ହରେ କୃଷ୍ଣ ହରେ ରାମ’ ଗୀତ ଗାଉ ଗାଉ ତଳେ ପଡ଼ିଗଲେ, ସବୁଦିନ ପାଇଁ ଚାଲିଗଲେ ଆରପାରିକୁ ।

ଭଗବାନ ଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହା କେହି ଆସିବାକୁ ଦିଅନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ । ଜନ୍ମ ଅଛି ମାନେ ମୃ-ତ୍ୟୁ ସୁନିଶ୍ଚିତ । ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ । ଆଉ ଏହି ମୃ-ତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ । ମୃ-ତ୍ୟୁ କେବେ, କେଉଁଠି ଏବଂ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ । ଆଉ ମୃ-ତ୍ୟୁ ଏପରି ଏକ ଜିନିଷ ସେ କେବେ ବି ଧନୀ-ଗରିବ,ଜାତି- ବର୍ଣ୍ଣ, ଉଚ୍ଚ-ନିଚ୍ଚ, ବୟସ କିଛି ଦେଖେ ନାହିଁ ।

ଏହା ସମସ୍ତଙ୍କ ପାଇଁ ସମାନ । ସେଥିପାଇଁ ତୋ କୁହନ୍ତି “ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରି ସେଣିକି ଯାଇ” । ତେବେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଭଗବାନଙ୍କୁ ଯିଏ ସବୁଠାରୁ ପ୍ରିୟ ହୋଇଥାନ୍ତି ସେ ହିଁ ତାଙ୍କୁ ଜଲ୍ଦୀ ତାଙ୍କ ନିକଟକୁ ନେଇ ଯାଇଥାନ୍ତି । ମୃ-ତ୍ୟୁ ଏପରି ଭାବରେ ଓ ଏମିତି ରୂପରେ ଆସିବ ଯେ ତାହା କାହାରିକି ଜଣାନଥାଏ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର ଗୋପାଳଜି ମନ୍ଦୀରର ପୂଜକ କୈଳାଶଚନ୍ଦ୍ର ପଣ୍ଡା ଭଗବାନଙ୍କ ନାମ ସଙ୍କୀର୍ତ୍ତନ କଲା ସମୟରେ ଟଳି ପଡିଛନ୍ତି । କଥାରେ ଅଛି ଭକ୍ତ ଭଗବାନଙ୍କୁ ଯେତେବେଳେ ନିଜ ଅନ୍ତରରୁ ଗୁହାରି କରିଥାଏ ସେତେବେଳେ ହିଁ ଭାଗବାନ ଭକ୍ତର ଡାକ ସୁଣିଥାନ୍ତି । ମୃ-ତ୍ୟୁ ଏମିତିବି ଆସେ, ବରଗଡ ଜିଲ୍ଲା ଟୁକୁରା ଗ୍ରାମରେ ସିନ୍ଦୂରପୂର ଗୋପାଳଜି ମନ୍ଦୀରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ନାମ ସଙ୍କୀର୍ତ୍ତନ କରିବା ସମୟରେ ଜୀବନ ଚାଲି ଯାଇଛି ।

ତାଙ୍କର ମୃତ୍ୟୁକୁ ନେଇ ଆଜି ସିନ୍ଦୂରପୂର ଗ୍ରାମ କାହିଁକି ଅଞ୍ଚଳରେ ଏକ ଶୋକାକୁଲ ପରିବେଶ ସୃଷ୍ଟି ହୋଇଛି । ଟୁକୁରା ଗ୍ରାମରେ ନାମ ସଙ୍କୀର୍ତ୍ତନ ହରି ନାମ କରୁଥିବା ସମୟରେ ପୂଜକ କୈଳାଶ ଚନ୍ଦ୍ର ପଣ୍ଡା ଟଳି ପଡ଼ିଥିଲେ । ପରେ ସ୍ଥାନୀୟ ଲୋକେ ବୁର୍ଲା ଡ଼ାକ୍ତରଖାନାକୁ ନେବା ପରେ ଡାକ୍ତର ମୃ-ତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *