ଅନୁଭବଙ୍କୁ ହାତ ଉଠେଇଲେ ସଞ୍ଜୟ ନାୟକ ଓରଫ୍ ଟୁଟୁ ଭାଇ ଜାଣନ୍ତୁ ।

ବନ୍ଧୁଗଣ ଗତ କାଲି ଥିଲା ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ପ୍ରଯୋଜକ ଟୁଟୁ ଭାଇ ଓରଫ ସଞ୍ଜୟ ନାୟକଙ୍କ ପାଇଁ ସବୁଠାରୁ ବଡ ଦିନ । ଆପଣ ମାନେ ସମସ୍ତେ ଟୁଟୁ ଭାଇଙ୍କୁ ନିଶ୍ଚୟ ଜାଣିଥିବେ ଆଉ ତାଙ୍କର ଅନେକ ସୁପର ହିଟ ଫିଲ୍ମ ମଧ୍ୟ ଆପଣ ମାନେ ଦେଖିଥିବେ । ସେ ଅରିନ୍ଦମ, ଅନୁଭବ ଓ ବାବୁସାନଙ୍କ ଭଳି କେତେକ ଦିଗଜ ଅଭିନେତା ମାନଙ୍କୁ ନିଜ ଫିଲ୍ମରେ ମଉକା ଦେଇ ତାଙ୍କ ଭବିଷ୍ୟତ ଗଢିଛନ୍ତି । ତେବେ ବନ୍ଧୁଗଣ ଗତ କାଲି ଥିଲା ଟୁଟୁ ଭାଇଙ୍କର ୨୬ତମ ମ୍ୟାରେଜ ଆନିଭର୍ସରୀ ।

ତେବେ ଗତ କାଲି ରାତିରେ ଅତି ଧୁମଧାମର ସହ ଟୁଟୁ ନିଜ ପତ୍ନୀଙ୍କ ସହ ଆନିଭର୍ସରୀ ପାଳନ କରିଛନ୍ତି । ତାଙ୍କ ଆନିଭର୍ସରୀରେ ଅନୁଭବ, ଅରିନ୍ଦମଙ୍କ ସହ ଅନେକ ଓଡିଆ କଳାକାର ଆଉ ପ୍ରଯୋଜକ ମାନେ ଯୋଗ ଦେଇଥିଲେ । ଆଉ ଏହାରି ମଧ୍ୟରେ ତାଙ୍କ ଆନିଭର୍ସରୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓଟି ଦେଖିଲେ ଆପଣ ହସି ହସି ଗଡିବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତାହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଟୁଟୁ ଭାଇ ଅନୁଭବଙ୍କ ଉପରେ ହାତ ଉଠାଉ ଛନ୍ତି । ତେବେ ଟୁଟୁ ଭାଇଙ୍କ ସହ ଓଡିଆ ଅଭିନେତା ଅରିନ୍ଦମ ଆଉ ଅଭିନେତା ଅନୁଭବ ଛିଡା ହୋଇଛନ୍ତି । ସେଠାରେ ଅନୁଭବ ମାଇକ ଧରି କହୁଛନ୍ତି, ଆଜି ମୋର ଅଜା ତୁଲ୍ୟ ଅରିନ୍ଦମଙ୍କର ବି ଅଜା ତୁଲ୍ୟ ଟୁଟୁ ଭାଇଙ୍କ ୨୬ ତମ ଆନିଭର୍ସରୀ ।

ବନ୍ଧୁଗଣ ଅନୁଭବ ଯେତେବେଳେ ଟୁଟୁ ଭାଇଙ୍କୁ ଅଜା କହିଦେଲେ ସେତେବେଳେ ଟୁଟୁ ମଜା ମଜାରେ ଅନୁଭବଙ୍କ ଉପରକୁ ହାତ ଉଠାଇଲେ ଏହା ପରେ ଅନୁଭବ ସାଇଡ ହେଇଗଲେ । ତା ପରେ ପୁଣି ଅନୁଭବ ଟୁଟୁ ଭାଇଙ୍କ ସହ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି । ଉଭୟ ଅନୁଭବ ଆଉ ଅରିନ୍ଦମ ଗତ କାଲି ଟୁଟୁ ଭାଇଙ୍କ ଆନିଭର୍ସରୀରେ ଧମାଲ କରିଛନ୍ତି ଯାହା ଆପଣମାନେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ପାଇଁ ପାରିବେ । ଆଉ ଟୁଟୁ ଭାଇ ମଧ୍ୟ ଅରିନ୍ଦମ ଆଉ ଅନୁଭବଙ୍କ ତାଙ୍କର ଦୁଇ ପୁଅ ବୋଲି ସମ୍ବୋଧନ କରି କହିଛନ୍ତି ।

Leave a Reply

Your email address will not be published. Required fields are marked *