ଡାକ୍ତରଖାନାରେ ନର୍ସଙ୍କୁ କିସ୍ କରି ଫସିଗଲେ ଯୁବକ, ଗିରଫ କଲା ପୋଲିସ

ଆପଣମାନେ ପ୍ରାୟତଃ ଦେଖିଥିବେ ଯେ ଜଣେ ରୋଗୀ ବେଶିଦିନ ଡାକ୍ତରଖାନାରେ ରହିଲେ ଡାକ୍ତରଖାନାର ନର୍ସଙ୍କ ସହ ବ୍ୟକ୍ତିର ଟିକେ ସ୍ନେହଭାବ ବଢିଯାଏ। କିଛି କିଛି କ୍ଷେତ୍ରରେ ଯଦି ରୋଗୀ ଏବଂ ନର୍ସଙ୍କର ବୟସ ପାଖାପାଖି ସମାନ ହୋଇଥାଏ ତେବେ ଉଭୟଙ୍କ ଭିତରେ ପ୍ରେମ ଭାବ ମଧ୍ୟ ବଢିଥାଏ। ଯାହା ଆଗକୁ ଯାଇ ଏକ ସମ୍ପର୍କର ଏକ ନୂଆ ମୋଡ଼ ନେଇଥାଏ।

କିନ୍ତୁ ଆଜିର ଘଟଣାରେ ନର୍ସ ଏବଂ ରୋଗୀର ମାମଲା ଟିକେ ଅଲଗା ଅଟେ। ଯେଉଁଥିରେ ଜଣେ ନର୍ସଙ୍କୁ ଅସଦାଆଚରଣ କରି ଗିରଫ ହୋଇଛନ୍ତି ଯୁବକ।ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଥିବା ଚିକିତ୍ସାଳୟରୁ।

ତେବେ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟ ମଧ୍ୟରେ ରୋହିତ ଦାସ ନାମକ ଜଣେ ଯୁବକ ଚିକିତ୍ସା ପାଇଁ କରଞ୍ଜିଆ ଚିକିତ୍ସାଳୟ ଯାଇଥିଲେ। ସେଠାରେ ନର୍ସ ଜଣକ ଯୁବକଙ୍କ ପାଖକୁ ଚିକିତ୍ସା ସେବା ଦେବାକୁ ଯାଇଥିବା ବେଳେ ହଠାତ୍ ଯୁବକ ଜଣକ ଉଠିପଡ଼ି ନର୍ସଙ୍କୁ ଚୁମ୍ବନ କରିଥିଲେ।

ନିର୍ଭୟତାରେ ଯୁବକଙ୍କର ଏପରି କାଣ୍ଡ ଦେଖି ନର୍ସ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହାପରେ ରାଗିଯାଇ ନର୍ସ ଜଣକ ପ୍ରତିବାଦ କରିଥିଲେ କିନ୍ତୁ ଉକ୍ତ ଯୁବକ ଜଣକ ଏହାକୁ ହାଲକାରେ ନେଇଥିଲେ। ତେବେ ଥାନାରେ ଅଭିଯୋଗ ହେବା ସଂଗେ ସଂଗେ ପୋଲିସ ସେହି ଯୁବକକୁ ଗିରଫ କରିଛି।

ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୋଲିସର କହିବା ଅନୁସାରେ ଏହି ଯୁବକ ଜଣକଙ୍କ ନାମରେ ପୂର୍ବରୁ ଦାଦାଗିରି,ମାରପିଟ,ଗଣ୍ଡଗୋଳ ଆଦି ପରି ଅନେକ ଅପରାଧିକ ମାମଲା ମଧ୍ୟ ଜଡ଼ିତ ରହିଛି।

Leave a Reply

Your email address will not be published. Required fields are marked *