ମା’କୁ ଠେଲିଦେଇ ପ୍ରେମିକ ପାଖକୁ ଦୌଡ଼ିଗଲା ଝିଅ । ଏମିତି ଘଟଣା ହୁଏତ ପ୍ରଥମଥର ଘଟିଥିବ।

ଝିଅ ଉଗ୍ର ରୂପରେ ଉଠି ମାକୁ ଥାନା ଦୁଆରେ ଠେଲିକି କଚାଡି ଫୋପାଡ଼ି ଦେଉଛି । ପ୍ରେମିକ ପାଇଁ ତୁଛ ହୋଇଯାଇଛି ଜନ୍ମ କଲା ମା । ନିଜ ମା’କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡି ପଳାଇଗଲା ଝିଅ । ହଁ ଆଜ୍ଞା ଦର୍ଷକବନ୍ଧୁ ଏଭଳି ଏକ ଅଭାବନୀୟ ହାଇଡ୍ରାମା ଦେଖିବାକୁ ମିଳିଛି ବୈଦ୍ୟନାଥପୁର ଥାନାରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆଉ ଆପଣ ମାନେ ଦେଖିଲେ ଜାଣି ପାରିବେ କିଭଳି ମା’କୁ ଆଜି ଏଭଳି ଠେଲି ଦେଇଛି ଝିଅ ।

ହଁ ଆଜ୍ଞ ପ୍ରେମ ପାଇଁ ମାଁକୁ ଠେଲି ଦେଲା ଝିିଅ । ଝିଅ ଆଜି ବଡ ହୋଇ ଯାଇଛି ଆଉ ମାଁର ବୟସ ବି ଗଡି ଯାଇଛି । ଝିଅ ଏଠାରେ ତା ବଳ ଦେଖାଇଛି ଆଉ ମାଁକୁ ଠେଲି ଦେଇଛି । ଆଉ ମାଁ ତଳେ ପଡି ଯାଇଛି କିନ୍ତୁ ମାଁ କାନ୍ଦି କାନ୍ଦି କହୁଛି ଯେ ମୋ ଝିଅ ଅବାଟକୁ ଚାଲି ଯାଇଛି । ବୟସ ହୋଇ ଗଲା ବୋଲି ସେ ବଦଳି ଯାଇଛି । ସେ ଅନ୍ୟ କଥାରେ ପଡି ସେ ଆଜି ତା ଜନ୍ମକଲା ମାଁକୁ ଚହ୍ନି ପାରୁନି । କାନ୍ଦପୁର ଥାନା ଅନ୍ତର୍ଗତ ବଡ ବର୍ଷିଂ ଗାଂ ର ଗୌରୀ ବାଳା ସାହୁଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶନୀ ।

ତେବେ ପ୍ରିୟଙ୍କା ବ୍ରହ୍ମପୁରରେ ଇଂଜିନିୟରି ପାଠ ପଡୁଥିଲେ ଆଉ ସେହି ସମୟରୁ ପ୍ରେମ କରି ଥିଲେ ୨୦୨୧ ରେ ଘରେ କିଏ ନଥିବା ବେଲେ ପୁଅ ସହ କେଉଁ ଆଡେ ଚାଲି ଯାଇଥିଲେ । ତାପରେ କାନପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ଆଉ ଉଦ୍ଧାର ପରେ ବ୍ରହ୍ମପୁର ସୁଧାର ଗୃହରେ ରଖା ଯାଇଥିଲା ୭ ମାସ ଧରି । ଆଉ ସେପଟେ ପୁଅର ଘର ଲୋକେ ସୁଧାର ଗୃହରୁ ନେଇ ଯାଇଥିଲେ ଝିଅକୁ ।ଏହାପରେ ପ୍ରାୟ ଦେଢବର୍ଷ ବିତି ଯାଇଥିଲା ହେଲେ ଝିଅର ମାଁ ଯେତେ ନେହୁରା ହେଉଥିଲେ ବି ପୁଅର ପରିବାର ଲେକେ ଝିଅକୁ ଦେଖାଉ ନଥିଲେ ।

ଆଉ ଝିଅକୁ ଝୁରିଝୁରି ଦିନ କାଟୁଥିଲେ ବାପା-ମା ଦୁହେଁ ଏବଂ ମାଁ ଅଭିଯୋଗ କରିଛନ୍ତି ଝିଅକୁ ଟିକେ ଦେଖିବା ପାଇଁ କହିଲେ ସେମାନେ ୫ଲକ୍ଷ ଟଙ୍କା କୁଆଡେ ଦାବି କରୁଥିଲେ । ଆଉ ଯେତେବେଳେ ଝିଅ ବୈଦ୍ୟନାଥପୁରରେ ପହଞ୍ଚିଥିଲା ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପଟେ ପ୍ରେମିକ କହୁଛନ୍ତି ପ୍ରେମିକାଙ୍କ ଘର ଲୋକଙ୍କ ଅଭିଯୋଗ ମିଛ । ଦୁହେଁ ପ୍ରେମ କରୁଛୁ ଆଉ ବାହା ମଧ୍ୟ ହେବୁ । ଯାହାର ଭି଼ିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆଉ ଯେଉଁଠି ପ୍ରେମ ପାଇଁ ଝିଅ ଭୁଲି ଯାଇଛି ଅମୂଲ୍ୟ ସଂପର୍କର ମୂଲ୍ୟ ।

Leave a Reply

Your email address will not be published. Required fields are marked *