ରାଣୀଙ୍କୁ ଅନୁଭବ ମହାନ୍ତି ଜଣେ ଭଲ ଝିଅ କହିବା ପରେ ପୁଣି ପ୍ରତିକ୍ରିୟା ଦେଲେ ରାଣୀ, କହିଲେ ବର୍ଷା ଏବେ ଯାହା ଭାବିଲେ ମୋର ଢ଼ୋ

ଅଭିନେତ୍ରୀ ରାନୀ ପଣ୍ଡାଙ୍କର ଭିଡ଼ିଓରେ ପ୍ରତିକ୍ରିୟା ଦେଇ ଅନୁଭବ ଯାହା କହିଥିଲେ ସେ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ସେ ରାଣୀଙ୍କୁ କହିଥିଲେ ଯେ ,”ମୁଁ ରାଣୀଙ୍କୁ ବହୁତ ସମ୍ମାନ କରେ। ବ୍ୟକ୍ତିଗତ ଭାବରେ ତାଙ୍କ ସହ ମିଶିବାର ସୁଯୋଗ ପାଇନି। ତେଣୁ ଏତେଟା ଯଦିଓ ତାଙ୍କ ବିଷୟରେ ଜାଣିନାହିଁ ତେବେ ଟିଭିରେ ଦେଖି ଏବଂ ଲୋକଙ୍କ ପାଖରୁ ଯେତିକି ତାଙ୍କ ବିଷୟରେ ଜାଣିଛି ସେ ଖୁବ୍ ଭଲ ଝିଅ।

ସେ ଖୁବ ସେବା ମନବୃତ୍ତି ରଖୁଥିବା ଝିଅ। ସେ ଯେତିକି ରୋଜଗାର କରନ୍ତି ସେଥିରୁ ଲୋକଙ୍କ ସେବା ପାଇଁ ଦାନ କରନ୍ତି। ତାଙ୍କୁ ମୁଁ ଖୁବ ସମ୍ମାନ କରେ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିବି ନୂତନ ବର୍ଷ ତାଙ୍କ ପାଇଁ ସୁଖମୟ ହେଉ। ସେ ବହୁତ ଭଲରେ ରୁହନ୍ତୁ। ସେ ଯାହାକୁ ବି ବାହା ହେବେ ଜୀବନରେ ଖୁବ ଭଲ ସ୍ତ୍ରୀ ହୋଇପାରିବେ।”

ଏହି କଥା ଶୁଣି ଏବେ ରାଣୀ ପୁଣିଥରେ ମିଡିଆ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,” ମୁଁ ଯେତିକି ଦେଖୁଛି ଅନୁଭବ ମଧ୍ୟ ମତେ ପସନ୍ଦ କରନ୍ତି। ଯଦି ସେ ମତେ ବାହା ହେବାକୁ ଇଚ୍ଛା ରଖନ୍ତି ତେବେ ମୁଁ ସଙ୍ଗେ ସଙ୍ଗେ ହଁ କହିଦେବି। ଆଉ ଜଣେ ଭଲ ବୋହୁ ହେଇକି ଦେଖାଇବି। ମୁଁ ଅନୁଭବଙ୍କର ବହୁତ ଭଲରେ ଯତ୍ନ ନେବି। ତାଙ୍କୁ ଖୁସିରେ ରଖିବି।

ଯଦି ଏଥିରେ ବର୍ଷାଙ୍କର ମନ ଜଳିଯାଉଛି ତାହାଲେ ଜଳୁଥାଉ ,ମୋର ଢ଼ୋ। ମୁଁ କାହାକୁ ଖାତିର କରେନି। ସବୁ ବିବାଦ, ସବୁ ଅସୁବିଧାରେ ମୁଁ ଅନୁଭବଙ୍କ ସହ ଠିଆ ହେବି। ମୁଁ ଡରିବା ଝିଅ ନୁହେଁ। କିଏ କଣ କରୁଛି କରୁ।” ଏହିପରି କିଛି କହି ନିଜର ପ୍ରତିକ୍ରିୟା ଦେଇଛନ୍ତି ରାଣୀ।

Leave a Reply

Your email address will not be published. Required fields are marked *