ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ସ୍ୱାମୀ ହାତରୁ କାଠ ପଡି ସ୍ତ୍ରୀର ଚାଲିଗଲା ଜୀବନ, ଏବେ ଅନୁତାପ କରି କା-ନ୍ଦୁଛନ୍ତି ସ୍ୱାମୀ

କେନ୍ଦୁଝର ଜିଲ୍ଲା ତେଲକୋଇ ଥା-ନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଅସାବଧାନତାରେ ସ୍ୱାମୀ ହାତରୁ କାଠ ଖସି ସ୍ତ୍ରୀ ଉପରେ ପଡିଯିବା କାରଣରୁ ସ୍ତ୍ରୀର ଚାଲିଗଲା ଜୀବନ।

ମୃ-ତକ ଜଣକ ହେଉଛନ୍ତି ଜେମା ମୁଣ୍ଡା। ସ୍ୱାମୀ ହେଉଛନ୍ତି ରାଜେଶ ମୁଣ୍ଡା। ତେବେ ସୂଚନା ଅନୁସାରେ ଏହି ଗ୍ରାମର ରାଜେଶ ମୁଣ୍ଡା ଏବଂ ସ୍ତ୍ରୀ ଜେମା ମୁଣ୍ଡା ଗତ ବୁଧବାର ଦିନ ନିଜ ଘର ତିଆରି ନିମନ୍ତେ ପାଖ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ।

ଉଭୟ କାଠ ଧରି ଘରକୁ ଫେରିବା ସମୟରେ ହଠାତ ଜଙ୍ଗଲରୁ ହାତୀର ଚି-ତ୍କାର ଶବ୍ଦ ଶୁଣାଗଲା। ହାତୀ ଶବ୍ଦ ଶୁଣିବା ମାତ୍ରେ ଉଭୟ ଭ-ୟଭୀ-ତ ହୋଇଗଲେ।ଯାହା ଫଳରେ ଅସାବଧାନତା ହେତୁ ରାଜେଶ ନିଜ କାନ୍ଧରେ ଧରିଥିବା ଏକ ବଡ କାଠ ତଳେ ପଡିଯାଇଥିଲା। କାଠ ତଳେ ପଡ଼ିବା ବେଳେ ତାହା ଜେମାଙ୍କ କାନ ମୁଣ୍ଡରେ ମଧ୍ୟ ବାଜିଥିଲା।

ତାପରେ ପ୍ରବଳ ର-କ୍ତସ୍ରା-ବ ହେବାରୁ ଘଟ-ଣାସ୍ଥ-ଳରେ ତାଙ୍କର ମୃ-ତ୍ୟୁ ଘଟିଥିଲା।ଏହାପରେ ପରିବାର ଲୋକ ମୃ-ତଦେ-ହକୁ ଘରକୁ ନେଇ ସନ୍ଧ୍ୟାରେ ନିଜ ବାଡ଼ିରେ ଅ-ନ୍ତିମ ସଂସ୍କାର କରିଥିବା ଜଣା ପଡ଼ିଛି। ତେବେ ଲୋକଙ୍କ କହିବା ଅନୁସାରେ ଦୀର୍ଘ ଦଶ ଦିନ ହେବ ଏହି ଜଙ୍ଗଲରେ କୌଣସି ହାତୀ ଦେଖିବାର ତାଙ୍କୁ ମିଳିନାହିଁ।

ଏପରି ପରିସ୍ଥିତିରେ ହାତୀର ଗ-ର୍ଜନ ଶୁଣିବା ପରେ ଏପରି କା-ଣ୍ଡ ଘ-ଟିଛି ବୋଲି ଲୋକେ ବିଶ୍ୱାସ କରିପାରୁନାହାନ୍ତି। ତେବେ ଏହି ଘଟ-ଣା ସମ୍ପର୍କରେ ସ୍ଥାନୀୟ ପୋ-ଲିସ ଜାଣିବା ପରେ ଘଟ-ଣାସ୍ଥଳରେ ପହଞ୍ଚି ତ-ଦନ୍ତ କରିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *