କଣ କହିବେ ବବି ମିଶ୍ର, ଅନେଇ ବସିଛି ସାରା ଓଡିଶା, ପିଣ୍ଟୁ କାହିଁକି ଗଲା ଦିଲ୍ଲୀରୁ ହାଇଦ୍ରାବାଦ

ଶହଶହ ପ୍ରଶଂସକ ପିଣ୍ଟୁଙ୍କୁ ଅଶ୍ରୁଳ ବି-ଦାୟ ଦେଇଛନ୍ତି। ପିଣ୍ଟୁଙ୍କ ଏଭଳି ଅକାଲରେ ବିୟୋ-ଗକୁ ନେଇ ବନ୍ଧୁ ଏବଂ ପ୍ରଶଂସକ ଗ୍ରହଣ କରି ପାରୁନାହାନ୍ତି। ପିଣ୍ଟୁଙ୍କୁ ତାଙ୍କ ପୁଅ ଶ୍ରୀୟାନ୍ସ ନନ୍ଦ ମୁ-ଖାଗ୍ନୀ ଦେଇଛନ୍ତି। ପୁରୀ ସ୍ବର୍ଗଦ୍ଵାରରେ ପିଣ୍ଟୁ ନନ୍ଦଙ୍କ ମ-ରଶ-ରୀର ପହଞ୍ଚିବା ପୁର୍ବରୁ ରାସ୍ତାରେ ତାଙ୍କର ପ୍ରଶଂସକମାନେ ଶେଷ ଦର୍ଶନ କରିଥିଲେ।

ସ୍ବର୍ଗ ଦ୍ଵାରରେ ମଧ୍ୟ ଶହଶହ ପ୍ରଶଂସକ ଶେଷ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ।ତେବେ ପିଣ୍ଟୁଙ୍କୁ ନେଇ କଳାକାର ବବି ମିଶ୍ର ବେଶ୍ ଭାବ ବିହ୍ଵଳିତ ହୋଇ ପଡ଼ିଥିବା ବେଳେ ସେ କହିଥିଲେ ଯେ,” ସୁଟିଂ ସେଟ୍‌ରେ ପିଣ୍ଟୁ ସବୁବେଳେ ମୋ ସହ ଝ-ଗଡା କରେ। ସେ ଗଲା ପରେ ମୋ ସହ ଆଉ କିଏ ଝ-ଗଡ଼ା କରିବ।

ମୁଁ ଚାହୁଁନଥିଲି ପିଣ୍ଟୁ ଦିଲ୍ଲୀ ଯାଉ ବୋଲି। ଆପଣମାନେ ପିଣ୍ଟୁଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚାରି ପାରିବେ ମୁଁ ଜମା ବି କହିନାହିଁ ଯେ ପିଣ୍ଟୁ ଦିଲ୍ଲୀକୁ ଯାଉ ବରଂ ମୁଁ ହିଁ କହୁଥିଲି କି ତାକୁ ଆଗ ହାଇଦ୍ରାବାଦ ନିଅ। କିନ୍ତୁ ମୋ କଥା କେହି ଶୁଣିଲେନାହିଁ। ସମସ୍ତେ ତାକୁ ମିଳିମିଶି ଦିଲ୍ଲୀ ନେଇ ଚାଲିଗଲେ।

ଯଦି ତୁମେ ଦିଲ୍ଲୀ ନେଲ ତାହାଲେ ହାଇଦ୍ରାବାଦ ଆଣିବା ପାଇଁ ବିଳମ୍ବ କାହିଁକି କଲ। ଯଦି ପରିବାର ଲୋକ ପ୍ରଥମେ ଲିଭର ଦେବାର ନିଷ୍ପତି ହୋଇଥିଲା ତାହାଲେ ସେ କାମ ହାଇଦ୍ରାବାଦରେ ମଧ୍ୟ ହୋଇପାରିଥାନ୍ତା। ଆଜି ଗୋଟିଏ ଭୁଲ ପାଇଁ ଜୀବନ ଚାଲିଗଲା। ମୋ ଭାଇ କୁ ମୁ ଆଉ ପାଇବି ନାହିଁ”

ସେପଟେ ପିଣ୍ଟୁଙ୍କ ମୁ-ତ୍ୟୁକୁ ନେଇ ବଡ ଭାଇ ଅଭିରାମ ନନ୍ଦ ଦୁଃ-ଖରେ ଭା-ଙ୍ଗି ପଡିଛନ୍ତି। ଅଭିରାମ କହିଛନ୍ତି ଯେ ,”ଘରର ପ୍ରକୃତ ବଡ଼ ପୁଅ ପିଣ୍ଟୁ ଥିଲେ। ସେ ସବୁ ଘରର ଦାୟିତ୍ବ ନେଇଥିଲେ। ସେପଟେ ପିଣ୍ଟୁ ଙ୍କ ଚିକିତ୍ସାରେ ରାଜ୍ୟ ସରକାର ସହଯୋଗ ନକରିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ।

ଓଡ଼ିଶା ସରକାର କଳା ସଂସ୍କୃତି ପ୍ରଚାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହକି ଖେଳର ପ୍ରଚାର ନାମରେ ବାହାରି ଅଣଓଡ଼ିଆ କଳାକାର ଆଣି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଜଣେ ପ୍ରତିଭାବାନ ଓଡ଼ିଆ କଳାକାରର ଚିକିତ୍ସାରେ କୌଣସି ଆର୍ଥିକ ସାହାଯ୍ୟ ନଦେବା ଅତି ଦୁଃ-ଖ ଦାୟକ କଥା।”

Leave a Reply

Your email address will not be published. Required fields are marked *