ବାପା ଗାଳି କରିବାରୁ ଘର ଛାଡ଼ି କୁଆଡେ ପଳାଇଗଲା ୧୩ ବର୍ଷର ପୁଅ ଗୋପାଳ । ବାପା କା-ନ୍ଦି କା-ନ୍ଦି କହୁଛି, “ପୁଅ ତୁ ଫେରିଆ, ମୁଁ ଆଇ କେବେ ଗା-ଳି କରିବିନି” ।

ବନ୍ଧୁଗଣ ସାଧରତଃ ପିଲାମାନେ ଭୁଲ୍ କଲେ ମାଆ ବାପା ଆକଟ କରଥାନ୍ତି । ଦରକାର ପଡ଼ିଲେ ପଦେ ଅଧେ ଗା-ଳି ମଧ୍ୟ ଦେଇଥାନ୍ତି । ଅତି ବେଶୀରେ ଦୁଇ ଚା-ପୁଡ଼ା ଲଗାନ୍ତି । କିନ୍ତୁଏହାକୁ ନେଇ ପିଲାମାନେ କିଛି ସମୟ ମନ ଦୁଃ-ଖ କରି ବସନ୍ତି । ହେଲେ କିଛି ସମୟ ପରେ ପରିବେଶ ପୁଣି ପୂର୍ବ ପରି ହୋଇ ଯାଇଥାଏ । ହେଲେ ଆଜିକା ଯୁଗରେ ସମୟ ପରିବର୍ତ୍ତନ ହୋଇ ଯାଇଛି । ଏବେ ଯେଉଁ ଘଟ-ଣା ସାମ୍ନାକୁ ଆସିଛି ସେଥିରେ ସାମାନ୍ୟ ବଚସାରୁ ଘର ଛାଡ଼ି କୁଆଡେ ଚାଲି ଯାଇଛି ପୁଅ । ଆଉ କା-ନ୍ଦି କା-ନ୍ଦି ଏବେ ଦାଣ୍ଡ ଦୁଆର ବୁଲି ଖୋଜି ହେଉଛନ୍ତି ବାପା ।

କେତେବେଳେ କେଉଁ ଦୋକାନୀକୁ ତୋ ଆଉ କେତେବେଳେ ବାଟରେ ଯାଉଥିବା ଲୋକକୁ ଅଟକାଇ ନିଜର ନି-ଖୋଜ ପୁଅର ଫୋଟ ଦେଖାଇ ପଚାରୁଛନ୍ତି ବାପା ଜଣକ । ଏମିତିକି ଗଣମାଧ୍ୟମ ସାମ୍ନାରେ ଭି ତାଙ୍କ ପୁଅର ଆଇ-ଡି କାର୍ଡ ଦେଖାଇ ଖୋଜି ଆଣିବାକୁ କୋହ ଭରା କଣ୍ଠରେ ଗୁହାରି କରିଛନ୍ତି । କାରଣ ତାଙ୍କ ପୁଅ ରା-ଗିକି ଘର ଛାଡ଼ି ଚାଲଯାଇଛି ।

ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଟ୍ୟୁସନରେ ପରୀକ୍ଷା ଦେଇ ନଥିବାରୁ ବାପା ଆକଟ କରିଥିଲେ । ଆଉ ଏହି ସାମାନ୍ୟ କଥାରେ ପୁଅ ରା-ଗିଯାଇ ଘର ଛାଡ଼ି ଚାଲିଯାଇଛି । ତେବେ ଏଭଳି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥା-ନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମରେ । ଉକ୍ତ ଗ୍ରାମର ସୋମନାଥ ଗିରିଙ୍କ ବଡ଼ ପୁଅ ଗୋପାଳ ଗିରି ବାପା ଗାଳି ଦେବାରୁ ଘରଛାଡି ଚାଲି ଯାଇଛନ୍ତି । ତେବେ ୧୩ ବର୍ଷର ଗୋପାଳ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । କିନ୍ତୁ ଗତକାଲି ଗୋପାଳ ପଢ଼ୁଥିବା ଟ୍ୟୁସନରେ ପରୀକ୍ଷା ଥିବା ବେଳେ ସେ ପରୀକ୍ଷା ନଦେଇ ମାମୁଁ ଘରକୁ ଚାଲି ଯାଇଥିଲେ । ଆଉ ସେଥିପାଇଁ ଗୋପାଳଙ୍କ ବାପା ରା-ଗିଯାଇ ତାଙ୍କୁ ଗା-ଳି କରିଥିଲେ ।

କିନ୍ତୁ ବାପାଙ୍କ ଗା-ଳିକୁ ସହି ପାରି ନଥିଲା ପୁଅ ଆଉ ରା-ଗି ଯାଇ ଘରୁ କେଉଁଆଡ଼େ ଚାଲିଯାଇଛି । ମଙ୍ଗଳବାର ସକାଳ ୧୧ଟା ସମୟରେ ପରିବାର ଲୋକେ ତାକୁ ଆଉ ଘରେ ପାଇନଥିଲେ । ପାଖ ପଡିଶା ଓ ସମ୍ପ-ର୍କୀୟ ମାନଙ୍କ ପାଖରେ ଖୋ-ଜା ଖୋ-ଜି କରିବା ପରେ ମଧ୍ୟ ଗୋପାଳଙ୍କ କୌଣସି ପତ୍ତା ମିଳିପାରି ନଥିଲା । ଆଉ ପରେ ପରିବାର ଲୋକେ ଶେଷରେ ବାଧ୍ୟ ହୋଇ ନୀଳଗିରି ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଗୋପାଳଙ୍କ ବାପା ।

Leave a Reply

Your email address will not be published. Required fields are marked *