ଇଡି ଅଫିସ ଆସିଲେ ଜଗବନ୍ଧୁ ଚାନ୍ଦଙ୍କ ବଡ ଭାଇ । ଗଣମାଧ୍ୟମ ପ୍ରଶ୍ନରେ କହିଲେ, ଆମର ପର୍ସନାଲ ମ୍ୟାଟରରେ କଥା ହେବାର ଅଛି, ମତେ ଇଡି ଡାକିନି ।

ବର୍ତ୍ତମାନ୍ ସମୟରେ ଜୋର୍ ସୋର ଚର୍ଚ୍ଚା ଚାଲିଥିବା ବିଷୟ ହେଉଛି ଆମ ସମାଜର ଭଦ୍ରା ମୁଖା ତଳେ ଲୁଚି ରହିଥିବା ବଡ଼ ବଡ଼ ଲୋକଙ୍କ କଳା କାରନାମା ଏବେ ଧୀରେ ଧୀରେ ଗୋଟେ ପରେ ଗୋଟେ ଲୋକଙ୍କ ସାମ୍ନାକୁ ଆସିଛି ଏବଂ କେଉଁ ମାନେ ଏଥିରେ ସାମିଲ୍ ହୋଇଛନ୍ତି ସେ ସବୁ ମଧ୍ୟ ଧୀରେ ଧୀରେ ଲୋକଲୋଚନକୁ ଆସୁଛି।

ତେବେ ଇଡି ଅଫିସ୍ ସାମ୍ନାରେ ଦେଖା ଦେଲେ ଜଗବନ୍ଧୁଙ୍କ ଭାଇ । ମିଡ଼ିଆ ଘେରି ଯାଇଥିବା ବେଳେ ଜଗା ଭାଇ କହିଲେ, “ମୁଁ କଣ ପାଇଁ ପରିଚୟ ଦେବି ମୋର ସେ କେଶ୍ ସହିତ କୌଣସି ସମ୍ପର୍କ ନାହିଁ । ତାଙ୍କ ନାମ କଣ ପଚରା ଯିବାରୁ ସେ ଉତ୍ତର ଦେଇଥିଲେ ମୋ ନାମ ବଳିଆ । ମୁଁ ଅଲଗା କାମରେ ଠାକୁର ସାରଙ୍କୁ ଦେଖା କରିବାକୁ ଆସିଥିଲି । ତାଙ୍କ ଫେମିଲି ମେମ୍ବର ବିଷୟରେ ଗୋଟେ କଥା ଥିଲା ସେଥିପାଇଁ ମୁଁ ଆସିଥିଲି ।

ଅର୍ଚ୍ଚନା ନାଗ ର କଣ ହେବେ ବୋଲି ପଚାରିବାରୁ ସେ କହିଥିଲେ ଆରେ ମୁଁ ସେ ଅର୍ଚ୍ଚନା ନାଗକୁ ଜାଣିନି । କି ମୁଁ ତାର କିଛି ନୁହେଁ । ମୋତେ କଣ ପାଇଁ ଏଠାକୁ ସେମାନେ ଡକିବେ ଭାଇ । ପୁଣି ମିଡ଼ିଆ ଭାଇ ମାନେ ଆପଣଙ୍କ ଠାକୁର ସାର୍ ସହିତ କାମ କଣ ପଚାରିବାରୁ ସେ ଉତ୍ତର ଦେଇଥିଲେ ।

ମୁଁ ଅଲଗା କାମ ପାଈଁ ଆସିଥିଲି ସେ କେଶ୍ ସମ୍ବନ୍ଧରେ କିଛି ନୁହେଁ । ମୁଁ ଲୁଚିବି କଣ ପାଇଁ ।ଜଗା ସହ ବଳିଆର ଗୋଟେ ଫୋଟ ଅଛି କଣ ସମ୍ପର୍କ ବୋଲି ପଚାରିବାରୁ ଜବରଦସ୍ତି ବଳିଆ କହିଥିଲେ ଆପଣ ଭୁଲ୍ ଜାଣିଛନ୍ତି । ମୋର କାହା ସହ କିଛି ଫୋଟ ନହିଁ ।

Leave a Reply

Your email address will not be published. Required fields are marked *