ଆସିଗଲା ସ୍କ୍ରାପିଂ ପଲିସି, ରାସ୍ତାରେ ଆଉ ଗଡିବନି 15 ବର୍ଷର ପୁରୁଣା ଗାଡି।:-

ରାଜ୍ୟ କ୍ୟାବିନେଟ ଏବେ ସ୍କ୍ରାପିଂ ପଲିସିକୁ ଅନୁମତି ଦେଇଛି। ଯାନବାହନ ଜନିତ ବାୟୁ ପ୍ରଦୂଷଣ କମ୍ କରିବା ଲାଗି ଏହି ନିୟମ ହୋଇଛି। ୧୫ବର୍ଷର ପୁରୁଣା ଗାଡିକୁ ଏବେ ସ୍କ୍ରାପିଂ କରାଯିବ। ଯେଉଁ ଲୋକମାନଙ୍କର ଗାଡିକୁ ସ୍କ୍ରାପିଂ କରାଯିବ ସେମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ ରହିଛି।

ଏହା ସହିତ ରାସ୍ତାରେ ଚାଲୁଥିବା ସମସ୍ତ ଗାଡ଼ିର ବାୟୁ ପ୍ରଦୂଷଣ ଯାଞ୍ଚ କରିବାକୁ ମଧ୍ୟ ପଲିସିରେ ନିୟମ ରହିଛି। ତେବେ ସ୍କ୍ରାପିଂର ଅର୍ଥ ହେଉଛି 15 ବର୍ଷ ପୁରୁଣା ବାଣିଜ୍ୟିକ ଯାନ ଏବଂ 20 ବର୍ଷ ପୁରୁଣା ବ୍ୟକ୍ତିଗତ ଯାନର ଫିଟନେସ ଟେଷ୍ଟ ହେବ। ଗାଡ଼ି ଯଦି ଯାଞ୍ଚରେ ବିଫଳ ହୁଏ ତେବେ ସେହି ଗାଡ଼ିଗୁଡ଼ିକୁ ଅଚଳ କରାଯିବ।

-ସ୍କ୍ରାପିଂ ବେଳେ ଗାଡ଼ି ମାଲିକଙ୍କୁ ଏକ ସାର୍ଟିଫିକେଟ୍ ମିଳିବ।

-ନୂଆ ଗାଡ଼ି କିଣିବା ବେଳେ ସେହି ସାର୍ଟିଫିକେଟ୍ ଦେଖାଇଲେ ପଞ୍ଜିକରଣ ଚାର୍ଜକୁ ଛାଡ଼ କରାଯିବ।

– ନୂଆ ଗାଡ଼ି କିଣିବା ସମୟରେ 6 ପ୍ରତିଶତ ରିହାତି ପ୍ରଦାନ କରିବାକୁ ଗାଡ଼ି ସୋରୁମ ଗୁଡ଼ିକୁ ଅର୍ଡର ଜାରି କରାଯିବ।

-ରୋଡ ଟ୍ୟାକ୍ସରେ 25 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ।

-ଏହାସହ ସ୍କ୍ରାପିଂ କେନ୍ଦ୍ର ସ୍ଥାପନ କରିବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା କଂପାନୀକୁ ରିହାତି ଦରରେ ଜମି ପ୍ରଦାନ କରାଯିବ।

-ଗାଡ଼ି ସ୍କ୍ରାପିଂ କେନ୍ଦ୍ରକୁ ଶିଳ୍ପର ମାନ୍ୟତା ମିଳିବ।

-ଶିଳ୍ପନୀତି ଅନୁସାରେ ଅନ୍ୟ ସୁବିଧା ଯୋଗାଇ ଦିଆଯିବ।

2021 ମସିହା ଅଗଷ୍ଟ 13 ତାରିଖରେ କେନ୍ଦ୍ର ସରକାର ଏହି ସ୍କ୍ରାପେଜ ପଲିସି ଆଣିଥିଲେ।

ତେବେ ଏହି ସ୍କ୍ରାପିଂ ପଲିସି ବାୟୁ ପଦୂଷଣକୁ ରୋକିବା ପାଇଁ କରାଯାଉଥିଲେ ମଧ୍ୟ ଏହାଦ୍ୱାରା ଦ୍ୱାରା ଅନେକ ଲୋକ ଅସୁବିଧା ହେବାର ସମ୍ଭାବନା ରହିଛି। କାରଣ ଏହି ପଲିସି ଦ୍ୱାରା ରାଜ୍ୟରେ ଗଡ଼ୁଥିବା ପ୍ରାୟ 60-70 ପ୍ରତିଶତ ବାଣିଜ୍ୟିକ ଗାଡ଼ି ହଟିଯିବ।

ଗାଡ଼ିର ମାଲିକମାନେ ନିଜର ବ୍ୟବସାୟ ହରାଇବେ। ହଜାର ହଜାର ଡ୍ରାଇଭର, ହେଲପର୍ ଏବଂ ଅନ୍ୟ କର୍ମଚାରୀ ବେକାର ହୋଇ ବସିରହିବେ। ଗ୍ୟାରେଜ୍ ଏବଂ ଗାଡ଼ି ଯନ୍ତ୍ରାଂଶ ବିକ୍ରି ବ୍ୟବସାୟରେ ବହୁତ ପ୍ରଭାବ ପଡିବ।

Leave a Reply

Your email address will not be published. Required fields are marked *