ଅଧିକ ପାଣି ପିଇବା ହୋଇପାରେ ଆପଣଙ୍କ ପାଇଁ କ୍ଷ-ତିକା-ରକ, ଆପଣ ପଡି ପାରନ୍ତି ଏହି ରୋଗରେ

କୁହାଯାଏ ଜଳ ହିଁ ଜୀବନ ଅଟେ। ପାଣି ପିଇବାର ଅନେକ ଲାଭ ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ 8-10 ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ। ଚର୍ମରୁ ନେଇ ଶରୀରରୁ ବି-ଷାକ୍ତ କଣିକା ବାହାର କରିବା ପାଇଁ ପାଣି କାମ କରେ ।

ଆମ ଶରୀରରେ 70 ପ୍ରତିଶତ ପାଣି ରହିଛି, କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ପାଣି ଶରୀରର ଅନେକ ସମସ୍ୟା ସୃଷ୍ଟି କରିପାରେ। ତେବେ ଆସନ୍ତୁ ଜାଣିବା 8-9 ଗ୍ଲାସରୁ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ କଣ କ୍ଷ-ତି ହୋଇପାରେ?

ଅଧିକ ମାତ୍ରାରେ ପାଣି ପିଇଲେ ଶରୀରରେ ଅତ୍ୟଧିକ ତରଳ ପଦାର୍ଥ ଏବଂ ଶରୀରରେ ଅସନ୍ତୁଳନ ହୋଇପାରେ। ଅତ୍ୟଧିକ ପାଣୀ ଯୋଗୁଁ ଶରୀରରେ ସୋଡିୟମର ସ୍ତର ହ୍ରାସ ହୋଇପାରେ, ଯାହାକି ବାନ୍ତି, ଥ-କ୍କାପଣ ଇତ୍ୟାଦିର ପ୍ର-ଭାବ ଦେଖାଇପାରେ।

ଏହାସହ ମୁଣ୍ଡବିନ୍ଧା ହେଉଛି ଉଭୟ ଅତ୍ୟଧିକ ହାଇଡ୍ରେସନ୍ ଏବଂ ଡିହାଇଡ୍ରେସନର ଲକ୍ଷଣ। ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି, ସେବେ ଆପଣଙ୍କ ର-କ୍ତରେ ଲବଣର ଅ-ଭାବ ଦେଖାଯାଏ। ଏହି କାରଣ ଯୋଗୁଁ ଆପଣଙ୍କ ଶରୀରର ସମସ୍ତ ଅଙ୍ଗରେ କୋ-ଷଗୁଡିକ ଫୁଲିଯାଏ।

ଅତ୍ୟଧିକ ପାଣି ପିଇବା ଦ୍ୱାରା ଥ-କ୍କାପଣ ଆସିପାରେ। ଏହାସହ ଆପଣଙ୍କର କିଡନୀକୁ ପାଣି ଫିଲଟର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ। ଏହି କାରଣରୁ ହରମୋନ ଉପରେ ଚାପ ପଡିପାରେ। ଯାହାଫଳରେ ଆପଣଙ୍କୁ କ୍ଳା-ନ୍ତ ଅନୁଭବ ହେବ।

କେବଳ ଏତିକି ନୁହେଁ ଅତ୍ୟଧିକ ପାଣି ପିଇବା ଦ୍ୱାରା ପୋଟାସିୟମର ଅ-ଭାବ ଦେଖାଦେଇଥାଏ। ଯାହା କାରଣରୁ ଗୋଡରେ ଯ-ନ୍ତ୍ରଣା, ଛାତି ଯ-ନ୍ତ୍ରଣା ଇତ୍ୟାଦି ଲକ୍ଷଣ ସୃଷ୍ଟି ହୋଇପାରେ। ତେବେ ଅଧିକ ପାଣି ପିଇଲେ ଆହୁରି ମଧ୍ୟ ଏକ ସମସ୍ୟା ଦେଖାଦିଏ ଯାହାକୁ ସମସ୍ତେ ଜାଣିଛନ୍ତି ତାହା ହେଉଛି ଅଧିକ ପ-ରିଶ୍ରା ଲାଗିବା।

Leave a Reply

Your email address will not be published. Required fields are marked *