ଅର୍ଚ୍ଚନାଙ୍କ ମାମ-ଲାରେ ଏବେ ମୁହାଁମୁହିଁ ଜେରା ହେବେ ଅକ୍ଷୟ ଏବଂ ଶ୍ରଦ୍ଧାଞ୍ଜଳି, ଖୋଲିବ ସବୁ ଗୁମର

ବହୁ ଚର୍ଚିତ ଲେଡି ବ୍ଲା-କମେ-ଲର ଅର୍ଚ୍ଚନା ନାଗ ଘଟ-ଣାରେ ଅକ୍ଷୟ ପରିଜା, ଖଗେଶ୍ୱର ଏବଂ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଇଡି କାର୍ଯ୍ୟାଳୟରେ ହାଜର ହେବାରେ ସମସ୍ତଙ୍କୁ ଗୋଟେ ପରେ ଗୋଟେ ଜେରା କରାଯାଇଥିଲା। ସକାଳ ପ୍ରାୟ 7.40 ରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି।

ଏହାପରେ ସକାଳ 10 ଟା ବେଳେ ଅକ୍ଷୟ ପରିଜା ହାଜର ହୋଇଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମ୍‌ରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେ-ରା କରାଯାଇଥିଲା। ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ତାଙ୍କର ଥିବା ସମ୍ପ-ର୍କ ବିଷୟରେ ସବୁକିଛି ପଚ-ରାଉ-ଚରା କରାଯାଇଥିଲା।

ଏହା ସହ ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଇଡି ଖୋଳତାଡ଼ କରିଛି। ଇଡିର ଜେ-ରାରେ ପଚରାଯାଉଥିବା ପ୍ରଶ୍ନକୁ ନେଇ ତିନିଜଣଙ୍କର ଝାଳ ବୋହି ଯାଉଥିଲା।ଏପରିକି ଶ୍ରଦ୍ଧାଞ୍ଜଳି କାନ୍ଦି ମଧ୍ୟ ପକାଇଥିଲେ ଏବଂ ସବୁ କିଛି କହିଦେଇଥିଲେ। ତିନିଜଣଙ୍କଠାରୁ ଇଡି ବର୍ତମାନ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାହାର କରିଛି।

ଏବେ ଅର୍ଚ୍ଚନାଙ୍କୁ ମଧ୍ୟ ରିମା-ଣ୍ଡରେ ଆଣିବା ପାଇଁ ଇଡି ଯୋଜନା ଚଳାଇଛି। ଏଥିପାଇଁ ଇଡି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି। ଅର୍ଚ୍ଚନାକୁ ରିମା-ଣ୍ଡରେ ଆଣି ଏବେ ଇଡି ଅକ୍ଷୟ ଏବଂ ଶ୍ରଦ୍ଧାଞ୍ଜଳି ସହ ମୁହାଁମୁହିଁ ଜେ-ରା କରିବ। ତିନି ଜଣଙ୍କୁ ମୁହାଁମୁହିଁ ଜେ-ରା କରିବା ପ‌ରେ ଅନେକ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି।

ଏହାସହ ଶୁଣିବାକୁ ମିଳୁଛି ଯେ ଅକ୍ଷୟ ଯେତେବେଳେ ଇଡି କାର୍ଯ୍ୟାଳୟକୁ ଆସିଥିଲେ ସେତବେଳେ ସେ ରା-ଗି ଯାଇଥିଲେ। କାରଣ ସେ କହିଥିଲେ ଯେ କିଛି ମିଡିଆ ଲୋକମାନେ ଦାୟିତ୍ୱହୀନ ଭାବରେ ଖବରକୁ ପ୍ରସାରଣ କରୁଛନ୍ତି। ତାଙ୍କର କିଛି ଦୋ-ଷ ନଥିବା ପରେ ମଧ୍ୟ ତାଙ୍କୁ ଏହି ମିଡିଆର ଲୋକମାନେ ଦୋ-ଷୀ ଭାବରେ ଦର୍ଶାଉଛନ୍ତି। ଏହା ଆଦୌ ଠିକ କଥା ନୁହେଁ।

Leave a Reply

Your email address will not be published. Required fields are marked *