ବିଦେଶରୁ ପୁଅ ଦେଲା ଆଦେଶ, ବାପା-ମାଆ ତମେ ମରିଯାଅ।

ଆପଣ ସୋସିଆଲ ମିଡିଆରେ, ଟିଭିରେ ନଚେତ ନିଜ ଚାରିପାଖରେ ମଧ୍ୟ ଏପରି ଦୃଶ୍ୟ ଦେଖୁଥିବେ ଯେଉଁଥିରେ ଜଣେ ପୁଅ ନିଜ ବୁଢା ବାପା-ମାଆଙ୍କୁ ଆଉ ପଚାରୁନଥିବ। ନିଜ ବାପା-ମାଆଙ୍କ ଉପରେ ଅତ୍ୟାଚାର କରୁଥିବ। ଅତ୍ୟାଚାରକୁ ସହି ମଧ୍ୟ ଅନେକ ବାପା-ମାଆ ସେହପରି ଚୁପ୍ ହୋଇ ବସିରୁହନ୍ତି।

ଯେଉଁ ବାପା ମାଆସବୁ ଦୁଃଖ କଷ୍ଟ ସହି ନିଜ ପିଲାଙ୍କୁ ପାଠ ପଢ଼ାଇ ଲାଳନ ପାଳନ କରି ବଡ କରନ୍ତି। ତାର ସବୁ ଇଛାକୁ ପୂର୍ଣ୍ଣ କରନ୍ତି। ଆଜି ସେହି ପିଲା ବଡ ହେବା ପରେ ନିଜ ଗୋଡ ଠିଆ ହୋଇ କିଛି ରୋଜଗାର କରିବା ପରେ ନିଜ ବାପା-ମାଆଙ୍କୁ ହିଁ ଭୁଲି ଯାଏ

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବିଦେଶ ନଚେତ ଅନ୍ୟ ରାଜ୍ୟକୁ ଯାଇ ସେଠି ଚାକିରୀ କରି ରୋଜଗାର କରିବା ପରେ ଗାଁରେ ଥିବା ନିଜ ବାପା ମାଆଙ୍କୁ ଆଉ ମନେ ପକାନ୍ତି ନାହିଁ ଏବଂ କୁହନ୍ତି ଯେ ବାପା-ମାଆ ତୁମେ ମରିଯାଅ। ତୁମକୁ ଆଉ ପାଳିହେବ ନାହିଁ। ଏପରି କଥା ପୁଅ ଠାରୁ ଶୁଣିବା ପରେ ହୃଦୟ ଫାଟିଗଲେ ମଧ୍ୟ ଚୁପ ହୋଇ ବସିରହୁଅନ୍ତି ସେହି ବୁଢା ବାପା-ମାଆ।ଏପରି କଥା କୌଣସି କାହାଣୀରୁ ଦେଖି କୁହାଯାଉନାହିଁ ଆଜ୍ଞା । ଏହା ସମାଜରେ ଘଟୁଛି।

ଆପଣଙ୍କ ଚାରିପାଖରେ ମଧ୍ୟ ଘଟୁଛି। ବାପା-ମାଆ ବୁଢା ହେଲା ପରେ ଅଧିକାଂଶ ଲୋକ ନିଜ ବାପା-ମାଆଙ୍କୁ ଆଉ ପାଳିବାକୁ ଇଛା କରନ୍ତି ନାହିଁ। ତାଙ୍କୁ ଘରୁ ବାହାର କରି ବେସାହାରା କରି ଛାଡି ଦିଅନ୍ତି। ସେଥିପାଇଁ ଆଉ କିଛି ଉପାୟ ନପାଇ ଅନେକ ବୃଦ୍ଧ ଦମ୍ପତି ବୃଦ୍ଧାଶ୍ରମକୁ ହିଁ ନିଜର ଘର ଭାବି ରୁହନ୍ତି।

କିନ୍ତୁ ଦର୍ଶକ ବନ୍ଧୁ ଆପଣ ଗୋଟେ କଥା ମନେ ରଖିଥିବେ ଯେ ଦୟାକରି ଏପରି କାର୍ଯ୍ୟ ଆପଣ କେବେ କରିବେ ନାହିଁ। କାରଣ ବାପା-ମାଆଙ୍କ ଠାରୁ ବଡ ଆଉ କିଛି ବି ନୁହେଁ। ସେମାନଙ୍କ ସେବା କଲେ ଆପଣଙ୍କୁ ପୂଣ୍ୟ ମିଳିବ।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

କିନ୍ତୁ ତାଙ୍କୁ ଦୁଃଖ ଦେଲେ ତାଙ୍କର ଲୁହ କେତେବେଳ ଆପଣଙ୍କ ପାଇଁ ଅଭିଶାପ ପାଳଟିଯିବ, କେହି କହିପାରିବେ ନାହିଁ। ଆପଣ ଜାଣି ରଖନ୍ତୁ ଯେ ପିତାମାତାଙ୍କ ସେବା ହିଁ ମାଧବ ସେବା। ଭାଗବାନଙ୍କଠାରୁ ମଧ୍ୟ ପିତାମାତା ବଡ। ସେମାନଙ୍କୁ ଦୁଃଖ ଦେଲେ ଆପଣ ମଧ୍ୟ କେବେ ସୁଖରେ ରହିପାରିବେ ନାହିଁ।

Leave a Reply

Your email address will not be published. Required fields are marked *