ଯେତେ ଚେଷ୍ଟା କଲେ ମଧ୍ୟ ଯଦି ବଢୁନାହିଁ ଓଜନ, ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଅନେକ ଲୋକଙ୍କ ପାଇଁ ଓଜନ କମାଇବା ପରି ଓଜନ ବଢାଇବା ମଧ୍ୟ କଷ୍ଟକର ହୋଇଥାଏ। ଏପରି ଅଧିକ ମୋଟା ହେବା କିମ୍ବା ଅଧିକ ପତଳା ହେବା ବ୍ୟକ୍ତିତ୍ବ ଏବଂ ଆତ୍ମବିଶ୍ଵାସ ଉପରେ ପ୍ରଭାବ ପକାଇଥାଏ। ଜଣେ ବ୍ୟକ୍ତିର ଶରୀରକୁ ପ୍ରତିଦିନ 500-700 କ୍ୟାଲୋରୀର ଶକ୍ତି ଆବଶ୍ୟକ ହୋଇଥାଏ। ଯଦି ବ୍ୟକ୍ତିଟି ଏହାଠାରୁ ଅଧିକ କ୍ୟାଲୋରୀର ଖାଦ୍ୟ ଖାଏ ତେବେ ସେ ମୋଟା ହୋଇଯାଏ। କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆପଣ ଅଧିକରୁ ଅଧିକ ଜଙ୍କ ଫୁଡ଼ ଖାଇବେ କିମ୍ବା କୌଣସି ଔଷଧ ଖାଇବେ।

ପତଳା ଲୋକ ମୋଟା ହେବା ପାଇଁ ଅନେକ ଔଷଧ ବଜାରରେ ମିଳୁଥିଲେ ମଧ୍ୟ କିଛି ଲୋକଙ୍କ ଉପରେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଥାଏ। ତେଣୁ ମୋଟା ହେବା ପାଇଁ ସେହିସବୁ ଔଷଧ କିମ୍ବା ଜଙ୍କ ଫୁଡ଼ ବ୍ୟବହାର ନକରି ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ ଅଟେ। ତେବେ ଆସନ୍ତୁ ଜାଣିବା ଘରୋଇ ଉପରେ କେମିତି ବଢାଇବେ ଓଜନ।

-ତେବେ ଓଜନ ବଢ଼ାଇବାର ପ୍ରଥମ କାର୍ଯ୍ୟ ହେଉଛି ଆପଣ ସକାଳୁ ଉଠୁ ଉଠୁ ଖାଲି ପେଟରେ ଗୋଟେ ଗ୍ଲାସ ପାଣି ପିଅନ୍ତୁ। ପାଣି ପିଇବାର ଅଧଘଣ୍ଟା ପରେ ଗୋଟେ କିମ୍ବା ଦୁଇଟା କଦଳୀ ଖାଆନ୍ତୁ। କଦଳୀ ଆମ ଶରୀରକୁ ଖାଦ୍ୟର ଆବଶ୍ୟକତା ଯୋଗାଇବ ଏବଂ ଶରୀର ଗଠନରେ ମଧ୍ୟ ସାହାଯ୍ୟ କରିବ।

କିନ୍ତୁ ମନେ ରଖନ୍ତୁ ଯେ କ୍ଷୀର ସହ କିମ୍ବା ଦହି ସହ କଦଳୀ ଖାଆନ୍ତୁ ନାହିଁ। କାରଣ ଏପରି ଖାଇବା ଦ୍ୱାରା କିଛି ଲୋକଙ୍କର କଫ ଏବଂ ଗ୍ୟାସ୍ ଜନିତ ରୋଗ ହୋଇପାରେ।କିନ୍ତୁ ଯଦି ଆପଣଙ୍କର ଦହି ଖାଇବାକୁ ଇଛା ଅଛି ତେବେ କଦଳୀ ଖାଇବାର ଅଧଘଣ୍ଟା ପରେ ଗୋଟେ ପାତ୍ର ଦହିରେ ମିଶ୍ରି ମିଶାଇ ଖାଆନ୍ତୁ। ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପଯୋଗୀ ଅଟେ।

