ପିଣ୍ଟୁ ଭାଇ ତ ଦିଲ୍ଲୀ ଗଲେ, ମିଟୁ ଭାଇ ରାଞ୍ଚି ଯିବେ । ମୁଁ ତୋ ପ୍ରୁଫ ଦେଲି ଏବେ ତମେ ଆସି କାନ ଧରିବ ତ?

ତେବେ ବନ୍ଧୁଗଣ ବର୍ତମାନ ସମୟରେ ପିନ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗି ଚର୍ଚ୍ଚାକୁ ଆସିଥିବା ମିଟୁ ମିଥୁନଙ୍କୁ ନେଇ ଏବେ ଚର୍ଚ୍ଚା । କିଛିଦିନ ତଳେ ଏକ ଭିଡ଼ିଓରେ ମିଟୁ ମିଥୁନ କହିଥିଲେ କି ଆମ ଓଡିଆ ଇଣ୍ଡଷ୍ଟ୍ରିରେ ମାତ୍ର ୩ ଜଣ ଅର୍ଥାତ୍ ଅନୁଭବ ଅରିନ୍ଦମ ବାବୁଶାନ କେବଳ ହିରୋ ବାକି ସବୁ ଆ ଥୁ । ଯାହାକୁ ନେଇ ବି-ବାଦ ହେଇଥିଲା । ତେବେ ବନ୍ଧୁଗଣ ବର୍ତମାନ ସମୟରେ ସେହି ବିଷୟକୁ ନେଇ ମିଡ଼ିଆ ସାମ୍ନାରେ କଡ଼ା ମନ୍ତବ୍ୟ ଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଭିନେତା ରାଜବୀର ।

ନିକଟରେ ଏକ ସାକ୍ଷାତକାରରେ ରଜବୀର କହିଛନ୍ତି ଯେ, “ପିଣ୍ଟୁ ଭାଇ ତ ଦିଲ୍ଲୀ ଗଲେ, ମିଟୁ ଭାଇ ରାଞ୍ଚି ଯିବେ ମୋତେ ଲାଗୁଛି” । ତେବେ ମିଟୁ ମିଥୁନ ପ୍ରତି-କ୍ରିୟା ରଖି କହିଥିଲେ ମୁଁ ଏପରି କହିନି କିନ୍ତୁ ରାଜବିର ଭିଡ଼ିଓ ସହିତ ପ୍ରମାଣ ଦେଇ ଦେଖାଇଛନ୍ତି ଏବଂ କହିଛନ୍ତି କି ଓଡ଼ିଆ ହିରୋ କଣ ବିଏମ୍ସି ଡଷ୍ଟିବିନ, ତୁମେ ଛେପ ପକେଇବ, କେବଳ ସେଇ ତିନିଜଣ ସହିତ ସିନେମା, ଆଉ କାହା ସହିତ କାମ କରନି ।

ଏହା ସହିତ ରାଜବୀର ଆହୁରି କହିଛନ୍ତି କି, “ମିଟୁ ମିଥୁନ ଭାଇ କେତେବେଳେ କଣ ଏବେ କହି ଦେଉଛନ୍ତି ତାଙ୍କ ମତିଭ୍ରମ ହେଲାଣି ସେ ରାଞ୍ଚି ଯିବେ । ମୁଁ ତ ପ୍ରମାଣ ଦେଲି ସେ କାନ ଧରି ଭୁବନେଶ୍ୱର ଆସିବେ କି ? ଏବେ ଓଡ଼ିଶାର ସବୁ ଦର୍ଶକବନ୍ଧୁ ମାନେ ଡିସାଇଡ୍ କରିବେ ଯେ ମିଟୁ ଭାଇ କଉ ଭଳି ଭାବରେ ଆସିବେ । କାନ ଧରିକି କି ଗଡ଼ି ଗଡ଼ି କି ପେଟେଇ ପେଟେଇ ।

ଦେଖନ୍ତୁ ମିଟୁ ମିଥୁନ ଭାଇ ବହୁତ୍ ସିନିୟର୍ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ପୁରୁଣା ଲୋକ ସେ ମୁଁ ତାଙ୍କୁ ବହୁତ୍ ସମ୍ମାନ କରେ । କିନ୍ତୁ ଏଇ ୨ଦିନ ହେଲା ଦେଖୁଛି ସୋସିଆଲ ମିଡ଼ିଆରେ କହୁଛନ୍ତି ମୁଁ ଭୁଲ୍ କିଛି କହିନି ବୋଲି । ଆରେ ଯଦି ତୁମେ କିଛି ଭୁଲ୍ କରିନ ତେବେ ଏତେ ବଡ଼ କଥା କହିଲି କେମିତି ମୁଁ । ମୁଁ କେବେ ବି ବାଇଟ୍ ଦେଇ ନାହାଁନ୍ତି କିନ୍ତୁ ମିଟୁ ଭାଇ ବାରମ୍ବାର କହୁଛନ୍ତି ପ୍ରୁଫ ଦିଅ ସେଥିପାଇଁ ବାଧ୍ୟ ହେଇକି ଏସବୁ ମିଡିଆ ସାମ୍ନାରେ ଆସି କହିବାକୁ ପଡ଼ିଲା ମୋତେ” ।

Leave a Reply

Your email address will not be published. Required fields are marked *