ଗୀତ ରିଲିଜ ହେବା ପୂର୍ବରୁ ଚାଲିଗଲେ ପିଣ୍ଟୁ, ଗୀତକୁ ଯିଏ ଶୁଣୁଛି ସିଏ କାନ୍ଦି ପକାଉଛି।

ଓଡ଼ିଆ ଚଳଚ୍ଚିତ୍ର ‘ରାଣ୍ଡି ପୁଅ ଅନନ୍ତା’ରେ ନିଜ ଗାଁ’ ପାଇଁ ଜୀବନ ଦେବାର ଜୀ-ବନ୍ତ ଅଭିନୟ କରି ‌ଲୋକପ୍ରିୟ ଅଭିନେତା ପାଲଟିଯାଇଥିବା ପିଣ୍ଟୁ ନନ୍ଦ ଆଜି ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି।

ଲିଭର ସିରୋସିସରେ ଆ-କ୍ରାନ୍ତ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ପ୍ରା-ଣ ହରାଇବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ଶେଷ ନିଦ୍ରାରେ ଶୋଇଥିବା ଦେଖି ଅନେକ କୋହ ସମ୍ଭରଣ କରିପାରିନଥିଲେ।

21 ନମ୍ବର ପିଣ୍ଡିରେ ତାଙ୍କର ଦାହ କରାଯାଇଥିଲା। ମର ଶରୀର ନିକଟରେ ଅଭିନେତା ବବି ମିଶ୍ର, ଗୁଡୁ, ରାନୀ ପ୍ରିୟଦର୍ଶିନୀ, ମିଟୁ ମିଥୁନ, ସମୀର ଶତପଥୀଙ୍କ ସମେତ ବହୁ କଳାକାର ଏବଂ ପିଣ୍ଟୁ ନନ୍ଦଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଶେଷ ଦର୍ଶନ କରିଥି୍ଲେ।

ତେବେ ଏହାରି ଭିତରେ ପିଣ୍ଟୁ ନନ୍ଦଙ୍କର ଏକ ଗୀତ ରିଲିଜ ହୋଇଛି, ଯାହା ସେ ନିଜ କଣ୍ଠରେ ଗାଇଛନ୍ତି। ଏହାସହ ଗୀତକୁ ନିର୍ଦେଶନା ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର। ଗୀତକୁ ଯିଏ ଦେଖୁଛି ସିଏ କା-ନ୍ଦୁଛି। ନିଜ କୋହକୁ ରୋକି ପାରୁନାହାନ୍ତି ଲୋକେ।

ଏପର୍ଯ୍ୟନ୍ତ ଗୀତଟି ଲକ୍ଷେ ଲକ୍ଷେ ଭିଉ ପାଇଲାଣି। ଏହି ଗୀତ ପିଣ୍ଟୁ ଆମକୁ ପୁରୁଣା ସ୍ମୃତି ମନେ ପକେଇଦବା ସହ କଳିଯୁଗରେ ପ୍ରେମ କରନାହିଁ ବୋଲି କହିଛନ୍ତି। ଗୀତ ଶୁଣିବାକୁ ଯେତେ ସୁନ୍ଦର ଲାଗୁଛି ପିଣ୍ଟୁଙ୍କ କଥା ମନେ ପଡିଲେ ସେତିକି କା-ନ୍ଦ ମଧ୍ୟ ଲାଗୁଛି। କିନ୍ତୁ ସେ ଯାହା ହେଉ ପଛେ ପିଣ୍ଟୁଙ୍କ ଏହି ଶେଷ ଗୀତ ତାଙ୍କର ଏକ ସ୍ମୃତି ପରି ଆମ ପାଖରେ ଚିରଦିନ ପାଇଁ ରହିବ।

Leave a Reply

Your email address will not be published. Required fields are marked *