ରାମାୟଣ ନାଟକ ପରିବେଷଣ ବେଳେ ଓଡ଼ିଆ ଆଲବମ “ନଈ ପାଣି ଖଲ ଖଲ” ଗୀତରେ ନାଚିଲେ ହନୁମାନ ।

ମର୍ଡନ ଓଡିଆ ଆଲବମ୍ “ନଈ ପାଣି ଖଲ ଖଲ” ଗୀତରେ ନାଚ କରୁଛନ୍ତି ହନୁମାନ । କଣ ଦର୍ଶକ ବନ୍ଧୁ ଉପର ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହୋଇଗଲେ କି? ଆଜ୍ଞା ହଁ ଶୁଣିବାକୁ ଭଲ ଲାଗୁ ନଥିଲେ ମଧ୍ୟ କଥାଟି ସମ୍ପୂର୍ଣ ରୂପେ ସତ୍ୟ । ତେବେ କଥାରେ ଅଛି ନା “ବିନାଶ କାଳେ ବିପରୀତ ବୁଦ୍ଧି” ବୋଲି । ସେପରି ଭାବରେ ବର୍ତମାନ ସମୟରେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ସେମିତି କିଛି ଲ-ଜ୍ୟାଜ-ନକ ଘ-ଟଣା । ପ୍ରଭୂ ହନୁମାନଙ୍କ ବେଶରେ ଆଇଟମ ଗାର୍ଲଙ୍କ ସହ ନାଚ କରୁଛନ୍ତି କିଛି ଅସାଧୁ ବ୍ୟକ୍ତିମାନେ । ଏଥିରୁ ସ୍ପଷ୍ଟ ଭାବରେ ଦେଖା ଯାଉଛି କିଭଳି ଲୋକେ ପୋଡ଼ିକି ଖାଇ ଗଲେଣି ଓଡ଼ିଶାର ପରମ୍ପରା ।

ତେବେ ଏହି ଘ-ଟଣା ହେଉଛି ଏବେ ଗାଁ ଗାଁରେ ବୁଲି ହେଉଥିବା ବିଭିନ୍ନ ପୌରାଣିକ ନାଟକ ଲୋକମାନଙ୍କୁ ବିଭିନ୍ନ ଶିକ୍ଷା ଦେଇଥାଏ । ତେବେ କିନ୍ତୁ ଏଠାରେ ହନୁମାନଙ୍କ ବେଶରେ ଥିବା ଜଣେ କଳାକାର ହନୁମାନଙ୍କ ବେଶରେ ଆଧୁନିକ ଗୀତରେ ଅ-ଶ୍ଳୀଳ ନାଚ କରୁଥିବାର ଭିଡ଼ିଓ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ସହିତ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଆଧୁନିକ ଗୀତରେ ନାଚିବାରେ ଯଦିଓ କୌଣସି ପ୍ରତିବନ୍ଧକ ନାହିଁ କିନ୍ତୁ ସେତେବେଳେ ବି-ବାଦ ଓ ସମାଲୋଚନା ହୁଏ, ଯେତେବେଳେ ରାମାୟଣ ମଞ୍ଚରେ ହନୁମାନ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ ପରିବେଶ କରନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ନି-ନ୍ଦା କରାଯାଇଛି । ବୁଦ୍ଧିଜୀବୀ ଏବଂ ଧର୍ମପ୍ରୀୟ ଲୋକମାନେ ଘୋର ନି-ନ୍ଦା କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କାରଣ ଏଭଳି କାର୍ଯ୍ୟ ଦ୍ଵାରା ସମାଜକୁ ଖରାପ ବାର୍ତା ଯିବା ସହ ସମାଜ ଉପରେ ଏହାର ଖରାପ ପ୍ର-ଭାବ ପଡୁଛି ।

ଲୋକଙ୍କୁ ଉତ୍ତମ ଶିକ୍ଷା ଦେବା ବଦଳରେ ଏହି ହନୁମାନ ବେଶଧାରୀ କଳାକାର ଜଣକ ଲୋକଙ୍କୁ କୁ ଶିକ୍ଷା ଦେଉଛି । ତେଣୁ ସମସ୍ତ କଳାକାର ଭାଇ ମାନଙ୍କୁ ଅନୁରୋଧ କେବେ ବି ଆମ ଧର୍ମକୁ ଅପ-ମାନିତ କରିବା ଭଳି ନୃତ୍ୟ କିମ୍ବା ଅଭିନୟ କରିବା ଉଚିତ ନୁହେଁ । କିନ୍ତୁ ଏହି ଛାର ମନୁଷ୍ୟ ଭଗବାନଙ୍କ ବେଶରେ ଥିବା ଲୋକଙ୍କୁ ସତ ଭଗବାନ ବୋଲି ଧରି ପୂଜା କରିଥାନ୍ତି । ତେଣୁ କଳାକାର ହିସାବରେ ନିଜର ସମ୍ମାନ ରଖନ୍ତୁ ଏବଂ ଭଲ ଅଭିନୟ କରି ଲୋକଙ୍କ ମାନଙ୍କୁ କିଣନ୍ତୁ । ତେବେ ଯାଇ ଲୋକମାନେ ତାହାକୁ ପସନ୍ଦ କରିବେ ।

Leave a Reply

Your email address will not be published. Required fields are marked *