ମନି ଲଣ୍ଡରିଂ ମାମ-ଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗି-ରଫ କଲା ଇଡି

ଲେଡି ବ୍ଲା-କମେ-ଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଏବେ ଗି-ରଫ କରିଛି ଇଡି।ଜଗା ବିରୋ-ଧରେ ମନି ଲଣ୍ଡରିଂର ପ୍ରମାଣ ମିଳିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟ ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁଙ୍କୁ ମୁହାଁ ମୁହିଁ ଜେ-ରା ବେଳେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା ଇଡି। ଯାହା ଆଧାରରେ ଇଡି ଏପରି ନିଷ୍ପତି ନେଇଛି।

ଆଜି ଜଗବନ୍ଧୁଙ୍କ ରି-ମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାସହ ଦ୍ବତୀୟ ଥର ପାଇଁ ଜଗବନ୍ଧୁ ଚାନ୍ଦଙ୍କୁ ରିମା-ଣ୍ଡରେ ଆଣି ପଚ-ରାଉ-ଚରା କରିବାର ଯୋଜନା କରିଛି ଇଡି। ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ମଧ୍ୟ 2 ଥର ରିମା-ଣ୍ଡରେ ଆଣିସରିଛି ଇଡି।।

ପୂର୍ବରୁ କୋର୍ଟ ଅର୍ଚ୍ଚନାଙ୍କୁ 6 ଦିନିଆ ରିମା-ଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲା। ସେହିଭଳି ଜଗବନ୍ଧୁଙ୍କୁ 9 ଦିନ ପାଇଁ ରିମା-ଣ୍ଡରେ ନେବାକୁ କୋର୍ଟ ଆଦେଶ ଦେଇଥିଲା। ତେବେ ଇଡି ପକ୍ଷରୁ ଜଗବନ୍ଧୁଙ୍କୁ 15 ଦିନ ଏବଂ ଅର୍ଚ୍ଚନାଙ୍କୁ 7 ଦିନ ପାଇଁ ରିମା-ଣ୍ଡରେ ନେବାକୁ ଆବେଦନ କରାଯାଇଥିଲା।

ରି-ମାଣ୍ଡ ପାଇଁ ଇଡି କୋର୍ଟରୁ ସ୍ୱୀକୃତି ପାଇବା ପରେ ଉଭୟ ଦମ୍ପତିଙ୍କୁ ସାମ୍ନାସାମ୍ନି ଜେରା କରିଥିଲା।ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଇ ପ୍ରୋଫାଇଲ ଲିଙ୍କରେ ଏପର୍ଯ୍ୟନ୍ତ କେବଳ ଜଣେ ବିଜେଡି ବିଧାୟକଙ୍କୁ ଛାଡିଦେଲେ ଆଉ କେହି ଧରା ପଡୁନାହାନ୍ତି।

ଅର୍ଚ୍ଚନାଙ୍କ ମୋବାଇଲରେ ଅନେକ ତଥ୍ୟ ଲୁ-ଚିଥିବା ବେଳେ ଏହାର ସାଇଣ୍ଟିଫିକ ରି-ପୋର୍ଟ ଚାହୁଁଥିଲା ଇଡି। କିନ୍ତୁ କମିଶନରେଟ ପୋ-ଲିସ ଅର୍ଚ୍ଚନାଙ୍କ ମୋବାଇଲକୁ ଫରେନସିକ ଯା-ଞ୍ଚ ପାଇଁ ପ୍ରଥମ ପର୍ଯ୍ୟାୟରେ ପଠାଇନଥିଲେ। ଯେଉଁଥି ପାଇଁ ଏପର୍ୟ୍ଯନ୍ତ ମଧ୍ୟ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବଡବଡିଆଙ୍କ ତଥ୍ୟ ବାହାର କରିବା ଇଡି ପାଇଁ କଷ୍ଟସାଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *