ଶୋଇ ଶୋଇ ମାସକୁ 28 ଲକ୍ଷ ଟଙ୍କା ରୋଜଗାର କରେ ଏହି ବ୍ୟକ୍ତି, 5 ମିନିଟ ପାଇଁ ଉଠିଲେ ଚା-ର୍ଜ ଲାଗେ 30 ହଜାର ଟଙ୍କା

ସୋସିଆଲ ମିଡିଆ କେବଳ ମେସେଜିଙ୍ଗ ତଥା ଅନ୍ୟଲୋକଙ୍କ ସହ ଯୋଡ଼ିହେବାର ସୁଯୋଗ ଦେଇନାହିଁ, ବରଂ ଲୋକଙ୍କୁ ରୋଜଗାର କରିବାର ସୁଯୋଗ ମଧ୍ୟ ଦେଇଛି। ଲୋକମାନେ ବର୍ତ୍ତମାନ ସୋସିଆଲ ମିଡିଆ ପ୍ରସିଦ୍ଧ ହୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ତେବେ ରୋଜଗାର ପାଇଁ କିଛି ଲୋକ ନିଜର ଡ୍ୟାନ୍ସ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରୁଥିବା ବେଳେ କିଛି ଲୋକ ବ୍ଲଗର୍ ହୋଇ ଟଙ୍କା ରୋଜଗାର କରନ୍ତି। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଜଣେ ବ୍ୟକ୍ତି ଶୋଇ ଶୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି ତେବେ ଆପଣ କଣ ବିଶ୍ୱାସ କରିବେ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଆମେ ଯେଉଁ ସୋସିଆଲ ମିଡିଆ ଇଂଫ୍ଲୁଏନ୍ସର ବିଷୟରେ କହୁଛୁ ସେ ‘ଶୋଇବା’ ର ଭିଡିଓ ତିଆରି କରି ବାର୍ଷିକ ତିନି କୋଟି ରୋଜଗାର କରୁଛନ୍ତି।

ସୋସିଆଲମିଡ଼ିଆରେ ଲାଇଭ ଆସି ଶୋଇ ପଡନ୍ତି ଏହି ବ୍ୟକ୍ତି।

ଜ୍ୟାକି ବୋହମ୍ (Jakey Boehm) ନାମକ ଜଣେ ବ୍ୟକ୍ତି ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ରେ ରୁହନ୍ତି। ବୃତ୍ତି ଅନୁଯାୟୀ ୱେବ୍ ଡେଭଲପର୍ ଜ୍ୟାକି ବୋହମ୍ ଙ୍କର ଟିକଟୋକରେ 1 ମିଲିୟନରୁ ଅଧିକ ଫାଲୋଅର୍ସ ଅଛନ୍ତି। ସେ ପ୍ରତିଦିନ ରାତି 10 ଟାରେ ଶୋଇବାକୁ ଯାଆନ୍ତି। ଏହି ସମୟରେ ସେ ଅନଲାଇନରେ ରୁହନ୍ତି ଏବଂ ତାଙ୍କ ଫାଲୋଅର୍ସ ମାନେ ତାଙ୍କୁ ଅନଲାଇନରେ ଦେଖୁଥାନ୍ତି।

 

View this post on Instagram

 

A post shared by Jakey Boehm (@jakeyboehm)

ବର୍ତ୍ତମାନ ଯଦି ଜଣେ ପ୍ରଶଂସକ ତାଙ୍କୁ ଶୋଇବା ସମୟରେ ଉଠାଇବାକୁ ଚାହାଁନ୍ତି, ତେବେ ତାଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ। ଏହିପରି ଭାବରେ ଜ୍ୟାକି ଶୋଇବା ସମୟରେ ମଧ୍ୟ ରୋଜଗାର କରନ୍ତି। ଏକ ରି-ପୋର୍ଟ ଅନୁଯାୟୀ ଜ୍ୟାକିଙ୍କର ଦର୍ଶକମାନେ ଅନଲାଇନ୍ ରେ ଥିବାବେଳେ ଭର୍ଚୁଆଲ୍ ଗିପ୍ଟ କିଣନ୍ତି।

ଏହି କାରଣରୁ ଜ୍ୟାକିଙ୍କ ରୁମରୁ କିଛି ଶବ୍ଦ ଶୁଣାଯାଏ ଏବଂ ତାଙ୍କ ରୁମ ଲାଇଟ ଅନ ହୋଇଯାଏ। ତାଙ୍କର ପ୍ରଶଂସକମାନେ ଏହା କରି ଭିଡିଓ ଗେମର ମଜା ଉଠାନ୍ତି। ଯେଉଁଥିରେ ସେମାନେ ଯେତେବେଳେ ଚାହିଁବେ ଜ୍ୟାକିଙ୍କୁ ଉଠାଇ ପାରିବେ। ଏହି ସିଷ୍ଟମ ଅଧୀନରେ ଜ୍ୟାକି ମାସକୁ ପ୍ରାୟ 28 ଲକ୍ଷ ଟଙ୍କା ରୋଜଗାର କରନ୍ତି।

5 ମିନିଟ୍ ପାଇଁ ଉଠିଲେ ଚାର୍ଜ ଲାଗେ 30 ହଜାର ଟଙ୍କା।

ଜ୍ୟାକିର ଏହି ସିଷ୍ଟମରେ 5 ମିନିଟ୍ ପାଇଁ ରୁମ ରେ ଲାଇଟ ଅନ ହୁଏ ଏବଂ ଏହି 5 ମିନିଟ୍ ପାଇଁ ତାଙ୍କ ପ୍ରଶଂସକମାନଙ୍କୁ 30 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ। 30 ହଜାର ଟଙ୍କା ଦେବା ପରେ ସେମାନେ 5 ମିନିଟ୍ ପାଇଁ ଜ୍ୟାକିଙ୍କ ରୁମର NEON ରଙ୍ଗର ଲାଇଟ ଟର୍ନ୍ ଅନ୍ କରିପାରନ୍ତି।

ଜ୍ୟାକି କହିଛନ୍ତି ଯେ ସେ ରୋଜଗାର କରି ଟଙ୍କା ସେଭିଂ କରୁଛନ୍ତି। ସେ ଏକ ସୁନ୍ଦର ଏବଂ ବଡ ଘର କରିବାକୁ ଚାହୁଁଛନ୍ତି। ଏହା ସହିତ ସେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଂଗଠନଗୁଡ଼ିକୁ ମଧ୍ୟ ସାହାଯ୍ୟ କରନ୍ତି। ଧୀରେ ଧୀରେ ତାଙ୍କ ଫଲୋଅର୍ସଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଲାଗୁଛି।

Leave a Reply

Your email address will not be published. Required fields are marked *