ଯାହା କହିଥିଲେ ଦିଲ୍ଲୀ ଡାକ୍ତର, ତାହା ଘଟିଥିଲା PINTUଙ୍କ ସହ

ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସ-ମ୍ପନ୍ନ ହୋଇଛି। ବଡ଼ଭାଇ ଅଭିରାମଙ୍କ ପୁଅ ସାଇ ତାଙ୍କୁ ମୁ-ଖାଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା

ସମ୍ପର୍କୀୟଙ୍କ କା-ନ୍ଦ ବୋବାଳିରେ ସ୍ବର୍ଗଦ୍ୱାର ଫା-ଟି ପଡ଼ୁଥିଲା। ତାଙ୍କ ଶେଷକୃତ୍ୟ ଦେଖିବା ପାଇଁ ସ୍ବର୍ଗଦ୍ୱାରରେ ଜନସାଧାରଣଙ୍କ ଭିଡ଼ ଜମିବା ସହ ଓଲିଉଡ୍‌ର କେତେକ ବରିଷ୍ଠ କଳାକାର ଉପସ୍ଥିତ ରହି ତାଙ୍କୁ ଶେଷ ବି-ଦାୟ ଦେଇଛନ୍ତି।

ଏହି ସମୟରେ ଅଭିନେତା ବବି ମିଶ୍ର, ଗୁଡ଼ୁ, ରାନୀ, ପ୍ରିୟଦର୍ଶିନୀ, ମିଟୁ ମିଥୁନ, ବସନ୍ତ ନାୟକ, ସମୀର ଶତପଥୀଙ୍କ ଭଳି ଅନେକ ବରିଷ୍ଠ କଳାକାର ନିର୍ଦ୍ଦେଶ ଉପସ୍ଥିତ ରହିଥିଲେ। ସୂଚନା ମୁତାବକ ଅପରାହ୍ନ 1:40ରେ ପିଣ୍ଟୁଙ୍କ ମୃ-ତଦେ-ହ ସ୍ବର୍ଗଦ୍ୱାରରେ ପହଞ୍ଚିଥିବା ବେଳେ ପାଖାପାଖି 2:50 ରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

ତେବେ ଦେଖିବାକୁ ଗଲେ ଦିଲ୍ଲୀ ଡାକ୍ତରଙ୍କ କଥା ସତ ହୋଇଥିଲା। ସେ ଯାହା କହିଥିଲେ ତାହା ହିଁ ହେଲା। ସେ ଯେତେବେଳେ ଦେଖିଲେ ଯେ ପିଣ୍ଟୁଙ୍କ ଲିଭର ସହ ତାଙ୍କ ପରିବାର ଲୋକଙ୍କ କାହାର ମଧ୍ୟ ଲିଭର ମିଶୁ ନାହିଁ ସେତେବେଳେ ସେ ସଙ୍ଗେ ସଙ୍ଗେ ପିଣ୍ଟୁଙ୍କୁ ନେଇ ହାଇଦ୍ରାବାଦ ଚାଲିଯିବାକୁ କହିଥିଲେ।

କାରଣ ସେ ଜାଣିଥିଲେ ଯେ ଯଦି ଶୀଘ୍ର ଲିଭର ଟ୍ରାନ୍ସପ୍ଲାଣ୍ଟ ନ ହୁଏ ତେବେ ପିଣ୍ଟୁଙ୍କ ଜୀବନ ମଧ୍ୟ ଚାଲିଯାଇପାରେ। ହାଇଦ୍ରାବାଦ ଯଶୋଦା ହସ୍ପିଟାଲ ରେ ଲିଭର ସହଜରେ ମିଳିଯାଏ। କିନ୍ତୁ ଟିକେ ଅପେକ୍ଷା କରିବାକୁ ପଡେ। ପିଣ୍ଟୁଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡିଥିଲା। କିନ୍ତୁ ପିଣ୍ଟୁ ଆଉ ସହ୍ୟ କରି ପାରିଲେ ନାହିଁ ଆଉ ଆଜି ଆରପାରିକୁ ଚାଲିଯାଇଛନ୍ତି।

Leave a Reply

Your email address will not be published. Required fields are marked *