ଆଗରୁ ଶାଶୂଘରଲୋକେ ବିଦ୍ୟୁତ କା-ଟିଦେଇଥିବା ବେଳେ, ଏବେ ତପସ୍ୱିନୀଙ୍କ ବିଲ ଭରିବେ ସୁମିତ।:-

ଦୀର୍ଘ ଏକ ବର୍ଷ ପରେ ପୁଣି ସାମ୍ନାକୁ ଆସିଲେ ବହୁ ଚର୍ଚ୍ଚିତ ତପସ୍ଵିନୀ ଦାସ।ତପସ୍ଵିନୀ ଦୀର୍ଘ ଏକ ବର୍ଷ ହେଲା ବ୍ରହ୍ମପୁର ବ୍ରହ୍ମାନଗରରେ ଥିବା ସୁମିତଙ୍କ ଘର ଉପରେ ରହୁଛନ୍ତି। ଘର ଉପରେ ରହିବା ନେଇ କୋର୍ଟ ତାଙ୍କୁ ନି-ର୍ଦ୍ଦେଶ ଦେଇଥିଲେ।

ତପସ୍ଵିନୀ ଗତ କିଛି ମାସ ହେଲା ଓଡ଼ିଶା ପ୍ରଶାସନିକ ସେବା ଅର୍ଥାତ ଓଡିଶା ସିଭିଲ ସର୍ଭିସ ପାଇଁ ପାଠ ପଢ଼ୁଛନ୍ତି। ତେବେ ଫେବୃଆରୀ 1 ତାରିଖ ଦିନ ତପସ୍ୱିନୀ ଅଭି-ଯୋଗ କରିଥିଲେ ଯେ ଗତ ଚାରି ଦିନ ଧରି ତାଙ୍କ ଶାଶୂ ଘର ଲୋକେ ବିଦ୍ୟୁତ କା-ଟିଦେଇଛନ୍ତି।

ବିଦ୍ୟୁତ ବନ୍ଦ ରହିଥିବା ଯୋଗୁଁ ପାଠ ପଢିବା ସହ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ତପସ୍ଵିନୀ କହିଥିଲେ। ତପସ୍ଵିନୀ ବାରମ୍ବାର ଶଶୁର ଘର ଲୋକଙ୍କୁ ବିଦ୍ୟୁତ ସଂଯୋଗ କରିବା ନେଇ କହୁଥିଲେ ସୁଦ୍ଧା ସେମାନେ ଶୁଣୁ ନଥିଲେ।

ତେଣୁ ଏହି ଅଭି-ଯୋଗକୁ ନେଇ ତପସ୍ଵିନୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରି ନିଜର ଅଭି-ଯୋଗ ଜଣାଇଥିଲେ। ଏହାପରେ ଏବେ ନ୍ୟା-ୟ ଦେଇ ଏସପି କହିଛନ୍ତି ଯେ ସେମାନେ ବିଦ୍ୟୁତ ସଂଯୋଗ କରାଇବେ ଏବଂ ସେମାନେ ହିଁ ବିଦ୍ୟୁତ ବିଲ ଦେବେ। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

Leave a Reply

Your email address will not be published. Required fields are marked *