ଫ୍ଲପ୍ ହେଲା ଗୋପାଳର ମାଷ୍ଟର ପ୍ଲାନ, ଏବେ ଆଉ ଖସିପାରିବନି ଗୋପାଳ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ଗୋପାଳ ପାଗଳ ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ ଗୋପାଳ ପା-ଗଳ ନୁହନ୍ତି ବୋଲି ଏପରି ତଥ୍ୟ ରଖିଛନ୍ତି ଝାରସୁଗଡ଼ା କୋର୍ଟ। 3 ସପ୍ତାହ ଧରି ଗୋପାଳକୁ ନିଜ ହେପା-ଜତକୁ ନେବା ପାଇଁ କ୍ରାଇମବ୍ରାଞ୍ଚର ଏହି ଆବେଦନ ଖାରଜ କରି କୋର୍ଟ କହିଥିଲେ ଯେ ଗୋପାଳ ପାଗଳ ନୁହନ୍ତି।

ମେଡ଼ିକାଲ ବୋର୍ଡ ଫେବୃଆରୀ 4 ତାରିଖରେ ଝାରସୁଗୁଡ଼ାରେ ଅଭି-ଯୁକ୍ତର ମନସ୍ତାତ୍ତ୍ବିକ ଯାଞ୍ଚ କରି 5 ତାରିଖ ଦିନ ରି-ପୋର୍ଟ ହସ୍ତାନ୍ତର କରିଥିଲେ। ଏହି ରିପୋ-ର୍ଟରେ କୁହାଯାଇଛି ଯେ ମାନସିକ ଯା-ଞ୍ଚ ବେଳେ ଅଭି-ଯୁକ୍ତ ଗୋପାଳ ଦାସ ସଚେତନ ଏବଂ ସତ-ର୍କ ଥିଲା। ଆଖିକୁ ଆଖି ମିଶାଇ କଥା ଶୁଣୁଥିଲା ଏବଂ କହୁଥିଲା।

କଥାବାର୍ତାର ତାଳମେଳ ଠିକଠାକ ରହୁଥିଲା। ସ୍ଥିତି ଅନୁସାରେ ନିଜର ମନୋଭାବ ଠିକ୍‌ ରଖୁଥିଲା। ମାନସିକ ସୁସ୍ଥ ବ୍ୟକ୍ତିଟିଏ ଯେଭଳି ଆଚରଣ କରେ ଗୋପାଳ ଠିକ୍‌ ସେଭଳି ଆଚ-ରଣ କରୁଥିଲା। ବିଚା-ରଧାରା ଏବଂ ଧାରଣାରେ କିଛି ଅସ୍ବାଭାବିକତା ନଥିଲା ବୋଲି ମେଡିକାଲ ବୋର୍ଡ ନିଜ ରିପୋ-ର୍ଟରେ ଉଲ୍ଲେଖ କରିଛି।

ସବୁଠାରୁ ବଡ଼କଥା ହେଉଛି ଜେରା ବେଳେ ମଧ୍ୟ ଅଭି-ଯୁକ୍ତ ବିବେକଶୀଳତାର ପ୍ରଦର୍ଶନ କରିଥିଲା। ମେଡିକାଲ ବୋର୍ଡର ଏଭଳି ରିପୋ-ର୍ଟରୁ ଏହା ସ୍ପଷ୍ଟ ଯେ ଅଭି-ଯୁକ୍ତ ମାନସିକ ରୋଗଗ୍ରସ୍ତ ନୁହନ୍ତି। ମେଡିକାଲ ବୋର୍ଡର ଏହି ରିପୋ-ର୍ଟକୁ ଅଧ୍ୟୟନ କଲା ପରେ ଅଭି-ଯୁକ୍ତର ଆଉ କୌଣସି ମାନସିକ ସ୍ଥିତି ଯା-ଞ୍ଚ କରିବା ଅନାବଶ୍ୟକ ମନେ ହେଉଛି ବୋଲି ଅଦା-ଲତ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ନବ ଦାସ ହ-ତ୍ୟାକା-ଣ୍ଡକୁ ଏକ ମାସରୁ ଅଧିକ ଦିନ ହୋଇସାରିଥିବାବେଳେ ହ-ତ୍ୟାର କାରଣ ଏବେ ଯାଏ ସ୍ପଷ୍ଟ ହୋଇ ପାରିନାହିଁ କିନ୍ତୁ ସେବେଠାରୁ ଏବେ ଯାଏ ଅଭି-ଯୁକ୍ତ ଗୋପାଳ ପାଗଳ ବୋଲି ପ୍ରମାଣିତ କରିବାର ପ୍ରୟାସ କରାଯାଉଛି।

Leave a Reply

Your email address will not be published. Required fields are marked *