ପିଣ୍ଟୁ ନନ୍ଦ ଆଉ ଫେରିବେନି, ଭୁବନେଶ୍ୱର ରୁ ଦିଲ୍ଲୀ, ଦିଲ୍ଲୀରୁ ହାଇଦ୍ରାବାଦ ହୋଇପାରିଲାନି ଲିଭର ଟ୍ରାନ୍ସପ୍ଲାଣ୍ଟ

ସମସ୍ତଙ୍କୁ ଛାଡି ଏବେ ଚାଲିଯାଇଛନ୍ତି ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ରାତି 11 ଟା 25 ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେ-ହାନ୍ତ ହୋଇଛି।

ପିଣ୍ଟୁଙ୍କ ପରଲୋକକୁ ନେଇ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଶ୍ରୀତମ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 45 ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋ-କର ଛା-ୟା ଖେଳି ଯାଇଛି। ଲିଭର୍ ସିରୋସିସ୍‌ରେ ପୀ-ଡ଼ିତ ହେବା ପରେ ଗୁରୁ-ତର ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ।

ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। କିନ୍ତୁ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହୋଇ ପାରି ନଥିଲା। ତେବେ ଦୁଃ-ଖର କଥା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦ ଶେଷ ନି-ଶ୍ୱାସ ତ୍ୟା-ଗ କରିଛନ୍ତି। ପରିବାରଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଭଗବାନଙ୍କୁ ଡାକୁଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ।

Leave a Reply

Your email address will not be published. Required fields are marked *