ସ୍ତ୍ରୀର ପରକ୍ରିୟାପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଖାଇଲା ହଣା, ସ୍ତ୍ରୀ କରୁଥିଲା ସଢ଼ୁ ସହ ପ୍ରେମଲୀଳା।

ସମାଜରେ ପରକୀୟା ପ୍ରୀତି ଘଟଣା ଏକ ସାଧାରଣ କଥା ହୋଇଗଲାଣି। ସମ୍ପର୍କର ଅର୍ଥ ଆଉ କେହି ବୁଝୁ ନାହାନ୍ତି। ସ୍ୱାର୍ଥ ହାସଲ କରି ଧୋକ୍କା ଦେବା ପୂର୍ବରୁ ଏପରି ଲୋକମାନେ ଥରେ ମଧ୍ୟ ନିଜ ସାଥି କଥା ଭାବୁନାହାନ୍ତି। ଏହିପରି ଲୋକଙ୍କ ପାଇଁ ଆଜି ସମାଜ କଳୁଷିତ ହେବାରେ ଲାଗିଛି। ତେବେ ଆଜିର ଘଟଣା ମଧ୍ୟ ଏହି ପରକ୍ରିୟାପ୍ରୀତିକୁ ନେଇ ଘଟିଛି।

ସ୍ତ୍ରୀ ଟି ନିଜ ସଡୁ ସହିତ ରଖିଥିଲା ପାପ ସମ୍ପର୍କ। ଆଉ ଏହାକୁ ବିରୋଧ କରିବାରୁ ସ୍ୱାମୀ ଖାଇଲା ହଣା। ସ୍ୱାମୀ ଏବେ ଡାକ୍ତରଖାନାରେ ଅଛନ୍ତି। ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ନୀପୁର ଗ୍ରାମରେ। ଆହତଙ୍କ ନାମ ବିପିନି ପ୍ରଧାନ।

ସୂଚନା ଅନୁସାରେ ନୀପୁର ଅଂଚଳର ବିପିନ ପ୍ରଧାନ ନାମକ ଜଣେ ଯୁବକ ତିନି ବର୍ଷ ତଳେ ସେହି ଅଂଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରିବାକୁ ଲାଗିଲେ ବିପିନି। ଖୋଳତାଡ଼ କରିବା ପରେ ସେ ଜାଣିବାକୁ ପାଇଲେ ତାଙ୍କ ଘର ପାଖେ ଥିବା ତାଙ୍କ ସଢୁ ସହିତ ସ୍ତ୍ରୀର ସମ୍ପର୍କ ରହିଛି। ତାପରେ ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡା ଲାଗିରହିଲା।

ସ୍ତ୍ରୀଟି ମଧ୍ୟ ନିଜ ସ୍ୱାମୀ ଏବଂ ଶାଶୁକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସଡୁ ସହ ସମ୍ପର୍କ ରଖିବେ ବୋଲି କହିଥିଲେ। ଆଉ ଯଦି ଏହାକୁ କେହି ବିରୋଧ କରନ୍ତି ତେବେ ଜୀବନରୁ ମାରିଦେବେ ବୋଲ ସ୍ତ୍ରୀ ଧମକ ମଧ୍ୟ ଦେଇଥିଲେ। ଏହାପରେ ମଧ୍ୟ ସ୍ବାମୀଟି ନିଜ ସ୍ତ୍ରୀକୁ ବିରୋଧ କରିବା କାରଣରୁ ଗତ 11 ତାରିଖ ଦିନ ସ୍ତ୍ରୀଟିର ବାପା,ଦୁଇଭାଇ ଏବଂ ସଡୁ ବିପିନି ଘରେ ପଶି ତାଙ୍କୁ ଗୋଡେଇ ଗୋଡେଇ ହାଣିପକାଇଥିଲେ।

ଏହାପରେ ଗୁରୁତର ଆହତ ହୋଇ ବିପିନି କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତେବେ ଆଜି ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି। କିନ୍ତୁ ମନରେ ଭୟ ରହିଛି ଯେ ସ୍ତ୍ରୀ କାଳେ ଆଉଥରେ ହାଣି ପକାଇବ। ତେବେ ଘଟଣା ଘଟିବା ପରେ ପୋଲିସ ପାଖେ ଅଭିଯୋଗ ହୋଇଥିଲେ ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

Leave a Reply

Your email address will not be published. Required fields are marked *