ଘରୁ ବାହାର କରିଦେଲା ମାଲିକ, ଅସହାୟ ହୋଇ ପଡିରହିଛନ୍ତି ବୃଦ୍ଧା, ଦେଖନ୍ତୁ ନିର୍ଦ-ୟତାର ଏପରି ଏକ ଦୃ-ଶ୍ୟ

ଆଜିକାଲି ମଣିଷ ନିଜ ସ୍ୱାର୍ଥ ଛଡା ଆଉ କିଛି ଭାବେନାହିଁ। ନିଜ ଲୋକକୁ ମଧ୍ୟ ସ୍ୱାର୍ଥପାଇଁ ଖାଇରେ ପକାଇଦିଏ। ଦୁନିଆରେ ଏପରି ଲୋକ ମଧ୍ୟ ଅଛନ୍ତି ନିଜ ସ୍ୱାର୍ଥ ପାଇଁ ଅନ୍ୟ ଲୋକକୁ ମା-ରିବାକୁ ମଧ୍ୟ ପଛାଉନାହାନ୍ତି। ନିର୍ଦ-ୟତା ଏବଂ ଅମଣିଷ ପଣିଆର ଝଲକ ଆଜିକାଲି ସମୟରେ ଆପଣ ଚାରିଆଡେ ଦେଖିବାକୁ ପାଇବେ।

ତେବେ ଏହିପରି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି ଚାନ୍ଦବାଲି ଇଚ୍ଛାପୁରରେ। ଏଠାରେ ମଧୁଆ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ କାହିଁ କେତେ ବର୍ଷ ପୂର୍ବରୁ ଅମରାବତୀ ନାମକ ଜଣେ ମହିଳା କାମ କରି ଆସୁଥିଲେ। ସମୟ ବିତିବା ସହ ବୟସ ବଢ଼ିବା କାରଣରୁ ତାଙ୍କ ଦେହ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲା। ବୃଦ୍ଧାଙ୍କର ବର୍ତମାନ ବୟସ 80 ବର୍ଷ।

ତେବେ ଯେତେବେଳେ ବୃଦ୍ଧା ଜଣକ ନିଜକୁ ଡାକ୍ତରଖାନା ନେବାକୁ ଘରର ଲୋକଙ୍କୁ କହିଲେ ସେତେବେଳେ ଘରଲୋକ ତାଙ୍କୁ ମନା କରିଦେଇ ଦୁର୍ବ୍ୟ-ବହାର ଦେଖାଇଥିଲେ। ତାପରେ 10 ଦିନ ତଳେ ଘରୁ ମଧ୍ୟ ବାହାର କରିଦେଇଥିଲେ। ଏହାପରେ ବୃଦ୍ଧା ଜଣକ କା-ନ୍ଦି କା-ନ୍ଦି ରାସ୍ତା କଡରେ ପଡିରହିଥିଲେ।

ଠିକ ସେତିକି ବେଳେ ସୁକାନ୍ତ ଦାସ ନାମକ ଜଣେ ବ୍ୟକ୍ତି ବୃଦ୍ଧାଙ୍କୁ ସାହାଯ୍ୟ କରିଥିଲେ। ବୃଦ୍ଧାଙ୍କୁ ସେହି ବ୍ୟକ୍ତି ଜଣକ ନେଇ ତାଙ୍କୁ ଖାଇବା ପିଇବା ଦେଇ ଏକ ଘରେ ରଖିଛନ୍ତି। ତେବେ ବୃଦ୍ଧା ଜଣକ ଯେଉଁ ଘରେ ଏତେ ବର୍ଷ ଧରି କାମ କରୁଥିଲେ ସେହି ଘର ଠାରୁ ଏବେ ରହୁଥିବା ଘରର ଦୂରତା ମାତ୍ର 3 କିମି। କିନ୍ତୁ କେହି ମଧ୍ୟ ତାଙ୍କୁ ଦେଖା କରିବାକୁ ଆସୁନାହାନ୍ତି।

ବୃଦ୍ଧାଙ୍କର ନିଜର ଲୋକ ବୋଲି କେହି ବି ଆଉ ନାହାନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମଧୁଆ ଦାସଙ୍କ ପୁଅ ମିଟୁ ଦାସ ଜଣେ ଆଇ-ନିଜୀବୀ ହୋଇ ମଧ୍ୟ ଏପରି ଅନ୍ୟା-ୟ କାର୍ଯ୍ୟ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ଆଇନିଜୀବୀ ହୋଇ ମଧ୍ୟ ଏପରି ଅନ୍ୟା-ୟ କାର୍ଯ୍ୟ କିପରି କରିପାରିଲେ।

ଏହାସହ ଯେଉଁ ବୃଦ୍ଧ ମହିଳା ଏତେ ବର୍ଷ ଧରି ଘରେ କାମ କଲେ , ପରିବାର ସଦସ୍ୟଙ୍କ ଯତ୍ନ ନେଲେ, ସେବା କଲେ ସେହି ମହିଳାଙ୍କୁ ଆଜି ବୟସ ଅଧିକ ହେବାରୁ ଦେହ ଖରାପ ହେବାରୁ ଘରୁ ବାହାର କରିଦେବା କେତେ ଦୁରରୁ ଠିକ? କଣ ଏହା ଏକ ଅମଣିଷ ପଣିଆର ଉଦାହରଣ ନୁହେଁ କି?

Leave a Reply

Your email address will not be published. Required fields are marked *