ରାସ୍ତାରେ ଛାତ୍ରୀମାନେ ଯାଉଥିବା ବେଳେ ମାଡିଗଲା କାର, ଭିଡ଼ିଓ ଦେଖି ଥରି ଉଠିବ ଆପଣଙ୍କ ଛାତି

ଆଜିକାଲି ସଡ଼କ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି। ପ୍ରତିଦିନ କିଛି ନା କିଛି ସଡକ ଦୁର୍ଘଟଣାର ମାମଲା ସାମ୍ନାକୁ ଆସୁଛି। ଅଧିକାଂଶ ଦୁର୍ଘଟଣା ଦ୍ରୁତ ଗତିରେ ଗାଡି ଚଳାଇବା ଏବଂ ସଡକ ନିୟମ ନମାନିବା କାରଣରୁ ଘଟିଥାଏ। ତେବେ ଆଜିର ଘଟଣା ମଧ୍ୟ ସେହି ସଡକ ଦୁର୍ଘଟଣାକୁ ନେଇ ଘଟିଛି। ଘଟଣାର ଭିଡ଼ିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।

କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡିଗଲା ଏକ କାର। ଏହି ଦୁର୍ଘଟଣାରେ 3 ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ମୃତ୍ୟୁ ହୋଇନାହିଁ ବୋଲି ଜଣାପଡିଛି। ଏହି ଘଟଣାଟି ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ତେବେ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟ ପାଗଳବାବା ଛକରେ।

ତେବେ ସମ୍ପୁର୍ଣ୍ଣ ଘଟଣା ଅନୁସାରେ ରାସ୍ତାରେ 4 ଜଣ ଛାତ୍ରୀ ଏକାଠୀ ହୋଇ ସାଇକେଲ ଧରି କଲେଜ ଯାଉଥିଲେ। ଏହି ସମୟରେ ହଠାତ ପଛପଟୁ ଏକ କାର ଦ୍ରୁତ ବେଗରେ ଆସି ସେମାନଙ୍କ ଉପରେ ମାଡ଼ିଗଲା ଏବଂ ସିଧା ଯାଇ ଏକ ଦୋକାନରେ ମାଡ଼ ହେଲା। କାର ମାଡ଼ ହେବା କାରଣରୁ ରାସ୍ତାରେ ଛିଟିକି ହୋଇ ଛାତ୍ରୀମାନେ ପଡ଼ିଗଲେ। ଏହି ଘଟଣାଟି ଗତ ଶନିବାର ଦିନ ଘଟିଛି।

ଏହାପରେ ସ୍ଥାନୀୟ ଲୋକମାନେ ଗୁରୁତର ଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଜବତ କରିବା ସହ କେଉଁ କାରଣରୁ ଏପରି ଘଟିଲା ସେଥିପାଇଁ ତଦନ୍ତ ଆରମ୍ଭ କରିଛି। 4 ଜଣ ଛାତ୍ରୀଙ୍କ ମଧ୍ୟରୁ 3 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ନାମ ସୁମିତ୍ରା ସାମଲ, ଇତିଶ୍ରୀ ପ୍ରଧାନ ଏବଂ ଶୁଭଶ୍ରୀ ନାବାକ।

Leave a Reply

Your email address will not be published. Required fields are marked *