ଇଡି ହାତରେ ଏବେ ଧରାପଡିଛି ଅର୍ଚ୍ଚନାଙ୍କ ଡାଏରି, ଫିଟିଯିବ ଏବେ ସବୁ ଗୁମର

ଇଡି ହାତରେ ଏବେ ଲାଗିସାରିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ। ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କର 2ଟି ଡାଏରୀ ସଂଗ୍ରହ କରିଛି ଇଡି। ଡାଏରୀ ମିଳିବା ପରେ ଏବେ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଡାଏରୀରେ ଅନେକ ବଡ ବଡ ଲୋକଙ୍କ ନାମ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା।

ତେବେ କମିସନରେଟ୍‌ ପୋଲିସ ଡାଏରିର କିଛି କପି ଇଡିକୁ ହସ୍ତାନ୍ତର କରିଛି। ତେବେ ଇଡି ହାତକୁ ଅର୍ଚ୍ଚନାଙ୍କ ଡାଏରି ଆସିବା ପରେ ବଡ଼ବଡ଼ିଆଙ୍କର ଝାଳ ବୋହିବା ଆରମ୍ଭ ହୋଇଯିବଣି। ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ, ବ୍ୟବସାୟୀ, ପ୍ରଯୋଜକଙ୍କ କଥା ପଦାକୁ ଏବେ ଆସିବ।

ଯେବେଠାରୁ ଅର୍ଚ୍ଚନାଙ୍କ ମାମଲା ଇଡି ହାତକୁ ଯାଇଛି ସେଦିନ ଠାରୁ ସନ୍ଦେହ ଘେରରେ ଆସୁଥିବା ପ୍ରତ୍ୟକ ଲୋକଙ୍କୁ ଇଡି ଜେରା କରିସାରିଛି। ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କଠାରୁ ଆରମ୍ଭ କରି ଆହୁରି ଅନେକ ବଡ଼ବଡ଼ିଆଙ୍କୁ ଇଡି ଜେରା କରିସାରିଛି।

ଖଗେଶ୍ବରଙ୍କୁ ମଧ୍ୟ ଇଡି ରିମାଣ୍ଡରେ ଆଣି ଜେରା କରିଛି। ସବୁଠୁ ବଡ଼ କଥା ହେଉଛି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ଜେରା କରିଥିଲେ ମଧ୍ୟ ସେ ଏବେ ଆଉ ଧରାଛୁଆଁ ଦେଉ ନାହିଁ। ଅର୍ଚ୍ଚନାଙ୍କ ମୋବାଇଲ ଫୋନ, ପେନ୍‌ଡ୍ରାଇଭ, ହାର୍ଡ ଡ୍ରାଇଭ ଆଦିରୁ ତଥ୍ୟ ମିଳିବା ପରେ ହିଁ ଅନେକ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି।

ଏପଟେ ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍‌କୁ ଯାଇ ରିପୋର୍ଟ ମାଗିଛି ଇଡି। ଏପର୍ଯ୍ୟନ୍ତ ଡିଜିଟାଲ ଏଭିଡେନସ୍ ରିପୋର୍ଟ ଦେଇନି ରାଜ୍ୟ ଫୋରେନସିକ ଲ୍ୟାବ। ତେବେ ପ୍ରଶ୍ନ ଉଠୁଛି ଯେ କାହିଁକି ଫୋରେନ୍‌ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ଏତେ ବିଳମ୍ବ କରୁଛି। କଣ ଫାରେନସିକ ଟିମ ବି କିଛି ଲୁଚାଇବାକୁ ଚେଷ୍ଟା କରୁଛି କି?

Leave a Reply

Your email address will not be published. Required fields are marked *