ଅଧା ରାସ୍ତାରୁ ନିଜର ବାଇକକୁ ଠେଲି ଠେଲି ଆଗକୁ ନେଉଛନ୍ତି ଧୋନୀ, ଭିଡ଼ିଓ ହେଲା ଭାଇରାଲ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବରେ ଜଣାଶୁଣା ଏମ୍ଏସ୍ ଧୋନିଙ୍କୁ ପୁରା ଭାରତ ଜାଣିଛି। ତେବେ ଆପଣ ମାନେ ଏହା ମଧ୍ୟ ଜାଣିଥିବେ ଯେ ଧୋନୀ ଜଣେ ବାଇକ ଏବଂ କାର ଲଭର ଅଟନ୍ତି। ଭିଣ୍ଟେଜ୍, କ୍ଲାସିକ୍ କାର୍ ଏବଂ କ୍ଲାସିକ ବାଇକ୍ ପ୍ରତି ତାଙ୍କର ଏକ ବହୁତ ବଡ଼ ଦୁର୍ବଳତା ରହିଛି। ତାଙ୍କର ବାଇକ ଏବଂ କାର କଲେକ୍ସନକୁ ଦେଖିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ।

ତାଙ୍କର କଲେକ୍ସନରେ Yamaha RX 100s, Harley-Davidson Fat Boy ,Kawasaki Ninja H2 ଏବଂ Confederate Hellcat X132 ସହିତ ଆହୁରି ଅନେକ ଅତ୍ଯାଧୁନିକ ମୋଟରସାଇକେଲ ରହିଛି। ତେବେ ତାଙ୍କର ଏତେ ବାଇକ କଲେକ୍ସନ ଭିତରେ ଗୋଟିଏ ବାଇକ ହେଉଛି Yamaha RD350। ଏହା ଏକ ଆଇକନିକ୍ ମଟର ସାଇକେଲ ଅଟେ।

ବାଇକ୍ ଲଭର୍ ମାନଙ୍କ ମଧ୍ୟରେ ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ମୋଟରସାଇକେଲ୍ ଅଟେ। ଏଭଳି 2ଟି ମୋଟରସାଇକେଲର ମାଲିକ ହେଉଛନ୍ତି ଧୋନି।ଏବେ ଧୋନୀଙ୍କର ଏହି ବାଇକକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ yamaha RD350 ମୋଟରସାଇକେଲ ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଜଣେ ବ୍ଳଗର୍ ତାଙ୍କ ୟୁଟ୍ୟୁବରେ ସେୟାର କରିଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଏମଏସ ଧୋନିଙ୍କ ରାଞ୍ଚି ସ୍ଥିତ ବାସଭବନ ବାହାରେ ୟୁଟ୍ୟୁବର ମାନେ ତାଙ୍କର ଟିକେ ଝଲକ୍ ପାଇବାକୁ ଅପେକ୍ଷା କରି ବସି ରହିଥିଲେ। ଏହି ଅପେକ୍ଷା ଭିତରେ ହଠାତ ଧୋନି ତାଙ୍କ ୟାମାହା RD350 ମୋଟରସାଇକେଲରେ ଘରକୁ ପ୍ରବେଶ କରିଥିଲେ। ଧୋନି ପ୍ରବେଶ କରିବା ସମୟର ଭିଡିଓକୁ ବ୍ଳଗର୍ ରେକର୍ଡ କରିବାରେ ସଫଳ ହୋଇଥିଲେ।

ଧୋନି ଗେଟ୍ ଭିତରକୁ ଠିକ ଯିବା ବେଳକୁ ବାଇକଟି ବନ୍ଦ ହୋଇଯାଇଥିଲା। ତେବେ ବାଇକକୁ ଷ୍ଟାର୍ଟ କରିବା ପାଇଁ ସେ ବାରମ୍ବାର କିକ୍ ମାରିବା ଆରମ୍ଭ କରିଥିଲେ ଏବଂ ଷ୍ଟାର୍ଟ ନହେବାରୁ ଗୋଡରେ ଗଡାଇ ଗଡାଇ ନେଉଥିଲେ। ଅନେକ ଚେଷ୍ଟା ପରେ ଧୋନିଙ୍କ ବାଇକ୍ ଟି ଶେଷରେ ଷ୍ଟାର୍ଟ ହୋଇଯାଇଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *