ରାଣୀ ପଣ୍ଡା ତ ଝିଅ ଟେ ..ସେ କଣ ଅଲଗା କରିବ ..ତାର ଅଲଗା କଣ ଅଛି ?

ଖଣ୍ଡଗିରି ଯାତ୍ରାରେ ପୁଣି ମଂଚ ଦୁଲକେଇଛନ୍ତି ରାଣୀ ପଣ୍ଡା । ଆଇଟମ ଗୀତରେ ପୁଣି ଝୁମିଛନ୍ତି ଦର୍ଶକ । ହେଲେ ମେଲୋଡିରେ ନୁହେଁ ନାଟକରେ ଦେଖିଲେ ରାଣୀ ପଣ୍ଡାଙ୍କ ଆଇଟମ ଡାନ୍ସ । ରାଣୀ ପଣ୍ଡାଙ୍କ ଜୀବନିକୁ ନେଇ ପ୍ରସ୍ତୁତ “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକ ଲଢିବ ରାଣୀ ପଣ୍ଡା”ର ନାଟକର ଏ ହେଉଛି ଦୃଶ୍ୟ । ଆଉ ନାଟକରେ ନିଜେ ରାଣୀ ପଣ୍ଡା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । କେବଳ ଡ୍ୟାନ୍ସ ନୁହେଁ ଚରିତ୍ର ଅଭିନୟରେ ଦର୍ଶକଙ୍କ ଆଖିରେ ଲୁ-ହ ଆଣି ଦେଇଥିଲେ ରାଣୀ ପଣ୍ଡା । ରାଣୀ ପଣ୍ଡାଙ୍କ ନାଚ ଓ ଅଭିନୟରେ ପ୍ରଥମଦିନ ହାଉସଫୁଲ ହେଲା ସ୍ୱର୍ଣ୍ଣମନ୍ଦିରର ଅନୁସ-ନ୍ଧାନମୂଳକ ନାଟକ ।

ଯେଉଁ ଦର୍ଶକ ରାଣୀ ପଣ୍ଡାଙ୍କ ନାଚରେ ସିଟି ମାରୁଥିଲେ, ଏବେ ସେହି ଦର୍ଶକ ରାଣୀ ପଣ୍ଡାଙ୍କ ଚମକ୍ରାର ଅଭିନୟ ଦେଖି ତାଳି ମାରି ପ୍ରଶଂସା ମଧ୍ୟ କରିଛନ୍ତି । ରାଣୀଙ୍କ ଜୀବନରେ ବହୁତ କିଛି ଘ-ଟିଛି ହେଲେ ଏଥିପ୍ରତି ତାଙ୍କ କୌଣସି ଅନୁତାପ ନାହିଁ । କୁହନ୍ତି ଦର୍ଶକଙ୍କ ଭଲ ପାଇବା ତାଙ୍କର ଶ୍ରେଷ୍ଠ ପାଉଣା । ଅତୀତରେ ଖଣ୍ଡଗିରି ଯାତ୍ରାରେ ରାଣୀ ପଣ୍ଡାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ବଡ ବି-ବାଦ ଦେଖା ଦେଇଥିଲା ।

ତେଣୁ ଏଥର ଆଇଟମ ଡ୍ୟାନ୍ସ ନୁହେଁ ବଂର ନିଜର ଅଭିନୟର ଯାଦୁଗରୀ ଦେଖାଇବା ପାଇଁ ଚିନ୍ତା କରିଥିଲେ ରାଣୀ ପଣ୍ଡା । ଆଉ ତାଙ୍କ ନିଜ ଜୀବନୀକୁ ନେଇ ପ୍ରସ୍ତୁତ ନାଟକ ଦେଖିବା ପାଇଁ ଯାତ୍ରା ପ୍ରେମୀ ଓ ରାଣୀ ପଣ୍ଡାଙ୍କ ପ୍ରଶଂସକଙ୍କ ପ୍ରବଳ ଗହଳି ଜମିଥିଲା । ରାଣୀ ପଣ୍ଡା ନାଁ ଶୁଣିଲେ ଯାତ୍ରା ହାଉସଫୁଲ । ରଣୀ ପଣ୍ଡାଙ୍କ ପ୍ରତି ଥିବା ଦର୍ଶକ ମନଙ୍କର ଆକ୍ରୋଶ ଓ ଭଲ ପାଇବା ତାହା ଖଣ୍ଡଗିରି ମେଳାରେ ଟିକେଟ କାଉଣ୍ଟରରେ ଲାଗିଥିବା ଭିଡ଼ରୁ ସ୍ପଷ୍ଟ ଜଣା ପଡ଼ିଯାଉଥିଲା । ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଲୋକେ କିଏ ୨ଟା, ୩ଟା ୪ଟା ଏଭଳି ଟିକେଟ ୨୫୦/- ଟଙ୍କା ଦେଇ କିଣି ନେଉଥିଲେ ।

ଉପସ୍ଥିତ ଦର୍ଶକ ମାନଙ୍କୁ ଯେତେବେଳେ ରାଣୀ ପଣ୍ଡାଙ୍କ ବିଷୟରେ ପଚରା ଯାଇଥିଲା ଜଣେ ଦର୍ଶକ ଉତ୍ତର ଦେଇଥିଲେ, ରାଣୀ ଯାହା ଭି କରନ୍ତୁ ସେଟା ତାଙ୍କର ପର୍ଶନାଲ ଚଏସ । ଲୋକମାନେ କଣ କହିଲେ କଣ ନାହିଁ ମୁଁ ଜାଣିନି କିନ୍ତୁ ମୁଁ କହିବି ରାଣୀ ପଣ୍ଡା ତା ବାଟରେ ଠିକ୍ ଅଛି । ଆଉ ଆଜି ମୁଁ ରଣୀଙ୍କ ଅଭିନୟ ଯାଦୁ ଦେଖିବାକୁ ଏଠାକୁ ଆସିଛି” । ତେବେ ଆଉ ଜଣେ ଦର୍ଶକ ମନ୍ତବ୍ୟ ଦେଇଥିଲେ ଯେ, ” ରାଣୀ ପଣ୍ଡା ତ ଝିଅଟେ ସେ କଣ ଅଲଗା କରିବ ତାର ଅଲଗା କଣ ଅଛି” ?

Leave a Reply

Your email address will not be published. Required fields are marked *