସହିତ ଦୁବରାଜପୁରରେ ଏକ ଘର ଭଡ଼ା ରହିବାକୁ ବାଧ୍ୟ ହୋଇଛି।”

Leave a Reply

Your email address will not be published. Required fields are marked *