କାହା ସାହାଯ୍ୟରେ ନୁହେଁ ଏବେ ନିଜ ଦମରେ ବଲିଉଡରେ ପ୍ରବେଶ କରିବେ ବାବୁସାନ, ଦମନ ଫିଲ୍ମ ହିଟ ହେବା ସହ ଏବେ ଫୁଲ ଚର୍ଚ୍ଚାରେ ଅଛନ୍ତି ବାବୁସାନ।:-

ଓଡ଼ିଆ ସୁପରଷ୍ଟାର ବାବୁସାନଙ୍କ ସୁପରହିଟ ଫିଲ୍ମ ‘ଦମନ’ ଏବେ ଗୋଟିିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି ଚଢି ଆଗକୁ ବଢ଼ିବାରେ ଲାଗିଲାଣି। ଏହି ଫିଲ୍ମଟି ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି 2 କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ଦୀର୍ଘଦିନ ପରେ ପ୍ରଥମ ଥର ପାଇଁ ଗୋଟିଏ ଓଡ଼ିଆ ଫିଲ୍ମକୁ ନେଇ ଓଡ଼ିଶାର ଘରେ ଘରେ ବେଶ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।

ଫିଲ୍ମ ଦେଖିବା ପରେ ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମର ସଫଳତା ପରେ ଏବେ ଗୋଟିଏ ପରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ଓଲିଉଡ ହିରୋ ବାବୁସାନ ଙ୍କୁ ମିଳୁଛି। ତେବେ ବାସ୍ତବ ଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମ ରେ ବାବୁସାନ ଯେଉଁପ୍ରକାର ଅଭିନୟ କରିଛନ୍ତି ତାହା ଅତ୍ୟନ୍ତ ନିଖୁଣ ଅଟେ।

ତାଙ୍କ ଅଭିନୟ ପ୍ରତ୍ୟକ ଓଡ଼ିଆ ଲୋକଙ୍କ ହୃଦୟକୁ ଛୁଇଁ ଦେଇଛି। ଯିଏ ଦେଖୁଛି ପ୍ରଶଂସା କରିବା ବିନା ରହିପାରୁନି। ଆପଣ ଜାଣି ଖୁସି ହେବେ ଯେ ଏବେ ଆମର ଏହି ଓଡ଼ିଆ ଫିଲ୍ମଟି କେବଳ ଓଡ଼ିଶାରେ ସୀମିତ ହୋଇ ରହିବ ନାହିଁ ବରଂ ଏହି ଫିଲ୍ମର କାହାଣୀକୁ ନେଇ ବଲିଉଡରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ଏକ ବଡ଼ କମ୍ପାନୀ ‘ଦମନ’ର କପି ରାଇଟ କିଣିବାକୁ ଡିଲ କରିଛି ବୋଲି ଶୁଣିବାକୁ ମିଳୁଛି।

ତେବେ ଫିଲ୍ମର ଡବିଂ ପାଇଁ ଅଭିନେତା ବାବୁସାନ ନିଜ ପତ୍ନୀଙ୍କ ସହ ମୁମ୍ବାଇ ଯାତ୍ରା କରିଛନ୍ତି। ଆଞ୍ଚଳିକ ଭାଷାକୁ ଛାଡ଼ି ଫିଲ୍ମକୁ ଅନ୍ୟ ସବୁ ଭାଷାରେ ଡବିଂ କରାଯିବା ସହ ଗୀତକୁ ମଧ୍ୟ ହିନ୍ଦିରେ ପ୍ରସ୍ତୁତ କରାଯିବ। ଏହି ଫିଲ୍ମକୁ ସାଉଥ ଇଣ୍ଡିଆନ ଭାଷାରେ ମଧ୍ୟ ନିର୍ମାଣ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *