ପଖାଳ ଖାଇଲେ ମୋଟା ହୁଅନ୍ତି ନାହିଁ,ଏହି ଭୁଲ ପାଇଁ ମୋଟା ହୋଇଥାନ୍ତି

ଖରାଦିନ ଆସିଗଲେ ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ। ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଏବଂ ତୃପ୍ତି ମିଳିଥାଏ। ଖରାଦିନ ଆସିଗଲେ ଓଡ଼ିଶାର ଘରେ ଘରେ ପଖାଳର ଆଦର ବେଶ୍ ବଢିଯାଏ।

ଠୋ ଠୋ ଖରାବେଳେ ତୁଣ୍ଡରେ ପଖାଳ ତୋରାଣି ବାଜିଲେ ମନକୁ ଟିକେ ଶାନ୍ତି ମିଳେ।ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ 20 ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ମଧ୍ୟ ପାଳନ କରାଯାଏ।

କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ।

ତେବେ ଏହି ଅପୂର୍ବ ଖାଦ୍ୟ ପଖାଳକୁ ନେଇ କିଛି ଲୋକ କୁହନ୍ତି ଯେ ଏହା ଏକ ଭଲ ଖାଦ୍ୟ ନୁହେଁ। ଏହାକୁ ଖାଇଲେ ଲୋକ ଅସୁସ୍ଥ ହୋଇ ପଡ଼ନ୍ତି। ଏହି ସବୁ କଥାକୁ ଆଖିରେ ଆଗରେ ରଖି ଜଣେ ସ୍ୱାସ୍ଥ୍ୟ ଡାକ୍ତର ମିଡିଆ ଆଗରେ କହିଛନ୍ତି ଯେ ପଖାଳ କେବେ ବି ଏକ ଖରାପ ଖାଦ୍ୟ ହୋଇନଥିଲା କି କେବେ ବି ହେବ ନାହିଁ।

ଏହାକୁ ଖାଇଲେ ଲୋକ ଶାନ୍ତି ପାଆନ୍ତି କାରଣ ଏଥିରେ ଥାଏ ଭରପୁର ପରିମାଣରେ ଶ୍ୱେତସାର। ଆଉ ଶ୍ୱେତସାର ଶରୀରକୁ ଶକ୍ତି ଦିଏ। ସେଥିପାଇଁ ସବୁ କାମିକା ଲୋକ ପଖାଳ ଖାଇବାକୁ ଅଧିକ ପସନ୍ଦ କରନ୍ତି। ପଖାଳ ଖାଇଲେ ଆପଣ କେବେ ବି ମୋଟା ହେବେ ନାହିଁ।

କିନ୍ତୁ ଆପଣ ଏହା ଧ୍ୟାନ ରଖିବେ ଯେ ପଖାଳ ଖାଇ ଯଦି ଆପଣ ଆରାମ କରିବେ ତାହାଲେ ଆପଣ ମୋଟା ହୋଇ ପାରନ୍ତି। ସେଥିପାଇଁ ଆପଣ ସଜ ପଖାଳ ଖାଆନ୍ତୁ କିମ୍ବା ବାସୀ ପଖାଳ ଖାଆନ୍ତୁ, ଖାଇସାରିବା ପରେ ଆରାମ ନକରି କାମ କରନ୍ତୁ। ଯାହାଫଳରେ ଆଳସ୍ୟ ଲାଗିବ ନାହିଁ ଏବଂ ମୋଟାପଣ ମଧ୍ୟ ବଢିବ ନାହିଁ।

Leave a Reply

Your email address will not be published. Required fields are marked *