ପ୍ରେମ କରି ବିବାହ କଲେ । ଆଉ ଶେଷରେ ସୁନାର ଘର ବଦଳରେ ରହୁଛନ୍ତି ଗୁହାଳ ଘରେ ।

ଯାହାକୁ ଭରସା କରି ମହିଳା ଜଣକ ପ୍ରେମ କରି ପ୍ରେମ ବିବାହ କରିଥିଲେ ସେ ହିଁ ଯଦି ଅଧା ବାଟରେ ଛାଡ଼ିଯାଏ ତେବେ ଦୁନିଆ ଥାଇ ବି ସବୁକିଛି ଅଦୃ-ଶ୍ୟ ଲାଗେ । ବର୍ତମାନ ସମୟରେ ଯାହା ଏକ ଦୁଃ-ଖଦ ଘ-ଟଣା ସାମ୍ନାକୁ ଆସିଛି ତାହା ହେଉଛି ଜଣେ ମହିଳା ନିଜର ସ୍ୱାମୀ ଶାଶୁଘର କିମ୍ବା ବାପଘର ଥିବା ସତ୍ତ୍ୱେବି କିପରି ନିଜ ପୁଅ ସହିତ ଦୀର୍ଘ ବର୍ଷ ହେବ ଗୁହାଳ ଘର ରହି ଆସୁଛନ୍ତି । ସେହି ଦୃ-ଶ୍ୟ ଦେଖିଲେ ଆପଣ ଦୁଃ-ଖିତ ହେବେ । ତେବେ ଆସନ୍ତୁ ପୁରା ଘ-ଟଣା ବିଷୟରେ ଜାଣିବା ।

ସୂଚନା ଅନୁଯାୟୀ ଏହି ଘ-ଟଣା ଜଗତସିଂହପୁର ଜିଲ୍ଲାର ଅଟେ । ଯେଉଁଠି ଜଣେ ମା’ ନିଜର ଏକମାତ୍ର ୧୨ ବର୍ଷର ପୁଅକୁ ନେଇ ଗୁହାଳ ଘରେ ଗାଈ ସହିତ ରହି ଆସୁଛି । କେହି ତାଙ୍କ କଥା ନଶୁଣିବାରୁ ଶେଷରେ ସ୍ଥାନୀୟ ସମାଜସେବୀ ତାଙ୍କୁ ସାହାଯ୍ୟ ଟିକିଏ କରିଛନ୍ତି । ତେବେ ଜଗତସିଂହପୁର ଜିଲ୍ଲା ଏରସୀମା ବ୍ଲକ ଅନ୍ତର୍ଗତ ଛଟୁଆ ପଞ୍ଚାୟତ ଅଧିନସ୍ଥ ପୋଖରିଆପଡ଼ା ଗାଁର ଶେଷ ମୁଣ୍ଡରେ ମହିଳା ଜଣକ ରହୁଛନ୍ତି । ମହିଳାଙ୍କ ନାମ ମିନତୀ, ଯିଏକି ୧୬ ବର୍ଷ ହେବ ପ୍ରେମ ବିବାହ କରି ତିର୍ତୋଲ ବ୍ଲକ ଅନ୍ତର୍ଗତ ଦଣ୍ଡମେରୁ ଗାଁରେ ରହୁଥିଲେ ।

ବିବାହର ମାତ୍ର କିଛିଦିନ ପରେ ଶାଶୁ ଘରର ଅନେକ ଯ-ନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା । ଏମିତିକି ତାଙ୍କୁ ଶାଶୁଘରୁ ବାହାର ମଧ୍ୟ କରିଦେଲେ । ତାପରେ ସେ ନିଜ ବାପ ଘରକୁ ଆସି ଗାଁ ମୁଣ୍ଡରେ ଥିବା ଏକ ଗୁଣ୍ଠ ଜାଗାରେ ରହିଲେ । ତେବେ ପୁଅ ଯେତେବେଳେ ପେଟରେ ୬ ମାସର ହୋଇଥିଲା ସେତେବେଳେ ଜ୍ୱାଇଁ ବିଭୂତି ସ୍ୱାଇଁ ଛାଡ଼ି ଚାଲି ଯାଇଥିଲା ।ଆଜକୁ ବହୁତ ଦିନ ହେବ ସେ ଅ-ଭାବ ଅନଟନରେ ଚଳି ଆସୁଛନ୍ତି ଏବଂ ଗୋଟିଏ ଘରେ ଗାଈ ସହ ପିଲାକୁ ରଖି ବଞ୍ଚି ଆସୁଛନ୍ତି ।

ସେ ସେହି ପଞ୍ଚାୟତର ଭୋଟର ତାଲିକାରେ ମଧ୍ୟ ଅଛନ୍ତି । ତଥାପି ତାଙ୍କର ଅନେକ ଅନୁରୋଧ ସତ୍ତ୍ୱେବି କେହିବି ତାଙ୍କ କଥା ଶୁଣି ନାହାଁନ୍ତି । ଅନେକଥର ବହୁ ଅକ-ଥନୀୟ ଭାଷା ଶୁଣିବାକୁ ମଧ୍ୟ ପଡୁଛି । ତେବେ ସମାଜସେବୀ ରଶ୍ମିତା ତାଙ୍କୁ ପୋଷ୍ୟ ପରିବାର ଭାବରେ ଆଦରି ନେଇଛନ୍ତି । ସେପଟେ ବାପା ମକରନ୍ଦ ନାୟକ ମଧ୍ୟ ହାତ ଛାଡ଼ି ଦେଇଛନ୍ତି । ତେବେ ଏ ସମ୍ବ-ନ୍ଧରେ ତାଙ୍କୁ କେହି ସାହାଯ୍ୟ କରି ନଥିବା ବେଳେ ପ୍ରଶା-ସନ ତାଙ୍କୁ ଚଳିବା ପାଇଁ ୩୫ କିଲୋ ଚାଉଳ ଏବଂ ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ତେବେ ସରପଞ୍ଚଙ୍କୁ କହିବା ପରେ ସେ କହିଛନ୍ତି ଯେ ସେ ନୂଆ ତଥାପି ଘର ଖଣ୍ଡେ ଯୋଗାଇ ଦେବାକୁ ସମାଜସେବୀଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *