ଛା-ଡପ-ତ୍ର ପରେ ଆଉ ସ୍ୱାମୀ କଣ, ଭାଉଜ ସେତେବେଳେ ତ ଆସିଲେନି ଏବେ କାହିଁକି ଆସିବେ

ଚିକିତ୍ସା ପାଇଁ ଦିଲ୍ଲୀ ଯିବାବେଳେ କହିଥିଲେ ଫେରି ଆସିବେ। ପ୍ରତି-ଶ୍ରୁତି ଦେଇଥିଲେ ଯେ ଅଭିନୟ ମାଧ୍ୟମରେ ପୁଣି ଥରେ ହସାଇବେ ଆଉ ସମସ୍ତଙ୍କ ଗହଣରେ ଜୀବନ କା-ଟିବେ ବୋଲି। କିନ୍ତୁ ମୃ-ତ୍ୟୁ ଆଗରେ ମି-ଛ ହୋଇଗଲା ସବୁ ପ୍ରତି-ଶ୍ରୁତି। ଅଫେରା ରାଇଜକୁ ଫେରିଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ।

ପିଣ୍ଟୁଙ୍କ ମୃ-ତ୍ୟୁ ପରେ ଓଡ଼ିଆ ଧାରାବାହିକର ହାସ୍ୟ ଅଭିନେତା ବିକାଶ ନାୟକ କହିଛନ୍ତି ଯେ, “ପିଣ୍ଟୁ ଭାଇ ଆମ ସମସ୍ତଙ୍କୁ ଠକି ଚାଲିଗଲେ। ଆମର ସବୁ ଆଶାରେ ପାଣି ପକାଇଦେଲେ ପିଣ୍ଟୁ ଭାଇ। ମୁଁ ନିଜେ ଦେଖିଛି ସେ ଦିନକୁ ଦିନ ଝଡ଼ିବାରେ ଲାଗୁଥିଲେ।

ମୁଁ ଯେତେବେଳେ ତାଙ୍କୁ ଝଡ଼ିବାର କାରଣ ପଚାରିଲି ସେ କହିଲେ କି ମୁଁ ଏବେ ବ୍ୟାୟାମ କରୁଛି। କିନ୍ତୁ ପ୍ରକୃତରେ ତାଙ୍କ ଦେହରେ ଥିବା ରୋଗ କାରଣରୁ ସେ ଝଡିଯାଉଥିଲେ। ତାଙ୍କର ଛା-ଡପ-ତ୍ର ହେବା ଦିନ ଠାରୁ ସେ ଏହିପରି ଅବସ୍ଥାରେ ଥିଲେ। ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଦେଇଥିଲେ। ଦୁହେଁ ଅଲଗା ରହୁଥିଲେ। ପିଣ୍ଟୁ ଭାଇ ପ୍ରେମ କରି ବିବାହ କରିଥିଲେ ସତ କିନ୍ତୁ ଭଲପାଇବାର କୌଣସି ସୁଖ ତାଙ୍କୁ ମିଳିନାହିଁ।

ଛା-ଡପ-ତ୍ର ହେବା ପରେ ପିଣ୍ଟୁ ଭାଇଙ୍କୁ ଜମା ଦେଖା କରିବାକୁ ଆସିନାହାନ୍ତି ତାଙ୍କ ସ୍ତ୍ରୀ। ଛାଡପତ୍ର ପରେ ଆଉ ସ୍ୱାମୀ କଣ। ସେ ଦେହ ଖରାପ ଥିଲା ବେଳେ ତ ଦେଖା କରିବାକୁ ଆସିଲେନି, ଏବେ ମୃ-ତ୍ୟୁ ପରେ କାହିଁକି ଆସିବେ।”

ତେବେ 17 ଦିନର ଅପେକ୍ଷା ପରେ ଏବଂ ସହାୟତା ପାଇଁ ନିବେଦନ ସତ୍ତ୍ୱେ କେହି ଡୋନର୍ ନମିଳିବାରୁ ଆଖି ବୁଜିଦେଲେ ପିଣ୍ଟୁ। ଏଭଳି ଅଭା-ବନୀୟ ଘଟ-ଣାକୁ ନେଇ ରାଜ୍ୟ ସରକାରଙ୍କୁ ଟା-ର୍ଗେଟ କରିଛନ୍ତି ସିନେ କଳାକାର ସଂଘ ସଂପାଦକ ଶ୍ରୀତମ ଦାସ। କହିଛନ୍ତି ଯେ, ସରକାର ଯଦି ମୁଣ୍ଡ ପୂରାଇଥାନ୍ତେ ତେବେ ପିଣ୍ଟୁର ଅକାଳ ମୃ-ତ୍ୟୁ ହୋଇନଥାନ୍ତା।

ବଞ୍ଚିଥିବା କଳାକାରଟିକୁ ଚିହ୍ନୁନଥିବା ମୁଖ୍ୟମନ୍ତ୍ରୀ ମଲାପରେ କେମିତି ଚିହ୍ନିଲେ ବୋଲି ନବୀନଙ୍କ ଟ୍ୱିଟକୁ ଲକ୍ଷ୍ୟ କରି ପ୍ରଶ୍ନ କରିଛନ୍ତି ଶ୍ରୀତମ। ତେଣେ କଳାକାରଙ୍କୁ ସହାୟତା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ କହି ହାତ ଟେକିଦେଇଛନ୍ତି ସଂସ୍କୃତି ମନ୍ତ୍ରୀ।

ସେହି ଭର୍ସାଟାଇଲ କଳାକାର ଆଜି ଦୁନିଆର ରଙ୍ଗମଞ୍ଚରୁ ବି-ଦାୟ ନେଇଛନ୍ତି।ଯାହାଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ୱରରେ ପିଣ୍ଟୁଙ୍କ ମୃ-ତଦେ-ହ ରହିବ। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସ-ତ୍କାର ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *