ନିଜ ଦୁର୍ଘ-ଟଣାଗ୍ରସ୍ତ କାରକୁ ନେବା ପାଇଁ ଥା-ନାକୁ ଆସିଥିବା ବେଳେ ହଠାତ ରା-ଗିଗଲେ ରାଣୀ ପଣ୍ଡା, କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ।:-

କିଛିଦିନ ତଳେ ଆଠଗଡ ମୁଣ୍ଡୁଳୀ ରାସ୍ତାର ଏକ ମନ୍ଦିର ନିକଟରେ ରାତିରେ ହୋଇଥିବା ଭ-ୟଙ୍କର ଦୁର୍ଘ-ଟଣା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ସହ ଧ-କ୍କା ହୋଇଥିଲା ଏକ ବାଇକ। ତେବେ ବାଇକ ଆରୋହୀ ଜଣକଙ୍କ ମୃ-ତ୍ୟୁ ହୋଇଯାଇଥିଲା।

ଯାହାପରେ ସୁକାନ୍ତଙ୍କ ପରିବାରର ଦୁଃଖସୁଖ ବୁଝିବା ସହ ତାଙ୍କର ଦୁଇ ପିଲାଙ୍କୁ ପାଠ ପଢ଼ାଇବାରେ ସମ୍ପୁର୍ଣ୍ଣ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାପା ସୁକାନ୍ତଙ୍କ ମୃ-ତ୍ୟୁ ପରେ ପରେ ଏବେ ତାଙ୍କ ପୁଅ ମଧ୍ୟ ଦୁନିଆ ଛାଡି ଚାଲିଯାଇଛି।

ସୁକାନ୍ତ ବେହେରାଙ୍କ ମୃ-ତ୍ୟୁକୁ ମାସେ ପୂରି ନଥିବା ବେଳେ ଏବେ ତାଙ୍କର 2 ବର୍ଷର ପୁଅର ମୃ-ତ୍ୟୁ ଘଟିଛି।ଗତ 10 ତାରିଖ ଦିନ ପୁଅଟି ଘର ବାହାରେ ଖେଳୁଥିବା ସମୟରେ ଗରମ ପେଜ ତା ଉପରେ ପଡିଯାଇଥିଲା। ଯାହାପରେ ଡାକ୍ତରଖାନାରେ 14 ଦିନ ଚିକିତ୍ସିତ ହେବା ପରେ ଏବେ ପିଲାଟିର ମୃ-ତ୍ୟୁ ଘଟିଛି। ଏବେ ପରିବାରର ଦୁଃ-ଖ କହିଲେ ନସରେ।

ତେବେ ଏହାସହ ଶୁଣିବାକୁ ମିଳିଛି ଯେ ଅଭିନେତ୍ରୀ ରାଣୀ ପଣ୍ଡା ନିଜ ଦୁର୍ଘ-ଟଣା ଗ୍ରସ୍ତ କାରକୁ ଫେରାଇ ନେବା ପାଇଁ ଗତକାଲି ପୋ-ଲିସ ଷ୍ଟେସନରେ ପହଞ୍ଚିଥିବା ବେଳେ ହଠାତ ରା-ଗିଯାଇଥିଲେ ଏବଂ ମିଡିଆ ମାଧ୍ୟମରେ ସେ କହିଥିଲେ ଯେ,” ସୁକାନ୍ତଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ ସେ 5 ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲି।

କିନ୍ତୁ ଆଜି ସେହି ପୁଅ ଆଉ ଦୁନିଆରେ ନାହିଁ। ତେବେ ଝିଅ ନାମରେ ଯେଉଁ ଫିକ୍ସଡ଼ ଡିପୋଜିଟ କରିବି ବୋଲି କହିଥିଲି ତାହା ମୁଁ ନିଶ୍ଚିତ କରିବି। ଭଗବାନ ସେହି ପରିବାରର ଏତେ ଅନିଷ୍ଠ କାହିଁକି କରୁଛନ୍ତି। ଏବେ ପରିବାର ସଦସ୍ୟଙ୍କ ମନରେ କଣ ବିତୁଥିବ ମୁଁ ବୁଝିପାରୁଛି।

କିନ୍ତୁ ବାର୍ ବାର୍ ମତେ କେହି ପ୍ରଶ୍ନ କରନ୍ତୁ ନାହିଁ। ମୁଁ ମୋର ବ୍ୟକ୍ତିଗତ ଜୀବନରେ ବହୁତ ବ୍ୟସ୍ତ ଅଛି। ମୁଁ ସାହାଯ୍ୟ କରିବି ବୋଲି କହିଛି ମାନେ ନିଶ୍ଚିତ କରିବି। କିନ୍ତୁ ତା ଆଗରୁ ମୋ ପାଖକୁ ବି ଟଙ୍କା ଆସିବା ଦରକାର। ମୁଁ ବି ଜଣେ ଅଭିନେତ୍ରୀ। ଯାତ୍ରାକୁ ଜେଇ ନ ନାଚିଲେ ମତେ କିଏ ଟଙ୍କା ଦେବ। ଟଙ୍କା ପାଇଲେ ହିଁ ମୁଁ ମୋର ପରିବାର ଚଳାଇପାରିବି ଏବଂ ସୁକାନ୍ତଙ୍କ ପରିବାରକୁ ପଇସା ଦେଇପାରିବି।

ସେଥିପାଇଁ ମତେ କେହି ବାର୍ ବାର୍ ପ୍ରଶ୍ନ କରନ୍ତୁ ନାହିଁ। ମୁଁ ମୋର ସୁବିଧା ଦେଖି ସେମାନଙ୍କୁ ସାହାଯ୍ୟ କରିବି।” ତେବେ ରାଣୀ ପଣ୍ଡା ଏତେ କଥା କହିବା ପରେ ମଧ୍ୟ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ରାଣୀ ପଣ୍ଡା ଆଠଗଡ଼ ପୋ-ଲିସ ଷ୍ଟେ-ସନକୁ ଆସିଥିଲେ ତେବେ ଥା-ନାଠାରୁ 3 କିମି ଦୂରରେ ଥିବା ସୁକାନ୍ତଙ୍କ ଗାଁକୁ କାହିଁକି ଆସିନଥିଲେ? କଣ ସୁକାନ୍ତଙ୍କ ପରିବାରକୁ ଏପରି ପରିସ୍ଥିତିରେ ଦେଖା କରିବା ତାଙ୍କର ଦାୟିତ୍ୱ ନଥିଲା?

Leave a Reply

Your email address will not be published. Required fields are marked *