– ଆପଣ ରାତିରେ 5ଟି ପେସ୍ତା ବାଦାମ, 5 ଟି କିସମିସ, ଅଳ୍ପ କେତୋଟି ଚିନାବାଦମର ମଞ୍ଜିକୁ ପାଣିରେ ଭିଯାଇ ସକାଳୁ ଖାଲି ପେଟରେ ମଧ୍ୟ ଖାଇ ପାରିବେ। ନଚେତ ଆପଣ ଗୋଟେ କପ୍ ଗଜା ମୁଗ କିମ୍ବା ଗଜା ବୁଟ ମଧ୍ୟ ଖାଇ ପାରିବେ। ଏହା ଶରୀରକୁ ପ୍ରୋଟିନ ଦେବା ସହ କାମ କରିବାକୁ ଶକ୍ତି ମଧ୍ୟ ଯୋଗାଇ ଥାଏ।

– ସକାଳୁ ଜଳଖିଆରେ ଆପଣ ଉପମା, ଚୁଡା ସନ୍ତୁଳା, ରୁଟି, ଆଳୁ ପରଟା, ଅଣ୍ଡା ଆମଲେଟ, ସିଝା ଅଣ୍ଡା ଆଦି ମଧ୍ୟ ଖାଇ ପାରିବେ। ଏହାସହ ଦ୍ବୀପହର ଖାଦ୍ୟରେ ଆପଣ ଭାତରେ ଗୋଟେ ଚାମଚ ଗୁଆ ଘିଅ ମିଶାଇ ଖାଆନ୍ତୁ। ଏହାସହ ପନୀର, ମାଛ କିମ୍ବା ଚିକେନ୍ ପରି ପୃଷ୍ଟିସାର ଖାଦ୍ୟ ଖାଆନ୍ତୁ। ଏହା ଶରୀରକୁ ଚିକ୍କଣ ରଖିଥାଏ ଏବଂ ମାଂସପେଶୀ ବଢ଼ାଇବାରେ ସାହାଯ୍ୟ କରିଥାଏ।

-ସନ୍ଧ୍ୟାବେଳେ ଆପଣ 5-6 ଘଣ୍ଟା ଆଗରୁ ଖଜୁରୀକୁ ଭିଯାଇ ରଖନ୍ତୁ। ଏହାକୁ ଚିପୁଡି ଏହାର ରସ ବାହାର କରି କ୍ଷୀର ସହ ସେବନ କରନ୍ତୁ। ପ୍ରତିଦିନ ଏହାକୁ ଖାଇଲେ ଶରୀରରେ ମାଂସପେଶୀ ବୃଦ୍ଧି ପାଇଥାଏ।

-ସବୁବେଳେ ଶୋଇବାର 2 ଘଣ୍ଟା ପୂର୍ବରୁ ହିଁ ରାତ୍ରି ଭୋଜନ କରନ୍ତୁ। ରାତି ଭୋଜନରେ ଆପଣ ରାଜମା, ରୁଟି, କିମ୍ବା ଘରେ ତିଆରି ହୋଇଥିବା ଯେ କୌଣସି ତରକାରୀକୁ ଖାଆନ୍ତୁ। ଏହାସହ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀରରେ ଗୋଟେ ଚାମଚ ହଳଦି ମିଶାଇ ପିଅନ୍ତୁ। କିନ୍ତୁ ମନେରଖନ୍ତୁ ଯେ ଆପଣ ଖଣ୍ଡ ହଲଦୀକୁ ହିଁ ଗୁଣ୍ଡ କରି ସେବନ କରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

-ଏହା ସହ ମୁଖ୍ୟ କଥା ହେଉଛି ଆପଣ ପ୍ରତିଦିନ ସକାଳୁ ସକାଳୁ ଉଠି ବ୍ୟାୟାମ କରନ୍ତୁ। ବ୍ୟାୟାମରେ ଆପଣ ଚକ୍ରାସନ, ଧନୁରାସନ, ଭୁଜଗାସନ, ବଜ୍ରାସନ, ସର୍ଵଙ୍ଗାସନ, ମତ୍ସାସନ, ଏହିପରି କିଛି ଆସନ ବ୍ୟାୟାମରେ କରନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ।

Leave a Reply

Your email address will not be published. Required fields are marked *