କ୍ରିକେଟ ପଡ଼ିଆରେ ଅଦ୍ଭୁତ ଢଙ୍ଗରେ କ୍ୟାଚ ଧରିଲେ ମାଇକେଲ ନସିର, ଲୋକ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

କ୍ରିକେଟ ପଡ଼ିଆରେ ଖେଳାଳିମାନେ ବିଭିନ୍ନ ପ୍ରକାରର ଢଙ୍ଗରେ କ୍ୟାଚ ଧରୁଥିବାର ଆପଣ ଦେଖିଥିବେ। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ତେବେ ଏହିପରି ଏକ ଅଦ୍ଭୁତ କ୍ୟାଚ ଏବେ ବିଗ ବସ ଲିଗରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ବିବାଦ ମଧ୍ୟ ଦେଖିବାକୁ ମିଳିଛି।

ବାଉଣ୍ଡ୍ରିର 3 ମିଟର ଭିତରେ ଧରାଯାଇଥିବା ଏହି କ୍ୟାଚକୁ କିଛି ଲୋକ ଆଉଟ ବୋଲି କହୁଥିବା ବେଳେ ଆଉ କିଛି ଲୋକ ଏହାକୁ କ୍ୟାଚ ଆଉଟ ବୋଲି କହୁଛନ୍ତି। ତେବେ ବିସବ୍ରେନ ହିଟ ଏବଂ ସିଡନୀ ସିକ୍ସର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ମାଇକେଲ ନସିର ଏହି ଚମତ୍କାର କ୍ୟାଚ ଧରିଥିଲେ।

ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି କ୍ୟାଚକୁ ଧରିବା ପାଇଁ ମାଇକେଲ ବାଉଣ୍ଡ୍ରି ଭିତରେ କ୍ୟାଚ ଧରି ତାକୁ ଉପରକୁ ପକାଇଥିଲେ। ଏହାପରେ ବଲ ବାଉଣ୍ଡ୍ରି ଭିତରକୁ ଚାଲିଯାଇଥିବା ବେଳେ ମାଇକେଲ ନିଜେ ବାଉଣ୍ଡ୍ରି ଭିତରକୁ ଯାଇ ତଳକୁ ଖସୁଥିବା ବଲକୁ ଧରି ପକାଇଥିଲେ।

ଯଦି କ୍ରିକେଟର ନିୟମ ଦେଖିବା ତେବେ ବାଉଣ୍ଡ୍ରି ବାହାରେ ଧରାଯାଇଥିବା କ୍ୟାଚ ଆଉଟ ନୁହେଁ। କ୍ୟାଚ ନେଲାବେଳେ ଖେଳାଳିଙ୍କ ପ୍ରଥମ କଣ୍ଟାକ୍ଟ ବାଉଣ୍ଡ୍ରି ଭିତରେ ହେବା ଦରକାର। ବାଉଣ୍ଡ୍ରି ବାହାରେ ଖେଳାଳିଙ୍କ ସମ୍ପର୍କ ବଲ ଏବଂ ଭୂମି ସହ ଏକା ସାଙ୍ଗରେ ନହେବା ଦରକାର। ନିୟମ ହିସାବରେ ଗଲେ ମାଇକେଲ ନସିରଙ୍କ କ୍ୟାଚ ଠିକ ଅଟେ। କିନ୍ତୁ କିଛି ଲୋକ ଏହାକୁ ବିବାଦ କରି କ୍ୟାଚଟି ଆଉଟ ନୁହେଁ ବୋଲି କହୁଛନ୍ତି।

Leave a Reply

Your email address will not be published. Required fields are marked *