ଇଲେକ୍ଟ୍ରନିକ ଓଜନ ମେସିନରେ ଦେଖନ୍ତୁ କେମିତି ଓଜନ ଠକୁଛନ୍ତି ଦୋକାନୀ ।

ତେବେ ବନ୍ଧୁଗଣ ଏବେ ଜମୁଛି କଟକର ଐତିହାସିକ ବାଲିଯାତ୍ରା ଉତ୍ସବ । ପ୍ରତିଦିନ ଲୋକାରଣ୍ୟ ହୋଇଉଠୁଛି ଉପର ଓ ତଳ ବାଲିଯାତ୍ରା ପଡ଼ିଆ । ଘରକରଣା ସାମଗ୍ରୀ କିଣାକିଣି ସହ ମେଳାରେ ଲାଗିଥିବା ଫୁଡ୍ ଷ୍ଟଲରୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଲୋକେ । ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର ।ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ଦେଢ ହଜାର ଷ୍ଟଲ୍ ଲାଗିଛି । କିଣାକିଣି ସହ ମନୋରଂଜନର ମଜା ନେବାକୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ ।

ବାଲିରେ ବସିଛି ବାଲି ଯାତରା । କଟକର ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା ଠାରୁ । କେତେ ପ୍ରକାରର ଦୋକାନ ବଜାର, ମୀନା ବଜାର, ଚଟପଟି ଖାଇବାଠୁ ଆରମ୍ଭ କରି ଘରକରଣା ସାମଗ୍ରୀ ବି ଗଦା ହୋଇଛି ଏହି ମେଳାରେ । କେଇଟା ଦିନ ଭିତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକ ଛୁଟି ଆସିବେ ଏହି ମେଳା ଦେଖଇବାକୁ । କୁହାଯାଏ ଏମିତି କିଛି ଜିନିଷ ନାହିଁ ଯାହା ବାଲିଯାତ୍ରାରେ ମିଳେ ନାହିଁ । ଛୁଞ୍ଚି ଠୁ ଆରମ୍ଭ କରି ସବୁ ବଡ଼ ବଡ଼ ଜିନିଷ ବି ମିଳେ ଏଠି ।

ତେବେ ସେହି ସବୁ ଷ୍ଟଲ୍ ଗୁଡ଼ିକ ମଧ୍ୟରେ ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି “ଖାଉଟି ସଚେତନତା ଶିବିର” । ଅନେକ ସମୟରେ ଆମେ ବଜାର ଯାଉଛୁ ଏବଂ ବହୁତ ଗୁଡ଼ିଏ ଜିନିଷ ମଧ୍ୟ କିଣୁଛୁ କିନ୍ତୁ ଜିନିଷ ପତ୍ରର ଓଜନକୁ ନେଇ ମନରେ ସବୁବେଳେ ଗୋଟେ ସନ୍ଦେହ ଆସେ ଯେ କାଳେ ଦୋକାନୀ ଆମକୁ ଠକି ଦେଉଛି କି? ଆଉ ଏଥିପାଇଁ ଦରକାର ଖାଉଟି ମାନଙ୍କର ସଚେତନତା ।

ତେଣୁ କରି ବାଲିଯାତ୍ରା ମେଳାରେ ଆୟୋଜିତ ହୋଇଛି ଖାଉଟି ସଚେତନତା ଶିବିର । ଯାହାକି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଲୋକେ ଭିଡ଼ ଜମେଇ ଶୁଣୁଛନ୍ତି ଏବଂ ବୁଝୁଛନ୍ତି ମଧ୍ୟ । ସେଠାରେ ଉପସ୍ଥିତ ଲୋକଙ୍କୁ ସଞ୍ଜୟ ବାବୁ ନିଜେ ମେସିନ୍ ସାହାଯ୍ୟରେ ମାପ କରାଇ ଦେଖାଉଛନ୍ତି ମଧ୍ୟ । ଆଜିକାଲି ବିଶେଷ କରି ଇଲେକ୍ଟ୍ରିକ ଓଜନ ମାପକ ଯନ୍ତ୍ରରେ ଦୋକାନୀ ଠକାଉଛନ୍ତି । ଲିଗାଲ ଓଜନ ମେସିନରେ ଭେଲିଡିଟି ସାର୍ଟିଫିକେଟ ରହୁଛି ଆଉ ଆପଣଙ୍କ ରାଇଟସ୍ ଅଛି ଆପଣ ତାହା ଦେଖି ପାରିବେ । କିଛି ଜିନିଷ ଆପଣ ଓଜନ କରିବା ପୁର୍ବରୁ ଆପଣ ଦୋକାନୀକୁ ସାର୍ଟିଫିକେଟ ଦେଖିବାକୁ କହି ପାରିବେ ତାହା ଅତି ମାତ୍ରାରେ ଆବଶ୍ୟକ ।

Leave a Reply

Your email address will not be published. Required fields are marked *