ପିଣ୍ଟୁଙ୍କ ଆସିବା ବାଟକୁ ଚାହିଁ ରହିଛି କୁକୁର ଟିପୁ, ମାଲିକ ଆସିବେ ଆଉ ଟିପୁ ବିସ୍କୁଟ ଖାଇବ

ବାଟକୁ ଚାହିଁ ବସିଛି କୁକୁର ଟିପୁ। କିନ୍ତୁ ଆଉ ଫେରୁନାହାନ୍ତି ପିଣ୍ଟୁ। ଆଜ୍ଞା ହଁ ପିଣ୍ଟୁ ନନ୍ଦ ଏକ କୁକୁର ପାଲିଥିଲେ ଯାହାର ନାମ ଟିପୁ। ନିଜ ଘରେ ରଖୁନଥିଲେ ସତ କିନ୍ତୁ ଯେଉଁଠାକୁ ଯାଇ ସାଙ୍ଗମାନଙ୍କ ସହ ବସି ଖଟି କରୁଥିଲେ ସେହିଠାରେ ହିଁ କୁକୁର ଟିପୁ ସହ ଖେଳୁଥିଲେ।

ତାକୁ ବିସ୍କୁଟ ଖାଇବାକୁ ଦେଉଥିଲେ। କିନ୍ତୁ ଆଜି ପିଣ୍ଟୁଙ୍କୁ ନପାଇ ସେ ବହୁତ ଦୁଖୀ ଅଛି। ଏଣେତେଣେ ହୋଇ ପିଣ୍ଟୁଙ୍କୁ ଖୋଜି ପକାଉଛି। ପିଣ୍ଟୁଙ୍କୁ ଏହିପରି ଖୋଜି ଖୋଜି ଟିପୁ କିଛି ଦିନ ହେବ ଖାଇବା ପିଇବା ଛାଡି ଦେଇଛି। ଯଦି ଟିପୁ କଥା କହି ପାରିଥାନ୍ତା ତେବେ ସେ ନିଶ୍ଚିତ କହିଥାନ୍ତା ଯେ ମୋ ମାଲିକ କାହାନ୍ତି। ମୁଁ କାହିଁକି ତାଙ୍କୁ ପାଉନାହିଁ। ଦୟା କରି ମୋ ମାଳିକକୁ ଫେରାଇ ଆଣନ୍ତୁ।

ତେବେ ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଗତକାଲି ବିଳମ୍ବିତ ରାତିରେ ପରଲୋକକୁ ଚାଲିଯାଇଛନ୍ତି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପର-ଲୋକ ହୋଇଛି। ଦୀର୍ଘଦିନ ପିଣ୍ଟୁ ଯକୃତ ଜନିତ ରୋଗରେ ପୀ-ଡ଼ିତ ଥିଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପ୍ରାରମ୍ଭିକ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥାନତରଣ କରାଯାଇଥିଲା।

ପରେ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପିଣ୍ଟୁ ନନ୍ଦ ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁ ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀ-ଡ଼ିତ ଥିଲେ। ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ।

ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ।ତାଙ୍କ ଅପରେସନ ଅନେକକ କଳାକାର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସାହାଯ୍ୟ କରିଥିଲେ। କିନ୍ତୁ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ ସେ ଜୀବନ ଯୁ-ଦ୍ଧରେ ହାରିଗଲେ।

Leave a Reply

Your email address will not be published. Required fields are marked *