ରାଜୁ ଦାସଙ୍କ ରିସେପସନକୁ ଆସିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା।ସମସ୍ତଙ୍କ ଅନୁରୋଧ କ୍ରମେ ଏକ ଗୀତ ମଧ୍ୟ ଗାଇଲେ।

ବନ୍ଧୁ ଗଣ ଆପଣ ମାନେ ତ ଜାଣନ୍ତି ଏହି ଏହି ବିଚିତ୍ର ଜଞ୍ଜାଳମୟ ଦୁନିଆ ରେ ବଞ୍ଚିବା ପାଇଁ ହେଲେ ଗୋଟେ ଜୀବନସାଥି ରହିବା ନିହାତି ଜରୁରୀ।ତେବେ ଏବେ ନୂଆ ନୂଆ ବିବାହ ବନ୍ଧନ ରେ ବାନ୍ଧିହୋଇଥିବା ଓଡ଼ିଶା ର ସୁପ୍ରସିଦ୍ଧ କମେଡିଆନ୍ ରାଜୁ ଦାସ ଙ୍କ ବିବାହ ସମ୍ପର୍କ ରେ ଜାଣିଥିବେ ତ।ଶେଷ ରେ ରାଜୁ ଦାସଙ୍କୁ ମଧ୍ୟ ତାଙ୍କ ମନ ପସନ୍ଦ ର ଜୀବନସାଥି ମିଳିଯାଇଛି।ସୂଚନା ଥାଉ କି ତାଙ୍କ ବିବାହ ପାଇଁ ସବୁ ଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଆ ଛୁଟିଥିଲା।ସମସ୍ତେ ନୂତନ ଯୋଡ଼ି ଙ୍କୁ ଆଶୀର୍ବାଦ ଦେବା ପାଇଁ ତାଙ୍କ ରିସେପସନକୁ ଆସିଥିଲେ।

ତେବେ ଏହି ରିସେପସନ୍ କୁ ଯାତ୍ରା ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ଆସିଥିଲେ ଏହି ନୂତନ ବିବାହିତ ଯୋଡ଼ିଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେବା ପାଇଁ।ଆସନ୍ତୁ ଜାଣିବା ପାଠକ ଗଣ ରାନୀ ପଣ୍ଡା କ’ଣ କହିଲେ ଏହି ଅବସର ରେ।ରିସେପସନ୍ କୁ ଆସି ତାଙ୍କୁ କିପରି ଅନୁଭବ ହେଉଛି ବୋଲି ପଚରାଯିବାରୁ ସେ କହିଲେ ଯେ ସବୁ ରିସେପସନ୍ କୁ ଗଲେ ଯେପରି ଲାଗେ ସେପରି ଫିଲ୍ ହେଉଛି କିଛି ନୂଆ ଅନୁଭବ ହେଉନାହିଁ।ସେ ଆହୁରି କହିଲେ କି ସେ ଏମିତି ବେଶି ବାହାଘର କୁ ଯାଆନ୍ତି ନାହିଁ ରାଜୁ ଦାସ ଛୋଟ ଭାଇ ବୋଲି ଆସିଛନ୍ତି ମଟନ୍ ଏକ ଖାଇକି ଯିବେ ଯାତ୍ରା କୁ।

ଭାଉଜ କିପରି ଲାଗିଲେ ପଚାରି ବାରୁ ସେ କହିଲେ ଯିଏ ବାହା ହୋଇଛି ସିଏ ଜାଣିଥିବେ,ସେ କେମିତି ଜାଣିବେ ସୋନାଲି କିପରି ବୋଲି।ନାରୀ ମାନେ ଉପରୁ ଯେମିତି ଦେଖାଯାଆନ୍ତି ସେମିତି ଭିତରେ ହୋଇନଥାନ୍ତି।ତେବେ ସେ ବେଶି ଭିତର କୁ ପଢ଼ିବା ପାଇଁ ଚାହୁନହାନ୍ତି।ସୋନାଲି ଙ୍କ ସ୍ବାମୀ ଅର୍ଥାତ୍ ରାଜୁ ଦାସ ଜାଣିଥିବେ ସୋନାଲି କିପରି।

ଭାଉଜ କି କିଛି ଟିପ୍ସ ଦେବା ପାଇଁ କହିବାରୁ ସେ କହିଲେ ଯେ ସେ ମାନନ୍ତି ଯେ ଜଣେ ନାରୀ ଆଉ ଗୋଟେ ଘରକୁ ଆସିଛି ଘର ସଂସାର କରିବା ପାଇଁ ତେବେ ସେ ଖୁସି ରେ ରହୁ ଏବଂ ସମସ୍ତଙ୍କୁ ଖୁସି ରେ ରଖୁ।ଆଉ ରାଜୁ ଦାସ ଙ୍କ ସୁଖ ରେ ଦୁଃଖ ରେ ସାଥ ଦିଅନ୍ତୁ ସୋନାଲି ବୋଲି ସେ କାମନା କରିଛନ୍ତି।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ତାଙ୍କ ସହ ସବୁବେଳେ ରୁହନ୍ତୁ ବୋଲି ସେ କହିଛନ୍ତି।ରାଜୁ ଦାସ ଙ୍କୁ କିଛି ଟିପ୍ସ ଦେବା କଥା ରେ ସେ କହିଲେ ଯେ ସୋନାଲି ନିଜ ବାପା ଘର ଛାଡ଼ି ଏଠି ରାଜୁ ଙ୍କ ସାଥ ଦେବା ପାଇଁ ଆସିଛନ୍ତି ତୋ ରାଜୁ ଙ୍କ ମଧ୍ୟ କିଛି କର୍ତ୍ତବ୍ୟ ରହିଛି ସୋନାଲି ଙ୍କ ପ୍ରତି।ସେହି କର୍ତ୍ତବ୍ୟ କୁ ପୂରଣ କରିବା ଦରକାର ରାଜୁ।ଯଦି ସୋନାଲି ଙ୍କ ଦେହ ଭଲ ନାହିଁ ତେବେ ତାଙ୍କ କଥା ବୁଝିବା ଦରକାର।ତାଙ୍କୁ ଖୁସି ରଖିବା ଦରକାର ରାଜୁ ଙ୍କ ର ବୋଲି କହିଛନ୍ତି।

ତେବେ ସମସ୍ତଙ୍କ ଅନୁରୋଧ କ୍ରମେ ରାନୀ ପଣ୍ଡା ସେଥି ଗୋଟେ ଗୀତ ମଧ୍ୟ ଗାଇଥିଲେ।ତେବେ ଆଗକୁ କ’ଣ ଯୋଜନା ରହିଛି ପଚାରିବାରୁ ସେ କହିଲେ ଯେ କିଛି ନାହି ଏଠି ମଟନ୍ ଖାଇକି ଯାତ୍ରା କୁ ଯିବେ।ଆଉ ନବଦମ୍ପତି କୁ ଆଶୀର୍ବାଦ ଦେଇ କହିଥିଲେ ଯେ ଦୁଇଜଣ ସବୁ ବେଳେ ଖୁସି ରେ ରୁହନ୍ତୁ।ଭଗବାନ୍ ଦୁଇଜଣ କୁ ସବୁବେଳେ ସାହା ହୁଅନ୍ତୁ ବୋଲି।

Leave a Reply

Your email address will not be published. Required fields are marked *