ଭବିଷ୍ୟତରେ ତାଣ୍ଡବ ରଚିବ ଡିଜିଜ ଏକ୍ସ (Disease-X), ଏବେଠାରୁ ଚିନ୍ତା ପ୍ରକାଶ କରି ସଚେତନ ରହିବାକୁ ଅନୁରୋଧ କରିଛି WHO।:-

କରୋନା ମହାମାରୀର ବିପଦ ସାରା ବିଶ୍ବରୁ ଏବେ ବି ଯାଇନଥିବା ବେଳେ ଆଉ ଏକ ବିପଦ ବିଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅର୍ଥାତ WHO କହିଛି ଯେ ତାଙ୍କର ବୈଜ୍ଞାନିକ ମାନେ ବର୍ତମାନ ଏପରି ଏକ ଭାଇରସ ଚିହ୍ନଟ କରିଛନ୍ତି ଯାହା ଭବିଷ୍ୟତରେ କରୋନା ଭଳି ଚାରିଆଡେ ବ୍ୟାପିପାରେ ଏବଂ ମହାମାରୀର କାରଣ ହୋଇପାରେ।

ତେବେ ଏହି ମହାମାରୀ କାରୋନା ଠାରୁ ମଧ୍ୟ ଆହୁରି ମାରାତ୍ମକ ହୋଇପାରେ। ଆଗାମୀ ଦିନରେ ଭୟଙ୍କର ଆଶଙ୍କା ନେଇ WHO ପକ୍ଷରୁ କିଛି ରୋଗର ତାଲିକା ଜାରି କରାଯାଇଛି। ସେହି ତାଲିକାରେ ରହିଥିବା ସବୁଠାରୁ ଘାତକ ବିମାରୀର ନାମ ହେଉଛି ଡିଜିସ-ଏକ୍ସ। ବୈଜ୍ଞାନିକମାନେ ଡିଜିସ-ଏକ୍ସକୁ ନେଇ ପୂର୍ବରୁ ମଧ୍ୟ ମତ ଦେଇଥିଲେ।

ତେବେ ଏହି ରିସର୍ଚ୍ଚ ପାଇଁ WHO 300 ଜଣ ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍ ପ୍ରସ୍ତୁତ କରିଛି। ଏହି ଟିମ ଭବିଷ୍ୟତରେ ସୃଷ୍ଟି ହେବାକୁ ଯାଉଥିବା ମହାମାରୀ ଭାଇରସ କେଉଁ କାରଣରୁ ବ୍ୟାପୁଛି ତାହା ଚିହ୍ନଟ କରିବ। ଏହା ସହିତ ଏହି ଟିମ୍‌ ଟିକା ଏବଂ ଚିକିତ୍ସା ଉପରେ ମଧ୍ୟ କାମ କରିବ।

ତେବେ ଡିଜିସ-ଏକ୍ସର ସଂକ୍ରମଣ ପ୍ରଥମେ ପଶୁପକ୍ଷୀଙ୍କ ଠାରେ ଦେଖାଦେଇଥିଲା। ଏହାର ଲକ୍ଷଣ ଅନ୍ୟ ରୋଗରେ ମଧ୍ୟ ଦେଖାଯାଇଥିଲା। କରୋନା ଭାଇରସ୍ ଯେପରି ବାଦୁଡ଼ିମାନଙ୍କ ଠାରୁ ଆସିଥିଲା ସେହିପରି ଡିଜିଜ ଏକ୍ସ କେଉଁ ପଶୁ କିମ୍ବା ପକ୍ଷୀ ଠାରୁ ଆସିବ ତାହା ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

WHO ଅନୁସାରେ ବିଶ୍ବର ଅନ୍ୟାନ୍ୟ ବୈଜ୍ଞାନିକ ମଧ୍ୟ ରିସର୍ଚ୍ଚ ପକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ଆଗାମୀ ଦିନରେ ଆସିବାକୁ ଥିବା ବିପଦରୁ କିଭଳି ଲଢେଇ କରିହେବ ସେ ନେଇ ପ୍ଲାନ ତିଆରି କରିହେବ। ଗତ ଦୁଇ ବର୍ଷରେ କରୋନା ବ୍ୟତୀତ ଅନ୍ୟାନ୍ୟ ଭାଇରସ ଯେପରିକି ଜିକା, ମଙ୍କିପକ୍ସ ଏବଂ ନିପାହ ଭଳି ଭାଇରସ୍‌ ବହୁ ପରିମାଣରେ ଲୋକଙ୍କର ଜୀବନ ନେଇଛି।

Leave a Reply

Your email address will not be published. Required fields are marked *