ଶାଶୂଘର ଆଗରେ ଧାରଣା ଦେଇ ବସିଲା ନୂଆ ବୋହୁ, ପ୍ରେମ ବିବାହ କରିବାପାରେ ଏବେ ଧରାଛୁଆଁ ଦେଉନାହିଁ ସ୍ୱାମୀ।:-

ସୋସିଆଲମିଡ଼ିଆ, ଖବରକାଗଜ, ଟିଭିରେ ଆପଣମାନେ ଅନେକ ନବ ବିବାହିତା ମହିଳାଙ୍କ ମାମଲା ଶୁଣିଥିବେ। ଯେଉଁଥିରେ ଏହି ମହିଳା ମାନେ ନ୍ୟାୟ ପାଇବା ଆଶାରେ ନିଜ ଶାଶୂଘର ଆଗରେ ଧାରଣା ଦେଇ ବସିରହିଛନ୍ତି। ଏହାପରେ ଶାଶୂଘର ଲୋକ ନିଜ ଘର ଛାଡି କୁଆଡେ ଫେରାର ହେଇଯାଉଛନ୍ତି।

ତେବେ ଏହିପରି ଆଉ ଏକ ମାମଲା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିରୁ। ଏଠାରେ ଜଣେ ମହିଳା ନ୍ୟାୟ ଦାବି କରି ଶାଶୂଘର ଆଗରେ ଧାରଣା ଦେଇ ବସିରହିଛନ୍ତି।

ତେବେ ସୂଚନା ଅନୁସାରେ ମାମଲାଟି ଏପରି ଯେ ଜୋସ୍ନା ସାହୁ ନାମକ ଜଣେ ମହିଳା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କୁ 8 ମାସ ତଳେ ପ୍ରେମ ବିବାହ କରିଥିଲେ। ବିବାହ କରି ପ୍ରାୟ 4 ମାସ ଶାଶୁଘରେ ରହିବା ପରେ ଶାଶୂଘର ଲୋକେ ତାଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ।

ଏହାପରେ ପରେ ଘରୁ ବାହାରି ଯାଇ ଉଭୟ ସ୍ୱାମୀ-ସ୍ତ୍ରୀ ଭଡାରେ ଅନ୍ୟତ୍ର ରହିବାକୁ ଲାଗିଲେ। କିନ୍ତୁ ଧୀରେ ଧୀରେ ମହିଳାଙ୍କ ଉପରେ ସ୍ୱାମୀ ମଧ୍ୟ ଅତ୍ୟାଚାର କରିବା ଆରମ୍ଭ କରିଥିଲେ। ଏହାସହ ପ୍ରାୟ ସମୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଲାଗୁଥିବା ବେଳେ ଏବେ ମହିଳାଙ୍କୁ ଛାଡି ଧରାଛୁଆଁ ଦେଉନାହାନ୍ତି ସ୍ୱାମୀ।

ଏହାପରେ ଶାଶୂଘରଲୋକଙ୍କ ବିରୁଦ୍ଧରେ ଅନୁଗୁଳ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ଶାଶୂଘର ଲୋକମାନେ ତାଙ୍କ ସ୍ୱାମୀଙ୍କୁ ଲୁଚାଇ ରଖିଛନ୍ତି। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଯାହାପରେ ଆଉ କିଛି ଉପାୟ ନପାଇ ଶାଶୂ ଘର ଆଗରେ ମହିଳା ଜଣକ ଧାରଣା ଦେଇ ବସିଛନ୍ତି। ଏବେ ମିଡିଆ ମାଧ୍ୟମରେ ମଧ୍ୟ ନ୍ୟାୟ ପାଇଁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *