ଉଗାଣ୍ଡା ଦେଶର ଏହି ରାଷ୍ଟ୍ରପତି ଖାଉଥିଲା ମଣିଷ ମାଂସ, ନିଜ ଶାସନ କାଳ ଭିତରେ ମାରିଛି 10 ଲକ୍ଷ ଲୋକ

ଆପଣ ମାନେ ଏପରି ଅନେକ ଦେଶ ବିଷୟରେ ଶୁଣିଥିବେ ଯେଉଁଦେଶରେ ଶାସକ ମାନେ ଅତ୍ୟନ୍ତ ନି-ର୍ଦୟ ହୋଇଥାନ୍ତି। ନିଜ ଦେଶର ଲୋକମାନଙ୍କୁ କ୍ରୁରତାର ସହ ବ୍ୟବହାର ଦେଖାନ୍ତି। ତେବେ ଆଜି ମଧ୍ୟ ଆମେ ଆପଣଙ୍କ ଏହିପରି ଜଣେ ଶାସକଙ୍କ ବିଷୟରେ କହିବୁ ଯିଏ ମଣିଷଙ୍କୁ ମା-ରିବାକୁ ଭଲ ପାଉଥିଲା ଏବଂ ମଣିଷ ମାଂସ ମଧ୍ୟ ଖାଉଥିଲା। ତେବେ ସେହି ରାଷ୍ଟ୍ରପତିର ନାମ ଇଦି ଆମୀନ।

ଯେତେବେଳେ ଇଦି ଆମୀନ ଉଗାଣ୍ଡାର ଶାସନ ଭାର ନିଜ ହାତକୁ ନେଲା ସେତେବେଳେ ତାର କ୍ରୁରତାର ପ୍ରଭାବ ଦେଶର ଚାରିଆଡେ ଦେଖାଗଲା। ଲୋକଙ୍କୁ ସେ ପଶୁ ପରି ବ୍ୟବହାର କରୁଥିଲା। 8 ବର୍ଷର ଶାସନ କାଳ ଭିତରେ ପ୍ରାୟ 10 ଲକ୍ଷ ଲୋକଙ୍କୁ ସେ ହ-ତ୍ୟା କରିଥିଲା।

ସେ ଭାରତୀୟ ଲୋକଙ୍କ ପ୍ରତି ମଧ୍ୟ ଖରାପ ବ୍ୟବହାର ଦେଖାଉଥିଲା ଯେଉଁ କାରଣରୁ ପ୍ରାୟ 60 ହଜାର ଭାରତୀୟ ଉଗାଣ୍ଡା ଛାଡ଼ିବାକୁ ବାଧ୍ୟ ହୋଇଥିଲେ।ଏପରି ଶାସକ କେବଳ ଲୋକଙ୍କୁ ମା-ରୁ ନଥିଲା ବରଂ ନିଜ ସ୍ତ୍ରୀକୁ ମଧ୍ୟ ସନ୍ଦେ-ହ କରି ମା-ରି ଦେଇଥିଲା।

ଏପରି ଶୁଣାଯାଏ ଯେ ଏହି ବ୍ୟକ୍ତିଟି ମଣିଷଙ୍କୁ ମାରି ସେମାନଙ୍କ ମାଂ-ସକୁ ଖାଉଥିଲା। ମଣିଷ ମାରିବା ପାଇଁ ଏହି ବ୍ୟକ୍ତିକୁ ବହୁତ୍ବ ଭଲ ଲାଗେ। ଲୋକଙ୍କ ଯନ୍ତ୍ର-ଣାର ଚି-ତ୍କାର ଶୁଣିଲେ ଇଦି ଅମୀନକୁ ବହୁତ ଭଲ ଲାଗେ। ନିଜ ବି-ରୋଧୀ ମାନଙ୍କୁ ମା-ରି ସେମାନଙ୍କ କଟା ମୁଣ୍ଡକୁ ଦେଖି ବହୁତ ଖୁସି ହେଉଥିଲା।

କିନ୍ତୁ ଶୁଣିବାକୁ ମିଳୁଛି ଯେ 1979 ମସିହାରେ ତାଞ୍ଜାନିଆ ଏବଂ ଉଗାଣ୍ଡାର ସେନା ବିଦ୍ରୋହ କରି ଆମୀନକୁ ରାଷ୍ଟ୍ରପତି ଆସନରୁ ହଟାଇ ଦେଇଥିଲେ। ଏହା ପରେ ଆମୀନ ସାଉଦୀ ଆରବକୁ ଚାଲିଆସିଥିଲା। ଯେଉଁଠାରେ 2003 ମସିହାରେ ତାର ମୃ-ତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *