ସାନିଆଙ୍କ ଜୀବନରେ ଫାଟ ସୃଷ୍ଟି କଲେ ପାକିସ୍ତାନୀ ମଡେଲ, ସମ୍ପ-ର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା

ସାନିଆ ମିର୍ଜା ଏବଂ ସୋଏବ୍‌ ମଲିକଙ୍କ ଛା-ଡପ-ତ୍ରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ଦୁହିଁଙ୍କ ଛା-ଡପ-ତ୍ର ନେଇ ସେମାନଙ୍କ ସମ୍ପ-ର୍କୀୟମାନେ ସୂଚନା ଦେବା ପରେ ଏହି ଖବର ନିଶ୍ଚିତ ହୋଇଛି। ତେବେ ଛା-ଡ଼ପ-ତ୍ରକୁ ନେଇ ବେଶ ଚର୍ଚ୍ଚାରେ ରହିଥିବା ଏହି ଭାରତୀୟ ମହିଳା ହେଉଛନ୍ତି ଟେନିସ ଚମ୍ପିୟନ ସାନିଆ ମିର୍ଜା। ବିବାହର ଦୀର୍ଘ 12 ବର୍ଷ ପରେ ସ୍ୱାମୀ ସୋଏବ ମଲିକଙ୍କଠାରୁ ସାନିଆ ଅଳଗା ହେବାକୁ ଯାଉଛନ୍ତି।

ତେବେ ଅଲଗା ହେବା ପଛର କାରଣ ହେଉଛି ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ସ୍ୱାମୀଙ୍କ ସ-ମ୍ପର୍କ ପାଇଁ ସାନିଆ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଅନୁସାରେ 2021 ନଭେମ୍ବରରେ ସୋଏବ ଏକ ଫଟୋ ସୁଟ୍ କରୁଥିଲେ। ଏହି ଫଟୋ ସୁଟରେ ତାଙ୍କ ସହିତ ଥିଲେ ଅଭିନେତ୍ରୀ ଆୟଶା ଉମର। ଉଭୟଙ୍କ ଫଟୋ ଉଠାଇବାର ଢଙ୍ଗକୁ ନେଇ ଚାରିଆଡେ ବହୁ ଚର୍ଚ୍ଚା ସୃଷ୍ଟି ହୋଇଥିଲା।

ଏବେ ସେହି ଫଟୋ ଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ ସାନିଆ ଏବଂ ସୋଏବଙ୍କ ସମ୍ପ-ର୍କ ତୁଟିବାର ମୁଖ୍ୟ କାରଣ ହେଉଛି ଆୟଶା।ଆୟଶା ଅଭିନେତ୍ରୀ ହେବା ସହ ଜଣେ ଗାୟିକା ମଧ୍ୟ ଅଟନ୍ତି। ସାନିଆ ଏବଂ ସୋଏବଙ୍କ 2010 ଏପ୍ରିଲରେ ବିବାହ କରିଥିଲେ। ତାଙ୍କର ଏକ 4 ବର୍ଷର ପୁଅ ମଧ୍ୟ ଅଛି।

Leave a Reply

Your email address will not be published. Required fields are marked *