“ସବୁଦିନ ସକାଳୁ ଉଠି ତାଙ୍କ ପାଦ ଧୋଇଦେବି… ଜୁସ୍ ପିଆଇବି…..ଭାତ ଚିକେନ ଖାଇବାକୁ ଦେବି…।”ଏପରି କିଛି ମନ୍ତବ୍ୟ ଦେଇଛନ୍ତି ରାନୀ ପଣ୍ଡା।

ବନ୍ଧୁଗଣ ୨୦୨୨ ବର୍ଷ ଚାଲିଗଲା ୨୦୨୩ ଆସିଲା।ଏବେ ଏହି ବର୍ଷ ରେ କ’ଣ କ’ଣ ଘଟଣା ମାନ ଦେଖିବାକୁ ମିଳିବ ତାହା ବାକି ରହିଲା।କିନ୍ତୁ ୨୦୨୨ ରେ ଓଡ଼ିଶା ରେ ଅନେକ ଘଟଣା ଘଟିଯାଇଛି,ଯାହାର ଛାପ ଓଡ଼ିଶାବାସୀ ଙ୍କ ମନ ରେ ସବୁଦିନ ପାଇଁ ରହିବ। ତା ମଧ୍ୟ ରେ ଲୋକପ୍ରିୟ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ଛାଡ଼ପତ୍ର ର ବିବାଦ ରହିଛି।ତାହାକୁ ନେଇ ଅନେକ ଘଟଣା ଘଟିଯାଇଛି।କିନ୍ତୁ ଏହାକୁ ନେଇ ରାନୀ ପଣ୍ଡା ଙ୍କ ମନ୍ତବ୍ୟ ଓ ଅନୁଭବ ଙ୍କ ପ୍ରତି ତାଙ୍କ ଭଲ ପାଇବା ଏବେ ସୋସିଆଲ ମିଡିଆ ରେ ଚହଳ ପକାଇଦେଇଛି।

ରାନୀ ପଣ୍ଡା ଖୁଲ୍ଲମ୍ ଖୁଲ୍ଲା ଗଣମାଧ୍ୟମରେ ଅନୁଭବଙ୍କୁ ବିବାହ କରିବାକୁ ଇଚ୍ଛା ଥିବା କଥା କହିଛନ୍ତି।ଆସନ୍ତୁ ଜାଣିବା କ’ଣ କହିଛନ୍ତି।ପାଠକ ବନ୍ଧୁ ଆପଣ ମାନେ ତୋ ରାନୀ ପଣ୍ଡା ଙ୍କ କଥା ଜାଣିଥିବେ।ସେ ସିଧା ସିଧା କଥା କହିବାରେ ପସନ୍ଦ କରନ୍ତି।ତେଣୁ ବର୍ଷା ଓ ଅନୁଭବ ଙ୍କ କେସ କଥା ରେ ସେ ଆଗରୁ କହିଥିଲେ ଯେ ବର୍ଷା ଓ ଅନୁଭବ ନଜର ଯଦି ଛାଡ଼ପତ୍ର ହୋଇଯାଏ ଆଉ ଅନୁଭବ ଯଦି ରାଜି ହେବେ ତେବେ ସେ ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି।

ସେ କହିଛନ୍ତି ଯଦି ସେ ଅନୁଭବ ଙ୍କୁ ବିବାହ କରନ୍ତି ତେବେ ସେ ସବୁଦିନ ସକାଳୁ ଉଠି ତାଙ୍କ ପାଦ ଧୋଇଦେବେ,ପାଣି ପିଇବେ।ଜୁସ୍ ଜାରି ପିଇବାକୁ ଦେବେ।ଚିକେନ ଭାତ ଖାଇବାକୁ ଦେବେ।ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କୁ ମଦ ପିଇବାକୁ ବାରଣ କରିବେ।ସେ ତାଙ୍କ ଯାତ୍ରା ବିଷୟରେ କହିଛନ୍ତି ସେ ଯାତ୍ରା ରେ ଆଉ ଆଇଟମ ଗୀତ କରିବେ ନାହିଁ ଯଦି ଫିଲ୍ମ ରେ କରିବା ପାଇଁ ଅଫର୍ ଆସେ ତେବେ କରିବେ।କିନ୍ତୁ ଯାତ୍ରା ରେ ନାଟକ କରିବେ ଆଉ ତିନି ବର୍ଷ ପରେ ଯାତ୍ରା ଛାଡ଼ିଦେବେ।ସେ କହିଛନ୍ତି ଯାତ୍ରା ପ୍ରତି ତାଙ୍କର ଭଲ ପାଇବା ସେପରି ରହିବା ସେ ସମସ୍ତ ଙ୍କୁ ସମ୍ମାନ ଦିଅନ୍ତି।

କିନ୍ତୁ ତାଙ୍କ ମନ ଫିଲ୍ମ ରେ ରହିଛି।ସେ କହିଛନ୍ତି ୨୦୨୨ ବର୍ଷ ଟି ତାଙ୍କ ପାଇଁ ସୁଖ ଆଉ ଦୁଃଖ ରେ ଭାରି ରହିଥିଲା।ତାଙ୍କର କାର ଦୁର୍ଘଟଣା ବିଷୟରେ ସେ କହିଛନ୍ତି ଯେ ଏଥିରେ ତାଙ୍କର କିଛି ଭୁଲ୍ ନଥିଲା ହେଲେ ବି ସେ ଯେତିକି ସାହାଯ୍ୟ କରିପାରିବେ ସେତିକି କରିବା ପାଇଁ ଚେଷ୍ଟା କରିଛନ୍ତି।ସେ କହିଛନ୍ତି ସେ ଭଗବାନଙ୍କ ନିକଟ ରେ ଓଡ଼ିଶା ବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଯେ ଏହା ପୁର୍ବରୁ ଓଡ଼ିଶା ଅନେକ ଦୁଃଖ କଷ୍ଟ ସହି ଆସିଛି ଏବେ ନିଜର କୃପା ରେ ସମସ୍ତଙ୍କୁ ଠିକ୍ ରେ ଆଉ ଭଲ ରେ ରଖ।

Leave a Reply

Your email address will not be published. Required fields are marked *