ସେଇ କାଳ ରାତି ମୋତେ ସଜାଇଦେଲା ଦେହଜୀବୀ । ସେଦିନ ରାତି କଥା ମୁଁ ଭୁଲି ପାରୁନି । କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଲେ ରୋଜି ।

ପେଟ ପାଇଁ ଏ ଦୁନିଆଁରେ ସବୁ ନାଟ । ଏହାପାଇଁ କେଉଁଠି କିଏ ଏପରି ଏକ ବାଟରେ ପାଦ ରଖି ଦେଇଥାଏ କି, ସେ ବାଟରେ ପଶିଯିବା ପରେ ତାକୁ ବଦନାମ ଗଳିର ଝିଅ ବୋଲି କୁହାଯାଏ । ସମସ୍ତେ ତାକୁ ବେଶ୍ୟା ବୋଲି କହିଥାନ୍ତି । ଆଉ ସେ ହେଉଛନ୍ତି ରାଜଲକ୍ଷ୍ମୀ ମହାପାତ୍ର ଓରଫ୍ ରୋଜି । ଯାହାଙ୍କ ଜୀବନ ବହୁତ ଦୁଃଖମୟ ଥିଲା । ତେବେ ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ସେ ନିଜ ପିଲାକୁ ବଡ ମଣିଷ କରିବାର ସ୍ବପ୍ନ ନେଇ ସେ ଏଇ ବେଶ୍ୟା ସାଜିବା ବାଟରେ ପାଦ ଥାପି ଦେଇଥିଲେ । ଆଉ କେବେ ପଛକୁ ଫେରି ଅନାଇ ନଥିଲେ ।

ନିଜ ପିଲା ମୁହଁକୁ ଚାହିଁ ଆଉ ନିଜ ପିଲାକୁ ଦୁଇ ମିଠା ଖାଇବା ଯୋଗାଇ ଦେବା ପାଇଁ ସେ ଏହି ବୃତ୍ତି କରିଥିଲେ । ତେବେ ମହିଳା ଜଣକ କାନ୍ଦି କାନ୍ଦି ନିଜ ଜୀବନର ଦୁଃଖ ଏବଂ କଷ୍ଟକୁ ଉଲ୍ଲେଖ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ସ୍ଵାମୀ ତାଙ୍କୁ ମାରପିଟ୍ କରି ଘରୁ ବାହାର କରିଦେଇଥିଲେ ।

ଏହାପରେ ସେ ନିଜ ପିଲାର ପେଟ ପୋଷିବା ପାଇଁ ଆଉ ତାକୁ ପାଳିବା ପାଇଁ ଭୁବନେଶ୍ଵରରେ କାମ କରିବା ଆରମ୍ଭ କରିଥିଲେ । ଦିନ ଯାକ ଲୋକଙ୍କ ଘରେ ବୁଲି ବୁଲି କାମ କରୁଥିଲେ ଆଉ ଏହାପରେ ରାତିରେ ଯାହା ପାଞ୍ଚ ଦଶ ଟଙ୍କା ପାଉଥିଲେ ସେଥିରେ ପିଲାର ପେଟ ପୋଷିବାରେ ଲାଗିଥିଲେ ।

କିନ୍ତୁ ଏହା ତାଙ୍କୁ କମ୍ ପଡ଼ି ଯାଉଥିଲା । ତେବେ ଏତିକି ସମୟ ମଧ୍ୟରେ ତାଙ୍କର ଦେଖା ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କ ସହିତ ହୋଇଥିଲା । ସେ ତାଙ୍କୁ ୨୦୦ ଟଙ୍କା ମାଗିଥିଲେ । ତେବେ ଏହା ବଦଳରେ ବାବୁ ଜଣକ ତାଙ୍କ ପାଖରେ ଶୋଇବା ପାଇଁ କହିଥିଲେ । ଯାହା ପରେ ମହିଳା ମନା କରି ଦେବାରୁ ବାବୁ ଜଣକ ତାଙ୍କ ହାତରୁ ୨୦୦ ଟଙ୍କିଆ ନୋଟ ଛଡ଼ାଇ ନେଇଥିଲେ ।

ଆଉ ଏହି ସମୟ ହିଁ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା । ସେ ଏ ବିଷୟରେ ବହୁତ ଭାବିଥିଲେ ଆଉ ଶେଷରେ ତାଙ୍କ କଥାରେ ରାଜି ହୋଇ ଯାଇଥିଲେ । ଆଉ ଏହାପରେ ବାବୁ ଜଣକ ତାଙ୍କ ଶରୀରକୁ ଶୋଷଣ କରି ତାଙ୍କ ହାତକୁ ୨୦୦ ଟଙ୍କା ବଢାଇ ଦେଇଥିଲେ ।

ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ମହିଳା । ନିଜ ପିଲାର ଭବିଷ୍ୟତ ଗଢ଼ିବା ପାଇଁ ସେ ଏହି ବେଶ୍ୟା ବୃତ୍ତି କରିବା ଆରମ୍ଭ କରିଥିଲେ ଆଉ ଏହାକୁ ନିଜ ଜୀବନ କରି ଦେଇଥିଲେ । ନିଜ ଜୀବନରେ ଏତେ ଦୁଃଖ କଷ୍ଟମୟ କଥା କହି ମହିଳା ଜଣକ ନିଜ ଆଖିରୁ ଧାର ଧାର ଲୁହ ଝରାଇ ପକାଇ ଥିଲେ । ଏହାପରେ କହିଥିଲେ କେହି ନିଜ ଇଚ୍ଛାରେ ଏହି ବାଟକୁ ଆସି ନଥାଏ । ସମୟ ଏବଂ ପରିସ୍ଥିତି ତାକୁ ବାଧ୍ୟ କରିଥାଏ ଏପରି କରିବା ପାଇଁ ।

Leave a Reply

Your email address will not be published. Required fields are marked *