ଯୁବକଙ୍କ ବିରୁ-ଦ୍ଧରେ ରୁଜୁ ହୋଇଥିଲା ଅପହ-ରଣର ମାମ-ଲା, କିନ୍ତୁ ଶେଷକୁ ନିଜ ଘରୁ ହିଁ ମିଳିଲା ଯୁବକଙ୍କ ଝୁଲନ୍ତା ମୃ-ତଦେହ

ଗଜପତି ଜିଲ୍ଲା ମୋହନା ସହର ରଙ୍ଗମାଟିଆରୁ ଦେଖିବାକୁ ମିଳିଛି ଏକ ଅଭା-ବନୀୟ ଘଟଣା। ଏଠାର ଜଣେ ଯୁବକ ମୁମ୍ବଇରେ ରହି କାମକଲେ। ଭଲପାଇ ବାହାହେଲେ। ସ୍ତ୍ରୀକୁ ନେଇ ସ୍ତ୍ରୀର ଘର ଗଜପତି ଜିଲ୍ଲା ମୋହନାରେ ଆସି ରହିଲେ। ସେଠାରେ ରହି ଶେଷକୁ ମସ୍ତ୍ରୀ କାମ କରି ଚଳିଲେ।

କିନ୍ତୁ ତାପରେ ତାଙ୍କ ନାମରେ ହେଲା ଥା-ନାରେ ଏକ ଅପହ-ରଣ ମା-ମଲା ରୁଜୁ। କିନ୍ତୁ ଦେଖିଲା ବେଳକୁ ଯୁବକଙ୍କ ମୃ-ତଦେହ ତାଙ୍କରି ଘରୁ ଝୁ-ଲନ୍ତା ଅବସ୍ଥାରେ ମିଳିଲା। ତେବେ ସମ୍ପୁର୍ଣ୍ଣ ସୂଚନା ଅନୁସାରେ ଖୋର୍ଦ୍ଧାଜିଲ୍ଲା ବଉଳାବନ୍ଧ ଗ୍ରାମର ରମେଶ ସେଠୀ ନାମକ ଜଣେ ଯୁବକ ମୁମ୍ବାଇରେ ରହି କାମ କରିବା ବେଳେ ଗଜପତି ଜିଲ୍ଲା ମୋହନା ସହରର ମିନୁ ନାମକ ଜଣେ ଯୁବତୀଙ୍କ ସହ ଦେଖା ହୋଇଥିଲା।

ତେବେ ମିନୁଙ୍କୁ ସେ ଭଲପାଇ ବାହା ହେବା ପରେ ଯୁବକ ଜଣକ ମିନୁଙ୍କ ବାପ ଘରେ ଆସି ରହିବାକୁ ଲାଗିଲେ ଏବଂ ସେଠାରେ ମିସ୍ତ୍ରୀ କାମ କରି ଚଳିଲେ। କିନ୍ତୁ ଏଥିରେ ପରିବାର ଚଳିବା କଷ୍ଟହେବାରୁ କିଛି ଦିନ ହେଲା ରମେଶଙ୍କ ସ୍ତ୍ରୀ ମିନୁ ସେଠୀ କାମ କରିବା ପାଇଁ ମୁମ୍ବଇ ଚାଲିଯାଇଥିଲେ।

ଏପଟେ ରମେଶଙ୍କ ପାଖରେ ଅମର ସିଂହ ନାମକ ଜଣେ ଯୁବକ ରହି ଲେବର ଭାବେ କାମ କରୁଥିଲେ। କିନ୍ତୁ ଅମରକୁ ଅଧିକ ଟଙ୍କା ଦେବେ ବୋଲି କହି ରମେଶଙ୍କ ପାଖକୁ ମଝିରେ ମଝିରେ ଆସୁଥିବା ଲୁଟ ନାୟକ ନାମକ ଜଣେ ଯୁବକ ଡିସେମ୍ବର 5 ତାରିଖରେ ଅମରକୁ ନେଇ କୁଆଡେ ଚାଲିଯାଇଥିଲେ।

ଏହି ଘଟ-ଣାର କିଛିଦିନ ପରେ ଅମରଙ୍କ ପରିବାର ମିସ୍ତ୍ରୀ ରମେଶ ସେଠୀଙ୍କୁ ଘଟ-ଣା ବିଷୟରେ ପଚାରିବା ସହିତ ଅମରଙ୍କ ମାଆ ମୋହନା ଥା-ନାରେ ଗତ 13 ତାରିଖ ଦିନ ଏକ ଅଭି-ଯୋଗ କରିଥିଲେ। କିନ୍ତୁ ହଠାତ ବୁଧବାର ଦିନ ମିସ୍ତ୍ରୀ ରମେଶଙ୍କ ଝୁଲନ୍ତା ମୃ-ତଦେହ ତାଙ୍କ ଘରୁ ମିଳିଛି। ଏହାପରେ ପୁ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଏହା ହ-ତ୍ୟା ନା ଆ–ତାହାର ତ-ଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *