ସୁନ୍ଦରୀ ଲେଡି ଡନ ରେଖା, ଦିଅନ୍ତି ଏପରି ଧମକ ସୋଇପାରନ୍ତିନି ବଡ଼ ବଡ଼ିଆ ଲୋକ

ଚେହେରାଟି ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ଏହି ଚେହରା ପଛରେ ଲୁଚି ରହିଛି ଏକ ଲେଡି ଡନ। ବୟସ ମାତ୍ର 19 ବର୍ଷ କିନ୍ତୁ ବଡ଼ବଡ଼ିଆଙ୍କର ଝାଳ ବୁହାଇ ଦିଅନ୍ତି। ଧମକ ଏପରି ଦିଅନ୍ତି ଯେ ରାତିରେ ଶୋଇବା ଭୁଲିଯାଆନ୍ତି ବଡ ବଡ଼ିଆ ଲୋକ।

ଇନ୍ସଟାଗ୍ରାମରେ ଡ୍ୟାନ୍ସ ଭିଡ଼ିଓ କରି ଛାଡୁଥିବା ଏହି ଯୁବତୀ ଜଣକ ଧୀରେ ଧୀରେ ଏତେ ବିଗିଡି ଗଲା ଯେ ଅଂଚଳରେ ତାକୁ ଲେଡି ଡନ ବୋଲି ଲୋକେ ଡାକିବାକୁ ଲାଗିଲେ। ନିଜ ବାଟରେ ଯାଉଥିବା ଲୋକଙ୍କୁ ମଧ୍ୟ ଏହି ଯୁବତୀ ଠିଆ ଲାତ ମାରିବାକୁ ପଛାନ୍ତି ନାହିଁ।

ତେବେ 29 ନଭେମ୍ବର କରୋଲି ପୋଲିସ ଷ୍ଟେସନରେ ଜଣେ ଯୁବକ ଏହି ଲେଡି ଡନ ରେଖା ନାମରେ ଅଭିଯୋଗ ଆଣିଥିଲେ। ଏହାପରେ ଜଣା ପଡିଲା ଯେ ଏହି ଯୁବତୀ ଜଣକ କିଏ। ଏତେ ସୁନ୍ଦର ଏବଂ ନମ୍ର ଦେଖା ଯାଉଥିବା ଝିଅଟି ଏପରି କାର୍ଯ୍ୟ କରିପାରିବ ତାହାକୁ ପୋଲିସ ମଧ୍ୟ ବିଶ୍ୱାସ କରିପାରିଲା ନାହିଁ।

ତେବେ ସୂଚନା ଅନୁସାରେ ୟୋଗେସ ନାମକ ଜଣେ ଯୁବକ ବାଟରେ ଯାଉଥିବା ସମୟରେ ସେ ଦେଖିଲେ ଯେ କିଛି ପୁଅ ଏବଂ ଝିଅମାନେ ମିଶି ରାସ୍ତା ମଝିରେ ମଦ ପିଉଛନ୍ତି। ଏହାପରେ ଯୁବକ ଜଣକ ଯାଇ ସେମାନଙ୍କୁ ଏପରି କରିବାକୁ ମନା କରିଥିଲା କିନ୍ତୁ ଏହି ସମୟରେ ହଠାତ ସେଠାରେ ଉପସ୍ଥିତ ଥିବା ଲେଡି ଡନ ରେଖା ଯୁବକଙ୍କୁ ବନ୍ଧୁକ ଦେଖାଇ ଧମକ ଦେବାରେ ଲାଗିଲେ।

ଏହାପରେ ରେଖା ସେହି ଯୁବକଙ୍କ ପିଠିକୁ ଗୁଳି ମାରିଥିଲେ। ଗୁଳି ବାଜି ଆହତ ହେବା ପରେ ଯୁବକ ଜଣକ ଯାଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗ ଆଧାରରେ ପୋଲିସ ଏହି ଲେଡି ଡନ ରେଖାଙ୍କୁ ଗିରଫ କରିଥିଲା।

ତେବେ ଏହି ରେଖା ନାମକ ଯୁବତୀ ଜଣକ ପୂର୍ବରୁ ଏପରି ନଥିଲେ। ଯେତେବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଗଲା ସେତେବେଳେ ସେ ନିଜ ବାପା ସହ ରହିବାକୁ ଲାଗିଲେ। କିନ୍ତୁ ବାପା ଠାରୁ ଲୁଚି ଲୁଚି ଖରାପ ସାଙ୍ଗମାନଙ୍କ ସହ ମିଶି ସେ ଆଜି ଏପରି ହୋଇଗଲେ। ଇନ୍ସଟାଗ୍ରାମରେ ପ୍ରାୟ ସମୟ କେବଳ ବିବାଦୀୟ କଥା କହୁଥିଲେ। ଏପରିକି ଅଭଦ୍ର ଭାଷାରେ ଗାଳି ମଧ୍ୟ କରୁଥିଲେ।

ନିଜ ଅଂଚଳର ବଡ ବଡ଼ିଆ ଲୋକଙ୍କୁ ମଧ୍ୟ ସେ ଡରୁ ନଥିଲେ। ଗ୍ୟାଙ୍ଗ ନେଇ ଘରେ ପଶିକି ମାରିବେ ବୋଲି ଧମକ ମଧ୍ୟ ଦେଉଥିଲେ। ତେବେ ଗୁଣ୍ଡା ସାଜି ଦୁନିଆରେ ରାଜ କରିବା ପାଇଁ ଚାହୁଁଥିବା ଏହି ଯୁବତୀ ଜଣକ ଭୁଲି ଗଲେ ଯେ ତାଙ୍କୁ ବୟସ ମାତ୍ର 19 ବର୍ଷ। ଆଉ ଏପରି ଡନ ସାଜି ରାଜ କରିବା ସହଜ କଥା ନୁହେଁ। ଏବେ ଜେଲର ଚାରି କାନ୍ଥ ଭିତରେ ରହିଲେ ମୁଣ୍ଡକୁ ଠିକ ବୁଦ୍ଧି ପଶିବ।

Leave a Reply

Your email address will not be published. Required fields are marked *